ETV Bharat / bharat

ଆସନ୍ତା 17ରେ ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନ କରିବ MVA - ସିନ୍ଦ ସରକାର ବିରୁଦ୍ଧରେ ଏମଭିଏ ଆନ୍ଦୋଳନ ଡାକରା

ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନ ଘୋଷଣା କଲା ମହାରାଷ୍ଟ୍ର ବିକାଶ ଅଗାଡି (Maharashtra Vikas Aghadi) । ଆସନ୍ତା 17 ତାରିଖରେ ମୁମ୍ବାଇରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଅଧିକ ପଢ଼ନ୍ତୁ

uddhav Thackeray announced protest march against maharashtra government on 17 december
ଆସନ୍ତା 17ରେ ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନ କରିବ MVA
author img

By

Published : Dec 6, 2022, 10:49 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀ ଦଳ MVA (ମହାରାଷ୍ଟ୍ର ବିକାଶ ଅଗାଡି) ରାଜ୍ୟ ସରକାରଙ୍କ ବିରୋଧରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛି । ଛତ୍ରପତି ଶିବାଜୀ ମହାରାଜଙ୍କୁ ଅପମାନ କରିବା ଏବଂ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ବିଶାଳ ଆନ୍ଦୋଳନ ଘୋଷଣା କରିଛି MVA । ଏହି କ୍ରମରେ ଆସନ୍ତା 17 ତାରିଖରେ ମୁମ୍ବାଇରେ ଏମ୍‌ଭିଏ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଛତ୍ରପତି ଶିବାଜୀ ମହାରାଜଙ୍କୁ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ । ଏହାକୁ ବିରୋଧ କରି ଏମ୍‌ଭିଏ ରାଜ୍ୟପାଳଙ୍କ ଇସ୍ତାଫା ଦାବି କରିଛି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ କହିଛନ୍ତି ଯେ, "ଡିସେମ୍ବର 17 ତାରିଖରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯିବ । ମୁମ୍ବାଇର ଜିଜାମାତା ଉଦ୍ୟାନରୁ ଆଜାଦ ମୈଦାନ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଆୟୋଜନ କରାଯାଇ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ପଦରୁ ହଟାଇବା ପାଇଁ ଦାବି କରାଯିବ ।" ଯେଉଁମାନେ ମହାରାଷ୍ଟ୍ରକୁ ଅପମାନ କରୁଛନ୍ତି, ସେମାନଙ୍କ ବିରୋଧରେ ଏକଜୁଟ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ସୂଚନାଥାଉ କି, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ ନିଜ ବୟାନରେ କହିଥିଲେ, " ବର୍ତ୍ତମାନ ସମୟରେ ଛତ୍ରପତି ଶିବାଜୀ ମହାରାଜ ଏକ ପୁରୁଣା ଆଦର୍ଶ । ଯଦି ଆପଣଙ୍କୁ କେହି ନିଜର ଆଦର୍ଶ କିଏ ବୋଲି ପ୍ରଶ୍ନ କରେ, ତେବେ କେଉଁଠାକୁ ଯିବାର ଆବଶ୍ୟକତା ନାହିଁ । ମହାରାଷ୍ଟ୍ରରେ ହିଁ ଆପଣଙ୍କୁ ଆପଣଙ୍କ ଆଦର୍ଶ ମିଳିପାରିବେ । ବର୍ତ୍ତମାନ ସମୟରେ ବାବା ସାହେବ ଆମ୍ବେଦକରଙ୍କ ଠାରୁ ଆରମ୍ଭ କରି ନୀତିନ ଗଡକରୀଙ୍କ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଆଦର୍ଶ ଭାବେ ଚୟନ କରାଯାଇପାରେ ।’’ ଭଗତ ସିଂ କୋଶିଆରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.