ETV Bharat / bharat

ଭାରତ ନେପାଳ ସୀମାରେ 2 ଅନୁପ୍ରବେଶକାରୀ ଗିରଫ: ନକଲି ପରିଚୟପତ୍ର ଜବତ

author img

By

Published : Nov 28, 2022, 9:28 PM IST

ଭାରତ ନେପାଳ ସୀମାରେ 2 ଅନୁପ୍ରବେଶକାରୀ ଗିରଫ । ଦିହିଁଙ୍କୁ ଗିରଫ କଲା ସୁରକ୍ଷାବଳ (trespassers arrested on Indo Nepal border)। ଜଣେ ବାଂଲାଦେଶୀ ଓ ଅନ୍ୟ ଜଣେ ନ୍ୟୁଜିଲ୍ୟାଣ୍ଡର ନାଗରିକ । ଏକାଧିକ ନକଲି ଭାରତୀୟ ପ୍ରମାଣପତ୍ର ଜବତ । ଗିରଫ ପରେ ଜାରି ରହିଛି ଜେରା । ଅଧିକ ପଢନ୍ତୁ

ଭାରତ-ନେପାଳ ସୀମାରେ 2 ଅନୁପ୍ରବେଶକାରୀ ଗିରଫ: ନକଲି ପରିଚୟପତ୍ର ଜବତ

ହାଇଦ୍ରାବାଦ: ଭାରତ ନେପାଳ ସୀମାରେ 2 ଅନୁପ୍ରବେଶକାରୀ ଗିରଫ । ପଶ୍ଚିମବଙ୍ଗର ସିଲିଗୁଡିରେ ଭାରତ-ନେପାଳ ସୀମାରେ ଅନୁପ୍ରବେଶ ବେଳେ ଦୁଇ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ସୁରକ୍ଷାବଳ । ସେମାନଙ୍କ ନିକଟରୁ ନକଲି ଭାରତୀୟ ପରିଚୟପତ୍ର ମଧ୍ୟ ଜବତ କରାଯାଇଛି (trespassers arrested on Indo Nepal border)। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନ୍ୟୁଜିଲାଣ୍ଡ ଓ ଅନ୍ୟଜଣେ ପଡୋଶୀ ବାଂଲାଦେଶର ନାଗରିକ ବୋଲି ସୁରକ୍ଷାକର୍ମୀ ସୂଚନା ଦେଇଛନ୍ତି । ଉଭୟଙ୍କୁ ଗିରଫ କରାଯାଇ ଜେରା ଜାରି ରହିଥିବା ସୂଚନା ମିଳିଛି ।

ପୋଲିସ ଦେଇଥିବା ତଥ୍ୟ ଅନୁସାରେ, ସେମାନେ ଭାରତରେ ଅନୁପ୍ରବେଶ କରିବା ପୂର୍ବରୁ ସମସ୍ତ ପ୍ରସ୍ତୁତି କରିଥିଲେ । ଆଧାର କାର୍ଡ ସମେତ ଏକାଧିକ ନକଲି ଭାରତୀୟ ପରିଚୟପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ । ହେଲେ ଆଜି (ସୋମବାର) ଭାରତ-ନେପାଳ ଅନ୍ତର୍ଜାତୀୟ ସୀମାର ସିଲିଗୁଡି ଅଧୀନ ପାନିଟାଙ୍କୀ ନିକଟରେ ସୀମା ଅତିକ୍ରମ କରି ପ୍ରବେଶ ଉଦ୍ୟମ କରିଥିଲେ । ସନ୍ଦେହ ହେବାରୁ ସେହି ସମୟରେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଯାଞ୍ଚ କରିବା ପରେ ସତ ଜଣାପଡିଥିଲା । ପରେ ଉଭୟଙ୍କୁ ଗିରଫ କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲା ସୁରକ୍ଷାବଳ (trespassers arrested on Indo Nepal border)।

କେଉଁ ଉଦ୍ଦେଶ୍ୟରେ ଏମାନେ ଅନୁପ୍ରବେଶ କରୁଥିଲେ ? ଉଭୟଙ୍କର କୋଣସି ଆତଙ୍କୀ ଲିଙ୍କ ରହିଛି କି ନାହିଁ? କୌଣସି ଷଡଯନ୍ତ୍ରକୁ ରୂପ ଦେବା ପାଇଁ ସେମାନେ ଯୋଜନା ରଖିଥିଲେ କି ନାହିଁ ସେ ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରିନଥିବା ବେଳେ ଉଭୟଙ୍କୁ ଜେରା ଜାରି ରଖିଛି । ସେହିପରି ସୀମାରେ ପାଟ୍ରୋଲିଂ ମଧ୍ୟ କଡାକଡି କରିଛି ସୁରକ୍ଷା ବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.