ETV Bharat / bharat

Udaipur Murder: କୋର୍ଟ ପରିସରରେ କହ୍ଲେୟାଲାଲ ହତ୍ୟାକାରୀଙ୍କୁ ଛେଚିଲେ ଲୋକେ - ଉଦୟପୁର ହତ୍ୟାକାରୀଙ୍କୁ ଆକ୍ରମଣ

ଉଦୟପୁର କହ୍ଲେୟାଲାଲ ହତ୍ୟା ମାମଲାରେ NIA କୋର୍ଟରେ ହଜାର ହେଲେ ୪ ଅଭିଯୁକ୍ତ । କୋର୍ଟରୁ ବାହାରୁ ଥିବା ସମୟରେ ଅଭିଯୁକ୍ତମାନଙ୍କୁ ଛେଚିଲେ ଉପସ୍ଥିତ ଲୋକେ । ଅଧିକ ପଢନ୍ତୁ

Udaipur Murder: କୋର୍ଟ ବାହାରେ ଉଦୟପୁର ହତ୍ୟାକାରୀଙ୍କୁ ଆକ୍ରମଣ

author img

By

Published : Jul 2, 2022, 6:47 PM IST

ଜୟପୁର: ଉଦୟପୁର ଦରଜୀ କହ୍ଲେୟାଲାଲ ହତ୍ୟା ମାମଲା । ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଚାରି ଜଣ ଅଭିଯୁକ୍ତ ଆଜି ଜୟପୁର ସ୍ଥିତ ଏନଆଇଏ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟ ଚାରି ଅଭିଯୁକ୍ତ ରିଆଜ ଅଖତାରି, ଗୌସ ମହମ୍ମଦ ଓ ସେମାନଙ୍କ ସହଯୋଗୀ ଆସିଫ୍ ଏବଂ ମୋହସିନଙ୍କୁ ୧୦ ଦିନିଆ NIA ରିମାଣ୍ଡରେ ପଠାଇଛନ୍ତି । ତେବେ ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟରୁ ବାହାରକୁ ନେଉଥିବା ସମୟରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । କୋର୍ଟ ପରିସରରେ ଉପସ୍ଥିତ ଥିବା ଲୋକେମାନେ ଅଭିଯୁକ୍ତମାନଙ୍କୁ ଆକ୍ରମଣ କରିଛନ୍ତି । ଲୋକମାନେ ସେମାନଙ୍କୁ ଉତ୍ତମ ମଧ୍ୟମ ଦେବା ସହ ପୋଷାକ ଚିରି ଦେଇଥିବାର ଦେଖିବାକୁ ମିଳିଛି ।

  • #WATCH | Udaipur murder incident: Accused attacked by an angry crowd of people while being escorted by police outside the premises of NIA court in Jaipur

    All the four accused were sent to 10-day remand to NIA by the NIA court, today pic.twitter.com/1TRWRWO53Z

    — ANI MP/CG/Rajasthan (@ANI_MP_CG_RJ) July 2, 2022 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ୪୮ ବର୍ଷୀୟ କହ୍ଲେୟାଲାଲଙ୍କୁ ହତ୍ୟା କରାଯାଇଥିଲା । ରିଆଜ ଅଖତାରି ଓ ଗୌସ ମହମ୍ମଦ ଦୋକାନ ଭିତରେ କହ୍ଲେୟାଲାଲଙ୍କ ଗଳାକାଟି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଦୁଇ ହତ୍ୟାକାରୀ ସୋସିଆଲ ମିଡିଆରେ ହତ୍ୟା ସମୟର ଭିଡିଓ ପୋଷ୍ଟ କରିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହାର କିଛି ସମୟ ମଧ୍ୟରେ ହିଁ ଦୁହିଁଙ୍କୁ ଗିରଫ କରିଥିଲା ପୋଲିସ । ପରେ ଏହି ଘଟଣାରେ ଜଡିତ ଅନ୍ୟ ଦୁଇ ଜଣ ଆସିଫ୍ ଏବଂ ମୋହସିନ ଗିରଫ ହୋଇଥିଲେ ।

ଏହି ହତ୍ୟା ମାମଲାର ତଦନ୍ତ କରୁଥିବା ଏନଆଇଏ ସମସ୍ତ ୪ ଅଭିଯୁକ୍ତଙ୍କୁ ଆଜି ଜୟପୁର ଏନଆଇଏ କୋର୍ଟରେ ହଜାର କରିଥିଲେ । କଡା ପୋଲିସ ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରୁ ବାହାରକୁ ନିଆଯାଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.