ETV Bharat / bharat

ସିଡିଏସ ହେଲିକପ୍ଟର ଦୁର୍ଘଟଣାକୁ 2 ବର୍ଷ, ପ୍ରଥମ ଚିଫ୍ ଅଫ ଜେନେରାଲଙ୍କୁ ଝୁରୁଛି ଦେଶ

author img

By ETV Bharat Odisha Team

Published : Dec 8, 2023, 7:59 AM IST

Updated : Dec 8, 2023, 8:10 AM IST

ସିଡିଏସ ହେଲିକପ୍ଟର ଦୁର୍ଘଟଣାକୁ ଆଜି 2 ବର୍ଷ ପୂରିଛି । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ-17 ଭି5 ଦୁର୍ଘଟଣା । ଅଧିକ ପଢନ୍ତୁ

ସିଡିଏସ ହେଲିକପ୍ଟର ଦୁର୍ଘଟଣା
CDS chopper crash

ହାଇଦ୍ରାବାଦ: 2021 ମସିହା ଡିସେମ୍ବର 8 ତାରିଖ । ଏହି ଦିନ ଏହି ତାରିଖ କେହି ବି ଭୁଲିବେ ନାହିଁ । ଏହି ଦିନ ଯେଉଁ ଅଘଟଣ ଘଟିଥିଲା ତାହା ସାରା ଦେଶକୁ ହୋହଲାଇ ଦେଇଥିଲା । ସ୍ତବ୍ଧ ହୋଇ ଯାଇଥିଲେ ଦେଶବାସୀ । ଏହି ଦିନ ଏକ କଳାଦିନ କହିଲେ ଭୁଲ ହେବ ନାହିଁ । ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଏମଆଇ 17 ଭି5 ଦୁର୍ଘଟଣା ହୋଇଥିଲା । ମଝି ଆକାଶରୁ ଖସି ପଡିଥିଲା ବାୟୁସେନା ବିମାନ । ଏହା ଥିଲା ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର । ଏହି ଦୁର୍ଘଟଣାରେ ଭାରତର ପ୍ରଥମ ଚିଫ୍ ଅଫ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କର ନିଧନ ହୋଇଥିଲା । ସବୁଠୁ ବେଶୀ ହୃଦୟ ବିଦାରକ ଥିଲା ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମଧ୍ୟ ଦେହାନ୍ତ ହୋଇଥିଲେ । ଆଉ ଏକାସଙ୍ଗେ ବାପାମାଆ ଚାଲିଯିବା ପରେ ଦୁଇଝିଅ ଏକା ହୋଇଯାଇଥିଲେ ।

ଡିସେମ୍ବର 8 ତାରିଖ 2021 ମସିହା । ସମୟ ପ୍ରାୟ 1ଟା 30 ହେବ । ତାମିଲନାଡୁ କୁନ୍ନୁର ଆକାଶରେ ଜଳି ଉଠିଥିଲା ବାୟୁସେନା ହେଲିକପ୍ଟର । ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ 12 ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ବାୟୁସେନା ହେଲିକପ୍ଟର ଏମଆଇ-17 ଭି5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ସାରା ଦେଶରେ ଚହଳ ପଡ଼ି ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସମସ୍ତଙ୍କ ଶରୀର ପ୍ରାୟ 85ରୁ 90 ଭାଗ ଜଳି ଯାଇଥିଲା । ଫଳରେ ସିଡିଏସ୍‌ଙ୍କ ସମେତ 13 ଜଣଙ୍କର ହେହାନ୍ତ ହୋଇଥିଲା । ଏହି ଘଟଣାକୁ ଆଜି 2 ବର୍ଷ ପୁରଣ ହୋଇଛି ।

ଏହା ବି ପଢନ୍ତୁ....CDS Chopper Crash: ଅଘଟଣକୁ ବର୍ଷେ, ପ୍ରଥମ ସିଡିଏସଙ୍କୁ ହରାଇଥିଲା ଦେଶ

ଏକା ସଙ୍ଗେ ଚାଲିଗଲେ: ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହାତ ଧରିଥିଲେ । ସୁଖ ଦୁଃଖ ସବୁଥିଲେ ହାତ ଧରି ଚାଲୁଥିଲେ । ହେଲେ ଏକାସଙ୍ଗରେ ଦୁନିଆରୁ ବିଦାୟ ନେବେ ବୋଲି କେହି କଳ୍ପନା କରିନଥିଲେ । । ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ଗୋଟିଏ ଦିନରେ ଆରପାରିକୁ ଚାଲିଯାଇଥିଲେ । 63 ବର୍ଷୀୟ ଜେନେରାଲ ବିପିନ ରାୱତ 2019 ଡିସେମ୍ବର 31ରେ ଭାରତର 26ତମ ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେବାର ଦିନକ ପରେ ପ୍ରଥମ ସିଡିଏସ୍‌ ଭାବେ ଦାୟିତ୍ୱ ନେଇଥିଲେ । ପ୍ରତିରକ୍ଷା ବଳର ଆଧୁନିକକରଣରେ ମୁଖ୍ୟ ଭୂମିକା ନେଇଥିଲେ ରାୱତ ।

ଦୁଇ ଝିଅଙ୍କ ମୁଣ୍ଡରୁ ଉଠି ଯାଇଥିବା ବାପାମାଆଙ୍କ ହାତ: ବାୟୁସେନା ହେଲିକପ୍ଟର ଏମଆଇ 17 ଭି5 ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିତା ରାୱତଙ୍କର ଦେହାନ୍ତ ହୋଇଥିଲା । ଏହି ଅଘଟଣ ଦୁଇ ପିଲାଙ୍କ ପାଖରୁ ତାଙ୍କ ବାପାମାଆଙ୍କୁ ଛଡାଇ ନେଇଥିଲା । ସିଡିଏସ ବିପିନ ରାୱତଙ୍କ ଦୁଇ ଝିଅ ରହିଛନ୍ତି । 2021 ମସିହା ଡିସେମ୍ବର 8 ତାରିଖର ସେଦିନ ସେମାନଙ୍କ ପାଖରୁ ତାଙ୍କ ବାମାମାଆଙ୍କୁ ନେଇ ଯାଇଥିଲା । ଦୁଇ ଝିଅଙ୍କ ମୁଣ୍ଡରୁ ଏକାସାଙ୍ଗରେ ବାପାମାଆଙ୍କ ହାତ ଉଠିଯାଇଥିଲା ।

ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଥିବା ସମସ୍ତେ...

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ଜଳି ପୋଡି ପାଉଁଶ ହୋଇଯାଇଥିଲା । ଆଉ ଏହି ଦୁର୍ଘଟଣାରେ 14ଟି ଜୀବନ ଦୀପ ଲିଭି ଯାଇଥିଲା । ସିଡିଏସ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ. ଲିଡ୍ଡେର, ଲେପ୍ଟନାଣ୍ଟ ଜେନେରାଲ କଲୋନେଲ ହରିଜିନ୍ଦର ସିଂ, ନାଏକ ଗୁରସେବକ ସିଂ, ନାଏକ ଜିତେନ୍ଦ୍ର କୁମାର, ନାଏକ ବିବେକ କୁମାର, ନାଏକ ବି. ସାଇ ତେଜା, ହାବିଲଦାର ସତପାଲ, ଜେଓଡ୍ଲୁ ଦାସ, ଜେଓଡ୍ଲୁ ପ୍ରଦୀର ଏ, ୱିଙ୍ଗ କମାଣ୍ଡର ପିଏସ ଚୌହାନ, ସ୍କ୍ବର୍ଡନ ଲିଡର କେ ସିଂଙ୍କ ଘଟଣା ଦିନ ନିଧନ ହୋଇଥିଲା । ହେଲେ ବର୍ତ୍ତିଯାଇଥିଲେ କ୍ୟାପ୍ଟେନ ବରୁଣ ସିଂ । ସେ ସୁସ୍ଥ ହେବେ ବୋଲି ସମସ୍ତ ଆଶା କରିଥିଲେ । ହେଲେ ଅଘଟଣର 8 ଦିନ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଦୁର୍ଘଟଣାରେ 14 ଜଣ ଆରପାରିକୁ ଚାଲି ଯାଇଥିଲେ ।

ଖରାପ ପାଗ ଦୁର୍ଘଟଣାର କାରଣ: ଏତେ ବଡ଼ ଦୁର୍ଘଟଣା କିପରି ଘଟିଲା । କଣ ଏହା ପଛର କାରଣ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । କୋର୍ଟ ଅଫ ଏନକ୍ବାରୀ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ଅନୁମାନ କରାଯାଉଥିଲା । ହେଲେ ସେଦିନ ପାଣିପାଗ ହିଁ ସାଜିଥଲା ଦୁର୍ଘଟଣାର ଖଳନାୟକ । ତ୍ରିସ୍ତରୀୟ ତଦନ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁର୍ଘଟଣାର କାରଣ ଖରାପ ପାଗ ପାଇଁ ହୋଇଥିବା ଜଣାପଡିଥିଲା ।

Last Updated : Dec 8, 2023, 8:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.