ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ତାଣ୍ଡବ ରଚୁଥିବା ବେଳେ ବ୍ଲାକ ଫଙ୍ଗସ ସଂକ୍ରମଣ ମ୍ୟୁକରମାଇକୋସିସରେ ଏବେ 2000 ଲୋକ ସଂକ୍ରମିତ ହେଲେଣି । ଏଥି ମଧ୍ୟରୁ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଯେଉଁମାନେ କୋଭିଡରୁ ସୁସ୍ଥ ହୋଇଛନ୍ତି ସେମାନଙ୍କ ଠାରେ ଏହି ସଂକ୍ରମଣ ଦେଖା ଦେଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ଜଣାପଡିଛି ।
ଏହି ଫଙ୍ଗସ ସଂକ୍ରମଣ କାରଣରୁ କିଛି ଲୋକ ଦୃଷ୍ଟି ଶକ୍ତି ମଧ୍ୟ ହରାଇଛନ୍ତି । ତେବେ ଖାଲି ମହାରାଷ୍ଟ୍ର ନୁହେଁ ଦେଶରେ କିଛି ରାଜ୍ୟରେ ମଧ୍ୟ ଏଥିରେ ଲୋକ ସଂକ୍ରମିତ ହୋଇଛନ୍ତି । ଓଡିଶା, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, ଓ ରାଜସ୍ତାନରେ ଏହି ମାମଲା ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ