ETV Bharat / bharat

ଆସନ୍ତାକାଲି ତାମିଲନାଡୁ ମନ୍ତ୍ରୀ ଭାବେ ଶପଥ ନେବେ ଉଦୟନିଧି ଷ୍ଟାଲିନ

author img

By

Published : Dec 13, 2022, 8:13 AM IST

ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ନେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ । ଅଧିକ ପଢନ୍ତୁ

ଆସନ୍ତାକାଲି ତାମିଲନାଡୁ ମନ୍ତ୍ରୀ ଭାବେ ଶପଥ ନେବେ ଉଦୟନିଧି ଷ୍ଟାଲିନ
ଆସନ୍ତାକାଲି ତାମିଲନାଡୁ ମନ୍ତ୍ରୀ ଭାବେ ଶପଥ ନେବେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ମନ୍ତ୍ରୀ ପଦ ମିଳିଛି । ଆସନ୍ତାକାଲି(ବୁଧବାର) ଜୁନିଅର ଷ୍ଟାଲିନ ନିଜ ବାପାଙ୍କ ନେତୃତ୍ବାଧୀନ କ୍ୟାବିନେଟରେ ନୂଆ ମନ୍ତ୍ରୀ ଭାବେ ଶପଥ ନେବେ(Udhayanidhi To Be Sworn In As TN Minister) । ବୁଧବାର ଦିନ ସାଢେ ୯ଟା ସମୟରେ ରାଜଭବନର ଦରବାର ହଲ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଗତକାଲି ତାମିଲନାଡୁ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି ।

୪୫ ବର୍ଷୀୟ ଉଦୟନିଧି ଷ୍ଟାଲିନ(Udhayanidhi Stalin) ଜଣେ ତାମିଲ ଅଭିନେତା ସଙ୍ଗେସଙ୍ଗେ ଫିଲ୍ମମେକର ମଧ୍ୟ ଅଟନ୍ତି । ୨୦୨୧ରେ ଉଦୟନିଧି ଚେପକ୍ ଥିରୁବଲ୍ଲିକେନି(Chepauk-Tiruvallikeni Constituency) ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରିବାକୁ ଡିଏମକେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟପାଳ ଆର ଏନ ରବିଙ୍କୁ ସୁପାରିଶ କରିଥିଲେ । ରାଜ୍ୟପାଳ ଏହାକୁ ଅନୁମୋଦନ କରିଛନ୍ତି । ଡିସେମ୍ବର ୧୪ ଅର୍ଥାତ୍ ଆସନ୍ତାକାଲି ଜୁନିଅର ଷ୍ଟାଲିନ ମନ୍ତ୍ରୀ ଭାବେ ଶପଥ ନେବେ । ଦଳର ବରିଷ୍ଠ ନେତାମାନେ ମଧ୍ୟ ଏହି ନିଷ୍ପତ୍ତିକୁ ଖୋଲା ସମର୍ଥନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: କାନାଡାରେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ମନ୍ତ୍ରୀ ପଦ ମିଳିବା ନେଇ ବିରୋଧି ଦଳ AIADMK ନେତା ପାଲାନିସ୍ବାମୀ(Edappadi K Palaniswami) ତୀବ୍ର ସମାଲୋଚନା କରିଛନ୍ତି । ତିରୁପୁରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଡିଏମକେକୁ ପାରିବାରିକ ଦଳ(family party) ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.