ETV Bharat / bharat

Sena Name Row: ଶାହଙ୍କୁ ନାଁ ନେଇ କଟାକ୍ଷ କଲେ ଉଦ୍ଧବ, କହିଲେ ‘ମୋଗାମ୍ବୋ ଖୁୁସ ହୁଆ’ - ଅମିତ ଶାହଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ

ଅମିତ ଶାହଙ୍କୁ ନା ନେଇ ମିଷ୍ଟର ଇଣ୍ଡିଆର ମୋଗାମ୍ବୋ କହିଲେ ଉଦ୍ଭବ ଠାକରେ । କହିଲେ ଏମାନେ ବର୍ତ୍ତମାନ ସମୟର ମୋଗାମ୍ବୋ । ଅଧିକ ପଢନ୍ତୁ

ଶାହଙ୍କୁ ନାଁ ନେଇ କଟାକ୍ଷ କଲେ ଉଦ୍ଧବ, କହିଲେ ‘ମୋଗାମ୍ବୋ ଖୁୁସ ହୁଆ’

author img

By

Published : Feb 19, 2023, 10:39 PM IST

ମୁମ୍ବାଇ: ନିର୍ବାଚନ ଆୟୋଗ ଦ୍ବାରା ଦଳୀୟ ଚିହ୍ନରୁ ବଞ୍ଚିତ ହେବା ପରେ ଉଦ୍ଧବ ଠାକରେ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ଏବେ କେନ୍ଦ୍ରର ବିଜେପି ସରକାର ଉପରେ କ୍ରମାଗତ ଆକ୍ରମଣ କରିଚାଲିଛି । ଆଜି ନାଁ ନେଇ ବିଜେପିର ମୁଖ୍ୟ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫିଲ୍ମର ଖଳ ଚରିତ୍ର ସହ ତୁଳନା କରି କଟାକ୍ଷ କରିଛନ୍ତି ଉଦ୍ଧବ ଠାକରେ । ଉଦ୍ଧବ କହିଛନ୍ତି ‘ ମୋଗାମ୍ବୋ ଖୁସ ହୁଆ’ । ଏମାନେ ବର୍ତ୍ତମାନ ସମୟର ମୋଗାମ୍ବୋ । ସେ ଶାହଙ୍କୁ 90 ଦଶକର ଲୋକପ୍ରିୟ ବଲିଉଡ ଚଳଚିତ୍ର ‘ମିଷ୍ଟର ଇଣ୍ଡିଆ’ର ମୁଖ୍ୟ ଖଳ ଚରିତ୍ର ମୋଗାମ୍ବୋ ସହ ତୁଳନା କରିଛନ୍ତି ।

  • #WATCH | ...Someone who visited Pune yesterday asked how things were going in Maharashtra. Then, the same person said ' Very well, Mogambo Khush Hua'...: Uddhav Thackeray after losing Shiv Sena name, symbol pic.twitter.com/4ApPxlCDfi

    — ANI (@ANI) February 19, 2023 " class="align-text-top noRightClick twitterSection" data=" ">

ମୁମ୍ବାଇ ଅନ୍ଧେରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ନାଁ ନେଇ ଉଦ୍ଧବ କହିଛନ୍ତି ‘‘ ଗତକାଲି କେହି ଜଣେ ମହାରାଷ୍ଟ୍ର ଗସ୍ତରେ ଆସିଥିଲେ । ସେ ପଚାରିଲେ ଏବେ ମହାରାଷ୍ଟ୍ରରେ ସ୍ଥିତି କ’ଣ । ତାଙ୍କୁ କୁହାଗଲା ଆଜି ଏକ ଶୁଭଦିନ । ଆପଣଙ୍କ ଗୁଲାମମାନଙ୍କୁ ଶିବସେନାର ଦଳୀୟ ଚିହ୍ନ ଓ ନାମ ମିଳିଯାଇଛି । ସେ ବ୍ୟକ୍ତିଜଣଙ୍କ କହିଲେ ମୋଗାମ୍ବୋ ଖୁସ୍‌ ହୁଆ । ଏ ହେଉଛନ୍ତି ବର୍ତ୍ତମାନ ସମୟର ମୋଗାମ୍ବୋ । ଏମାନେ ଲୋକଙ୍କୁ ପରସ୍ପର ସହ ଲଢାଇ କ୍ଷମତା ହାସଲ କରିବାକୁ ଚାହାନ୍ତି । ସିନେମାରେ ମୋଗାମ୍ବୋ ଯାହା କରୁଥିଲା ଏମାନେ ଏବେ ତାହା ହିଁ କରୁଛନ୍ତି । ’’

ସେହିପରି ପ୍ରକୃତ ହିନ୍ଦୁତ୍ବର ଉଦାହରଣ ଦେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଉପରେ ବର୍ଷିଥିଲେ ଉଦ୍ଧବ । କହିଥିଲେ ‘‘1993ରେ ମୁମ୍ବାଇରେ ସିରିଜ ବିସ୍ଫୋରଣ ହୋଇଥିଲା । ସେତେବେଳେ ଶିବସୈନିକମାନେ ହିଁ ସହରକୁ ରକ୍ଷା କରିଥିଲେ । ଏବେ ହିନ୍ଦୁତ୍ବର କଥା କହୁଥିବା ଓ 56 ଇଞ୍ଚ ଛାତି କଥା କହୁଥିବା ବ୍ୟକ୍ତିମାନେ କେଉଁଠି ଥିଲେ । ମୋ ପିତା ବାଲାସାହେବ ଠାକରେ ଦେଇଥିବା ହିନ୍ଦୁତ୍ବର ଶିକ୍ଷା ଏହା ନୁହେଁ । ’’

ଏହା ମଧ୍ୟ ପଢନ୍ତୁ:- ନିର୍ବାଚନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ଚାକର କହିଲେ ଉଦ୍ଧବ ଠାକରେ

ଗତ ଶୁକ୍ରବାର ନାଟକୀୟ ଢଙ୍ଗରେ ଶିବସେନାର ମୂଳ ନାମ ଓ ନିର୍ବାଚନୀ ଚିହ୍ନ ‘‘ଧନୁ ତୀର’’ ମୁଖ୍ୟମନ୍ତ୍ରୀ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିଥିଲେ ନିର୍ବାଚନ ଆୟୋଗ । ଯାହାକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀ ଭୀଷଣ ପ୍ରତିକ୍ରିୟାଶୀଳ ହୋଇଥିଲେ । ନିଜ ବାସଭବନ ‘ମାତୋଶ୍ରୀ’ ବାହାରେ ଠାକରେ ପରିବାର ଶକ୍ତି ପ୍ରଦର୍ଶନ କରି ଶିବସେନାର ଚିହ୍ନ ଚୋରି କରାଯାଇଛି କହିବା ସହ ନିର୍ବାଚନ ଆୟୋଗଙ୍କୁ ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାକର’ ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେହିପରି ଆଜି ଦଳର ଆଉ ଜଣେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଏହି ଚିହ୍ନ ପ୍ରଦାନରେ 2,000 କୋଟି ଟଙ୍କାର ଡିଲ୍‌ ହୋଇଥିବା କଥା ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.