ETV Bharat / bharat

ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ UDAN ଯୋଜନା

author img

By

Published : Apr 16, 2022, 4:18 PM IST

ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ UDAN ଯୋଜନା ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛି । ସିଭିଲ ସର୍ଭିସ ଡେ’ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିକାରୀ ଗ୍ରହଣ କରିବେ ଏହି ପୁରସ୍କାର । ଅଧିକ ପଢନ୍ତୁ

UDAN ଯୋଜନାକୁ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
UDAN ଯୋଜନାକୁ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

ନୂଆଦିଲ୍ଲୀ: ଆନ୍ତଃରାଜ୍ୟ ବା ଡୋମେଷ୍ଟିକ ବିମାନ ସେବା ପାଇଁ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆରମ୍ଭ କରିଥିବା 'ଉଡାଣ' (UDAN- Ude Desh ka Aam Nagrik) ଯୋଜନା ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଛି । ମାତ୍ର ସ୍ବଳ୍ପ ଅବଧୀ ମଧ୍ୟରେ ଉଲ୍ଲେଖନୀୟ ସଫଳତା ଓ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ (Award for Excellence in Public Administration 2020) ଏହି ଯୋଜନା ପୁରସ୍କାର ପାଇଁ ମନୋନୀତ ହୋଇଛି । ଏପ୍ରିଲ 21 ସିଭିଲ ସର୍ଭିସ ଡେ ଅବସରରେ ଦିଲ୍ଲୀର ବିଜ୍ଞାନ ଭନବରେ ଆୟୋଜିତ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିବେ ।

ସିଭିଲ ସର୍ଭିସ ଡେ ଅଭସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ମନ୍ତ୍ରଣାଳୟର ଅଧିକାରୀ ବିଭାଗୀୟ ପ୍ରତିନିଧି ସ୍ବରୂପ ଏହି ପୁରସ୍କାର ଗ୍ରହଣ କରିବେ । ଦେଶର ସାଧାରଣ ଲୋକଙ୍କ ପାଇଁ ବିମାନ ସେବାକୁ ସୁଲଭ କରିବା ଓ ସମସ୍ତ ଛୋଟ ବଡ ସହରରେ ଏହାକୁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ 2016 ରେ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ସ୍ଲୋଗାନ ଥିଲା ‘ଉଡେ ଦେଶ କି ଆମ୍‌ ନାଗରିକ’ । ଦେଶର ମଧ୍ୟମ ଓ ଛୋଟ ସହରରେ ଉଡାଣ ଭିତ୍ତିଭୂମିର ବିକାଶ ଓ ବିମାନ ସେବା ଉପଲବ୍ଧ କରାଇବା ପାଇଁ ଏକାଧିକ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

ତେବେ ଆରମ୍ଭ ହେବାର 5 ବର୍ଷ ମଧ୍ୟରେ ମିଶନକୁ ସଫଳତା ମିଳିଛି । 415 ରୁଟରେ ଏହି ଉଡାଣ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ 1ଲକ୍ଷ 79 ହଜାର ବିମାନ ଏହା ଯୋଜନାରେ ଉଡାଣ ଭରିସାରିଛି । ସେହିପରି 92 ଲକ୍ଷରୁ ଉର୍ଦ୍ଧ୍ବ ନାଗରିକ ଏହି ଯୋଜନାରେ ଉପକୃତ ହୋଇଥିବା ମନ୍ତ୍ରଣାଳୟ କହିଛି । ମାତ୍ର 5 ବର୍ଷରେ ନିଜର ଲକ୍ଷ୍ୟ ଆଡକୁ ଅଗ୍ରଗତି କରୁଥିବା ଉଡାଣ ଯୋଜନାକୁ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମଧ୍ୟ ଚୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.