ETV Bharat / bharat

ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମତି; ଭାରତର ବଢିଲା ଆଶା - ଅକ୍ସଫୋର୍ଡ କୋରୋନା ଟିକା

ଅକ୍ସଫୋର୍ଡ କୋରୋନା ଟିକାକୁ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଗ୍ରୀନ ସିଗନାଲ । ଇଂଲଣ୍ଡରେ ଜରୁରୀକାଳିନ ଭାବେ ବ୍ୟବହାର କରିବାକୁ ଅନୁମତି ଦେଲା MHRA । ସେପଟେ ବ୍ରିଟେନରେ ଅନୁମୋଦନ ପରେ ଭାରତରେ କୋରୋନା ଟିକା ମିଳିବା ନେଇ ବଢିଲା ଆଶା । ଅଧିକ ପଢନ୍ତୁ...

ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମତି
ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମତି
author img

By

Published : Dec 30, 2020, 2:09 PM IST

ଇଂଲଣ୍ଡ: ଅକ୍ସଫୋର୍ଡ କୋରୋନା ଟିକା ବ୍ୟବହାର କରିବାକୁ ଅନୁମତି ଦେଲା ବ୍ରିଟେନ । ଅକ୍ସଫୋର୍ଡ-ଆଷ୍ଟ୍ରେଜେନେକା କୋରୋନା ଟିକା ଦେବାକୁ ଅନୁମତି ଦେଇଛି ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରଣାଳୟ । ଇଂଲଣ୍ଡରେ କୋରୋନା ଟିକା ଦିଆଯିବ ବୋଲି ଏମଏଚଆରଏ(MHRA) ପକ୍ଷରୁ ସୂଚନା ଦେଇଛି । ଏନେଇ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକୋକ ଟ୍ବିଟ କରି ସୂଚନା ଦେଇଛନ୍ତି । ବ୍ରିଟେନ ରେଗୁଲେଟର ଅନୁମୋଦନ ପରେ ଖୁବଶୀଘ୍ର ଭାରତ କୋରୋନା ଟିକାକୁ ମଞ୍ଜୁର ମିଳିପାରେ ।

ବ୍ରିଟେନରେ ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରେଜେନେକାକୁ ଅନୁମୋଦନ କରାଯାଇଛି । ପୂର୍ବରୁ ବ୍ରିଟେନ ଫାଇଜର ଓ ବାୟୋଏନଟେକ ଦ୍ବାରା ପ୍ରସ୍ତୁତ କୋଭିଡ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ଏନେଇ ଟ୍ବିଟ କରି ନିଜର ଖୁସି ଜାହିର କରିଛନ୍ତି । ଏହାର ପରବର୍ତ୍ତୀ ପଦକ୍ଷେପ ଟିକା ନିୟୋଜନ ରହିବ ବୋଲି ସେ କହିଛନ୍ତି ।

ଏମଏଚଆରଏ ପକ୍ଷରୁ କୁହାଯାଇଛି, ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକାର ଦୁଇଟି ଡୋଜ ଜଣେ ବ୍ୟକ୍ତି ନେବେ । 4 ରୁ 12 ସପ୍ତାହ ମଧ୍ୟରେ ଏହି ଟିକା ଦୁଇଟିର ଡୋଜ ନେବାକୁ ପଡିବ । କ୍ଲିନିକାଲ ଟ୍ରାଏଲ ବେଳେ ଏହି ଟିକା ସୁରକ୍ଷିତ ବୋଲି ଜଣାପଡିଛି । ଏହା ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଅନୁମୋଦନ ପରେ ବ୍ରିଟେନ ସରକାର ଅକ୍ସଫୋର୍ଡ ଟିକାର 100 ମିଲିୟନ ଡୋଜ ମଗାଇଛନ୍ତି ।

ଅକ୍ସଫୋର୍ଡ-ଆଷ୍ଟ୍ରେଜେନେକା କୋଭିଡ ଟିକାକୁ ଫାଇଜର ବାୟୋଟେକ ଟିକା ପରି ରେଫ୍ରିଜରେଟର -70 ଡିଗ୍ରୀ ସେଲସିୟସରେ ରଖାଯିବ । ଏହି ଟିକା ପାଇବାକୁ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ଦେଶମାନଙ୍କ ପାଇଁ କଷ୍ଟକର ହୋଇପାରେ ।

ସେପଟେ, ବ୍ରିଟେନରେ ଅକ୍ସଫୋର୍ଡ- ଆଷ୍ଟ୍ରେଜେନେକାର ଅନୁମୋଦନ ଭାରତରେ ଖୁବଶୀଘ୍ର ମିଳିବ ବୋଲି ଆଶା କରାଯାଉଛି । ଭାରତରେ ଅକ୍ସଫୋର୍ଡ ଟିକାର ଉତ୍ପାଦନ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କରୁଛି । 4 ରୁ 5 ଡୋଜ ପ୍ରସ୍ତୁତ କରୁଥିବା ଜଣାପଡିଛି । ବ୍ରିଟେନରେ କୋରୋନା ଟିକାର ଅନୁମୋଦ ପରେ ଭାରତରେ ଖୁବଶୀଘ୍ର ଏହାକୁ ମଞ୍ଜୁରୀ ଦିଆଯିବ ବୋଲି କୁହାଯାଇଥିଲା । ତେବେ ଭାରତରେ ଏହି ଟିକାର ପରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।

ଭାରତରେ ଟାକାକୁ ଅନୁମୋଦନ ପରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଦେବାକୁ ଲକ୍ଷ୍ୟ ରଖିଛି । ଟିକା ଆସିବା ପୂର୍ବରୁ ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସଫଳତା ସହ ଡ୍ରାଏ ରନ ଶେଷ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.