ETV Bharat / bharat

Sanatan dharma remark Row: ସନାତନ ବିରୋଧୀ ମନ୍ତବ୍ୟ ପରେ ତେଜିଲା ବିରୋଧ, ଉଦୟନିଧିଙ୍କ ନାଁରେ ଏତଲା

ଡିଏମକେ ନେତା ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟ ପରେ ମାମଲା ଦାୟର କଲେ ସୁପ୍ରିମକୋର୍ଟର ଆଇନଜୀବୀ । ସେପଟେ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ଉଦୟନିଧି ଷ୍ଟାଲିନଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛନ୍ତି ଅନେକ ନେତା ।

author img

By ETV Bharat Odisha Team

Published : Sep 3, 2023, 1:48 PM IST

Updated : Sep 3, 2023, 8:42 PM IST

sc lawyer files complaint against udayanidhi
ସନାଧନ ବିରୋଧୀ ମନ୍ତବ୍ୟକୁ ବିରୋଧ

ନୂଆଦିଲ୍ଲୀ: ଡିଏମକେ ନେତା ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବୃତ୍ତିକୁ ନେଇ ଉପୁଜିଲା ବିବାଦ । ମାମଲା ଦାୟର କଲେ ସୁପ୍ରିମକୋର୍ଟର ଆଇନଜୀବୀ । "ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି" ବୋଲି କହି ବିବାଦ ଘେରକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ବିଲୋପ କରାଯିବାର ଆବଶ୍ୟକତା ରହିଥିବା ବିବାଦରେ ଫସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ।

ଆଇନଜୀବୀ ବିନିତ ଜିନ୍ଦଲ ଏନେଇ ଦିଲ୍ଲୀ ପୋଲିସ ନିକଟରେ ଏକ ଏତଲା ଦେଇଛନ୍ତି । ସେ ଏତଲାରେ ଉଲ୍ଲେଖ କରିଛନ୍ତି, "ଜଣେ ହିନ୍ଦୁ ଏବଂ ସନାତନ ଧର୍ମାବଲମ୍ବୀ ଭାବରେ ଏହା ମୋର ଧର୍ମୀୟ ଭାବବେଗକୁ କୁଠାରଘାତ କରିଛି । ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ମଶା, ଡେଙ୍ଗୁ, କୋରୋନା, ମ୍ୟାଲେରିଆ ଆଦି ସହ ତୁଳନା କରିବା ସହ ଏହି ଧର୍ମର ମୂଳପୋଛ କରିବାକୁ ଆହ୍ୱାନ ଦେଇଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ ।"

ଅଭିଯୋଗକାରୀ ଆଇନଜୀବୀ ବିନିତ ଜିନ୍ଦଲ ଆହୁରି ମଧ୍ୟ କହିଛନ୍ତି, ଉଦୟନିଧି ଜଣେ ଜଣେ ମନ୍ତ୍ରୀ । ସେ ବର୍ତ୍ତମାନ କ୍ଷମତାରେ ଥିବାବେଳେ ସମ୍ବିଧାନର ସୁରକ୍ଷା ପାଇଁ କାମ କରିବା ନେଇ ଶପଥ ମଧ୍ୟ ନେଇଛନ୍ତି । ହେଲେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ମନ୍ତବ୍ୟ ଦେଇ ସନାତନ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବାବେଗକୁ କୁଠାରଘାତ କରିଛନ୍ତି ଉଦୟନିଧି ଷ୍ଟାଲିନ ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଷ୍ଟାଲିନଙ୍କ ଉପରେ ବର୍ଷିଛନ୍ତି । ମାଲବ୍ୟ ଟ୍ବିଟ୍ କରି କହିଛନ୍ତି “ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ତଥା ଡିଏମକେ ସରକାରର ଜଣେ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସହ ଯୋଡିଛନ୍ତି । ସେମାନେ ସନାତନ ଧର୍ମର ପତନ କରିବାକୁ ଚାହୁଁଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ, ଉଦୟନିଧି ସନାତନ ଧର୍ମରେ ବିଶ୍ବାସ କରୁଥିବା ଭାରତର ପ୍ରାୟ ୮୦% ଲୋକଙ୍କ ବିନାଶ ପାଇଁ ଆହ୍ବାନ କରୁଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ରାହୁଲ ଗାନ୍ଧୀ ‘ପ୍ରେମର ଦୋକାନ’ କଥା କହୁଥିବାବେଳେ କଂଗ୍ରେସ ସହଯୋଗୀ ଡିଏମକେର ବଂଶଧରମାନେ ସନାତନ ଧର୍ମର ଅନ୍ତ ଘଟାଇବା କଥା କହିଲେଣି । ଏପରି ସ୍ଥିତିରେ କଂଗ୍ରେସର ନୀରବତା ସନାତନ ଧର୍ମର ବିନାସ ପ୍ରତି ସମର୍ଥନ ବୋଲି ଦର୍ଶାଇବ।" ସେପଟେ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ଉଦୟନିଧି ଷ୍ଟାଲିନଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛନ୍ତି ଅନେକ ନେତା। ଡିଏମକେ ନେତାଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ରାଜନୀତି ସରଗରମ ହୋଇଛି ।

Last Updated : Sep 3, 2023, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.