ETV Bharat / bharat

କିଡନୀ ତସ୍କରୀ ପାଇଁ 2 ବର୍ଷୀୟ ଶିଶୁକୁ ଅପହରଣ ପରେ ହତ୍ୟା ! 2 ଗିରଫ - ବିହାର ଖବର

ବିହାର ଦରଭଙ୍ଗାରେ କିଡନୀ ତସ୍କରୀ ପାଇଁ 2 ବର୍ଷୀୟ ଶିଶୁକୁ ଅପହରଣ ପରେ ହତ୍ୟା । ପୋଖରୀରୁ ମିଳିଲା ମୃତଦେହ । 2 ଗିରଫ । ଅଙ୍ଗ ତସ୍କରୀ ରାକେଟକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

କିଡନୀ ତସ୍କରୀ ପାଇଁ 2 ବର୍ଷୀୟ ଶିଶୁକୁ ଅପହରଣ ପରେ ହତ୍ୟା ! 2 ଗିରଫ

author img

By ETV Bharat Odisha Team

Published : Sep 25, 2023, 8:44 PM IST

କିଡନୀ ତସ୍କରୀ ପାଇଁ 2 ବର୍ଷୀୟ ଶିଶୁକୁ ଅପହରଣ ପରେ ହତ୍ୟା !

ପାଟନା: ବିହାର ଦରଭଙ୍ଗାରେ ଅଙ୍ଗ ତସ୍କରୀ ଉଦ୍ଦେଶ୍ୟରେ ମାତ୍ର ଦୁଇ ବର୍ଷୀୟ ଶିଶୁକୁ ହତ୍ୟା କରାଯାଇଛି । ଶିଶୁର କିଡନୀ କାଢି ନେବା ଉଦ୍ଦେଶ୍ୟରେ ଗତକାଲି ରାତିରେ ପ୍ରଥମେ ଅପହରଣ କରି ନେଇ ଆଜି ହତ୍ୟା କରାଯାଇଛି । ଆଜି ଶିଶୁର ମୃତଦେହ ଗ୍ରାମ ନିକଟବର୍ତ୍ତୀ ଏକ ପୋଖରୀରୁ ଉଦ୍ଧାର ହୋଇଛି । ହେଲେ ମୃତଦେହ ଉଦ୍ଧାର ହେବା ପରେ ଅଭିଯୁକ୍ତମାନେ ଶିଶୁଟିକୁ ହତ୍ୟା କରିଥିଲେ ସୁଦ୍ଧା କିଡନୀ କାଢି ନେବାରେ ସଫଳ ହୋଇନାହାନ୍ତି । ଅପହରଣ ଓ ହତ୍ୟାରେ ସାମିଲ 2 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମାତ୍ର ଏମାନେ ସୁପାରୀରେ ଏହି ଅପହରଣ ଓ ହତ୍ୟା କରିଛନ୍ତି । ଏହା ପଛରେ ଥିବା ଅଙ୍ଗ ତସ୍କରୀ ରାକେଟକୁ ପୋଲିସ ଠାବ କରିବା ପାଇଁ ପ୍ରୟାସ ଜାରି ରଖିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଘଟଣାଟି ବାହାଦୁରପୁର ପୋଲିସ ଷ୍ଟେସନ ଅଞ୍ଚଳର ରାଘପୁରା ଗାଁରେ ଘଟିଛି । ଗତକାଲି (ରବିବାର) ରାତିରେ ସ୍ଥାନୀୟ ଗ୍ରାମର ନିଧି ଶର୍ମାଙ୍କ ଦୁଇ ବର୍ଷୀୟ ଶିଶୁ ଶିବମ କୁମାରକୁ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଉଠାଇ ନେଇଥିଲେ । ଗ୍ରାମବାସୀ ସେମାନଙ୍କୁ ପିଚ୍ଛା କରିଥିଲେ ସୁଦ୍ଧା ଶିଶୁକୁ ଅପହରଣ କରି ଫେରାର ହୋଇଯିବାରେ ସଫଳ ହୋଇଥିଲେ ଦୁର୍ବୃତ୍ତ । ତେବେ ଏନେଇ ପରିବାର ଥାନାରେ ଅଭିଯୋଗ କରିଥିଲେ । ହେଲେ ଆଜି (ରବିବାର) ଗ୍ରାମ ନିକଟବର୍ତ୍ତୀ ଏକ ପୋଖରୀରେ ଶିଶୁର ମୃତଦେହ ଭାସୁଥିବା ପୋଲିସକୁ ସୂଚନା ମିଳିଥିଲା ।

ପୋଲିସ ପ୍ରାଥମିକ ତଦନ୍ତ ଆଧାରରେ ଅପହରଣ କରିଥିବା ଦୁଇ ଅଭିଯୁକ୍ତ ସନ୍ଦୀପ ପାଶଓ୍ବାନ ଓ ରାଜନ କୁମାର ପାଶଓ୍ବାନକୁ ଗିରଫ କରିଛି । ଅପହରଣରେ ବ୍ୟବହୃତ ବାଇକ୍‌ ମଧ୍ୟ ଜବତ ହୋଇଛି । ପୋଲିସ ଜେରାରେ ଏହା ସୂଚନା ମିଳିଛି ଯେ, ଏହି ଅପହରଣ କରିବା ପାଇଁ ରାଜନ ସନ୍ଦୀପକୁ ମାତ୍ର 5ଶହ ଟଙ୍କା ଦେଇଥିଲା । ପରେ ଉଭୟ ଶିଶୁକୁ ହତ୍ୟା କରି ତାର କିଡନୀ ବାହାର କରି ଚାଲାଣ କରିବାର ଯୋଜନା ରଖିଥିଲେ । ଏଥିରେ ଏକ ବଡ ଅଙ୍ଗ ତସ୍କରୀ ରାକେଟର ଭୂମିକା ରହିଛି ।

ଏହା ମଧ୍ୟ ପଢନ୍ତୁ :- ରାତି ସାରା ଏସି ଅନ କରି ଶୋଇଗଲେ ଡାକ୍ତର, ଚାଲିଗଲା 2 ନବଜାତକଙ୍କ ଜୀବନ

ପୋଲିସ ଶିଶୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସର ଏକାଧିକ ଟିମ ଏହି ଦୁଇ ଅଭିଯୁକ୍ତଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଅଙ୍ଗ ତସ୍କରୀ ରାକେଟର ପର୍ଦ୍ଦାଫାସ କରିବାକୁ ତଦନ୍ତ ଜାରି ରହିଛି । ଅଙ୍ଗ ତସ୍କରୀ ପାଇଁ ଶିଶୁ ଅପହରଣ ଓ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶିଶୁମାନଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଭୟଭୀତ ହୋଇପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.