ETV Bharat / bharat

Cyclone Jawad Impact: ଆନ୍ଧ୍ର-ଓଡିଶାରେ UGC-NET ପରୀକ୍ଷା ବାତିଲ

author img

By

Published : Dec 3, 2021, 4:53 PM IST

ବାତ୍ୟା ଜୱାଦର ପ୍ରଭାବକୁ ଦେଖି ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା UGC-NET ପରୀକ୍ଷାକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

UGC NET examination postponed
Cyclone Jawad: ଓଡିଶା ଓ ଆନ୍ଧ୍ରରେ ବାତିଲ ହେଲା UGC-NET ପରୀକ୍ଷା

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ବନ୍ଦ ହେଲା UGC-NET ପରୀକ୍ଷା । ବାତ୍ୟା ଜୱାଦର ପ୍ରଭାବକୁ ଦେଖି ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା UGC-NET ପରୀକ୍ଷାକୁ ବନ୍ଦ କରାଯାଇଛି । ଏନେଇ ଜାତୀୟ ଟେଷ୍ଟିଂ ସଂସ୍ଥା (National Testing Agency ) ପକ୍ଷରୁ ସୂଚନା ଦିଆଯଆଇଛି ।

ଆସନ୍ତା ଡିସେମ୍ବର ୩ ଓ ୪ ତାରିଖରେ ଭାରତର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଛି UGC-NET ପରୀକ୍ଷା (Universal Grant Commission- National Eligibility test) । ଏହି ସର୍ବଭାରତୀୟ ପରୀକ୍ଷାରେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଅନୁଷ୍ଠିତ ହେବାକୁ ଡିସେମ୍ବର ୩ ଓ ୪ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସାମୁଦ୍ରିକ ବାତ୍ୟା ଜୱାଦକୁ ନଜରରେ ରଖି ଏହାକୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ବୋଲି ଜାତୀୟ ଟେଷ୍ଟିଂ ସଂସ୍ଥା ପକ୍ଷରୁ କୁହାଯାଇଛି ।

ସେପଟେ କେବଳ ଓଡିଶା ଓ ଆନ୍ଧ୍ରପ୍ରଦେଶକୁ ବ୍ୟତିତ ଦେଶର ସମସ୍ତ ରାଜ୍ୟରେ ଠିକ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦ୍ବାରା ଦେଶର ବିଭିନ୍ନ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରି ପ୍ରଫେସର,ସହକାରୀ ପ୍ରଫେସର, ଜୁନିୟର ଗବେଷଣା ପଦବୀରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜରେ ନିଯୁକ୍ତି ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ସୂଚନାଥାଉକି, ବର୍ତ୍ତମାନ ସ୍ଥଳଭାଗ ଆଡକୁ ମୁହାଁଇଛି ସାମୁଦ୍ରିକ ବାତ୍ୟା ଜୱାଦ । ଆସନ୍ତାକାଲି ଅର୍ଥାତ ଶନିବାର ସଂନ୍ଧ୍ୟା କିମ୍ବା ରବିବାର ସକାଳେ ପୁରୀରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ବାତ୍ଯାର ପ୍ରକୋପ ଓ ଗତିପଥକୁ ନଜରରେ ରଖି ପରୀକ୍ଷାକୁ ବାତିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.