ETV Bharat / bharat

Udaipur Murder: ଭିଡିଓ ସେୟାର କରିଥିଲେ, ଧରା ପଡ଼ିଲେ ଅଭିଯୁକ୍ତ

author img

By

Published : Jun 28, 2022, 8:54 PM IST

ଉଦୟପୁର ଦିନଦ୍ବିପ୍ରହରରେ ଯୁବକଙ୍କ ନିର୍ମମ ହତ୍ୟାକାଣ୍ଡରେ ଧରା ପଡ଼ିଲେ ଦୁଇ ଅଭିଯୁକ୍ତ । ମଙ୍ଗଳବାର ଦିନ ଦ୍ବିପ୍ରହରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

Udaipur Murder: ଭିଡିଓ ସେୟାର କରିଥିଲେ, ଧରା ପଡ଼ିଲେ ଅଭିଯୁକ୍ତ
Udaipur Murder: ଭିଡିଓ ସେୟାର କରିଥିଲେ, ଧରା ପଡ଼ିଲେ ଅଭିଯୁକ୍ତ

ଜୟପୁର: ଉଦୟପୁର ଦିନଦ୍ବିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟାକାଣ୍ଡରେ ଧରା ପଡ଼ିଲେ ଦୁଇ ଅଭିଯୁକ୍ତ । ମଙ୍ଗଳବାର ଦିନ ଦ୍ବିପ୍ରହରରେ ଜଣେ ଦରଜୀଙ୍କୁ ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । କିଛି ଦିନ ପୂର୍ବରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ନୂପୁର ଶର୍ମାଙ୍କୁ ସର୍ମଥନ ଦେଇଥିଲେ ମୃତକ ।

ଏହାକୁନେଇ ଆଜି(ମଙ୍ଗଳବାର) କହ୍ନେୟା ଲାଲ୍‌ ସାହୁଙ୍କୁ ଟାର୍ଗେଟରେ ରଖଥିଲେ ଅଭିଯୁ୍କ୍ତ । ଏହାପୂର୍ବରୁ ତାଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ମଧ୍ୟ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି କିଛି ଦିନ ଦୋକାନ ବନ୍ଦ ରଖୁଥିଲେ କହ୍ନେୟା ଲାଲ୍‌ । ଆଜି ଦୁଇଜଣ ଅଭିଯୁକ୍ତ ଗ୍ରାହକ ଭାବରେ ତାଙ୍କ ଦୋକାନକୁ ଆସିଥିଲେ ।

ଏହାପରେ କହ୍ନେୟା ଲାଲ୍‌ ତାଙ୍କ କପଡ଼ା ମାପ ନେବା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲିଥିଲେ ଅଭିଯୁକ୍ତ । ଶରୀରରୁ ମୁଣ୍ଡ ଅଲଗା ହେବା ପର୍ଯ୍ୟନ୍ତ ଅଭିଯୁକ୍ତମାନେ ହାଣି ଚାଲିଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ସୋସିଆଲ ମିଡିଆରେ ଦୁଇ ଅଭିଯୁକ୍ତ ଭିଡିଓ ମଧ୍ୟ ସେୟାର କରିଥିଲେ । ସେମାନେ ଭିଡିଓରେ କହିଥିଲେ ଯେ, "ଗୁସ୍ତାଖ୍‌-ଏ-ନବୀ କି ଏକ୍‌ ହି ସଜା, ସର୍‌ ତନ୍‌ ସେ ଜୁଦା ।"

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ସେପଟେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରିଛନ୍ତି ଉଦୟପୁର ଜିଲ୍ଲାପାଳ ଓ ଏସ୍‌ପି । ଦୁଇ ଅଭିଯୁକ୍ତ ଗିରଫ ହେବାପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ସେ କହିଛନ୍ତି ଯେ, "ଉଦୟପୁରରେ ଯୁବକଙ୍କ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ।"

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.