ETV Bharat / bharat

ଉଦୟନିଧିଙ୍କ ପୁଣି ବିବାଦୀୟ ବୟାନ: ରାଷ୍ଟ୍ରପତି ବିଧବା, ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ...

author img

By ETV Bharat Odisha Team

Published : Sep 21, 2023, 10:03 AM IST

ନୂଆ ସଂସଦ ଭବନକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ କରାନଯିବାର କାରଣ କହିଲେ ଉଦୟନିଧି ଷ୍ଟାଲିନ । ରାଷ୍ଟ୍ରପତି ବିଧବା ଓ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଜେପି ସରକାର ତାଙ୍କୁ ଡାକିନଥିବା ଅଭିଯୋଗ ଆଣିଲେ । ଅଧିକ ପଢ଼ନ୍ତୁ

ଉଦୟନିଧିଙ୍କ ବିବାଦୀୟ ବୟାନ
ଉଦୟନିଧିଙ୍କ ବିବାଦୀୟ ବୟାନ

ଚେନ୍ନାଇ: ଦେଶର ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ନଦେବା ନେଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ବୁଧବାର ଡିଏମକେ ନେତା ଉଦୟନିଧି କହିଛନ୍ତି, "ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ବିଧବା ଏବଂ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରାଯାଇ ନଥିଲା । ଏହା ହିଁ ସନାତନ ଧର୍ମ । ସନାତନ ଧର୍ମର ବିଚାରଧାରାରେ ପ୍ରଭାବିତ ହୋଇ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।"

ମଦୁରାଇର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଉଦୟନିଧି କହିଛନ୍ତି, ''ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ସଂସଦ ଭବନ ଗୋଟିଏ ବିଶାଳ ସ୍ମାରକୀୟ ପ୍ରକଳ୍ପ । ନୂଆ ସଂସଦ ଭବନର ଉଦଘାଟନ ହେଲା । ଉଦଘାଟନ ପାଇଁ ବିଜେପି ତାମିଲନାଡୁରୁ ମଠ ମହନ୍ତମାନଙ୍କୁ ଡକାଇଲା, କିନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହୋଇଥିଲେ ହେଁ ତାଙ୍କୁ ନିମନ୍ତ୍ରିତ କରାଗଲା ନାହିଁ । କାରଣ ହେଉଛି, ସେ ଜଣେ ବିଧବା ଏବଂ ଆଦିବାସୀ ସମ୍ପ୍ରଦାୟର । ଏହା କ'ଣ ସନାତନ ଧର୍ମ ? ଆମେ ଏହା ବିରୋଧରେ ସ୍ବର ଉତ୍ତୋଳନ ଜାରି ରଖିବୁ ।"

ସେ ଆହୁରିମଧ୍ୟ କହିଛନ୍ତି ଯେ, ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବା ବେଳେ ହିନ୍ଦୀ ଅଭିନେତ୍ରୀଙ୍କୁ ନିମନ୍ତ୍ରିତ କରାଗଲା, କିନ୍ତୁ ବ୍ୟକ୍ତିଗତ କାରଣରୁ ରାଷ୍ଟ୍ରପତିଙ୍କୁ ବାଦ୍ ଦିଆଗଲା । ସନାତନ ଧର୍ମର ପ୍ରଭାବ ଯୋଗୁଁ ଏଭଳି ଘଟିଥିବା ଉଦୟନିଧି ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଉଦୟନିଧିଙ୍କୁ ଚାପୁଡା ମାରିଲେ ମିଳିବ ୧୦ ଲକ୍ଷ, ଆନ୍ଧ୍ରରେ ଲାଗିଲା ପୋଷ୍ଟର

ପୂର୍ବରୁ ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ମୂଳପୋଛ କରିବାକୁ ଆହ୍ବାନ ଦେଇ ବିବାଦ ଘେରକୁ ଆସିଥିଲ । ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି । ତେଣୁ ତାକୁ କେବଳ ବିରୋଧ କଲେ ଚଳିବନି, ଏହାକୁ ସବୁଦିନ ପାଇଁ ବିଲୋପ କରିବାକୁ ପଡ଼ିବ ବୋଲି ଏକ କାର୍ଯ୍ୟକ୍ରମରେ ସେ କହିଥିଲେ । ଯାହାକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦେଶର କିଛି ବରିଷ୍ଠ ନାଗରିକ ପ୍ରଧାନ ବିଚାରପତିଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏହାସତ୍ତ୍ବେ ମଧ୍ୟ ତାମିଲନାଡୁ ମନ୍ତ୍ରୀଙ୍କ ତୁଣ୍ଡ ବୋଲ ମାନୁନି । ସନତାନ ବିରୋଧୀ ମନ୍ତବ୍ୟ ଦେବାରୁ ସେ ନିବୃତ୍ତ ରହୁନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.