ETV Bharat / bharat

National Legislative Conference: ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେଲେ 2000 ବିଧାୟକ - ମହାରାଷ୍ଟ୍ର ଖବର

ମୁମ୍ବାଇରେ 3 ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ । ଏକାଠି ହେବେ ଦେଶବ୍ୟାପୀ 2 ହଜାର ବିଧାୟକ । ଦୃଢ ନେତୃତ୍ୱ, ଗଣତନ୍ତ୍ର, ଶାସନ ଉପରେ ହେବ ଏକାଧିକ ଆଲୋଚନା । ଅଧିକ ପଢନ୍ତୁ

National Legislative Conference: ମୁମ୍ବାଇରେ ଏକାଠି ହେବେ 2 ହଜାର ବିଧାୟକ

author img

By

Published : Jun 15, 2023, 10:59 PM IST

ମୁମ୍ୱାଇ: ଦେଶ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି 2000 ରୁ ଅଧିକ ବିଧାୟକ । ମୁମ୍ବାଇରେ ଆୟୋଜିତ ରାଷ୍ଟ୍ରୀୟ ବିଧାନସଭା ସମ୍ମିଳନୀ (National Legislative Conference) ରେ ଏହି ବିଧାୟକମାନେ ଏକାଠି ହେବେ । ଦୃଢ ନେତୃତ୍ୱ, ଗଣତନ୍ତ୍ର, ଶାସନ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ଗୋଟିଏ ପ୍ଲାଟଫର୍ମରେ ଏହି ନିର୍ବାଚିତ ବିଧାୟକମାନେ ମତ ବିନିମୟ ଓ ମାନସମନ୍ଥନ କରିବେ । ପୁଣେ ସ୍ଥିତ MIT ସ୍କୁଲ ଅଫ୍ ଗମେଣ୍ଟ ଦ୍ବାରା ଆୟୋଜିତ ଏହି ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ ଚଳିତ 15 ରୁ 17 ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଅନୁଷ୍ଠିତ ହେଉଛି । ଦେଶର ସମସ୍ତ ବିଧାନସଭାଗୁଡ଼ିକର ବାଚସ୍ପିତ ଏବଂ ବିଧାନ ପରିଷଦର ଅଧ୍ୟକ୍ଷମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆଜି ଉଦଘାଟନୀ ଦିବସରେ, ରାଷ୍ଟ୍ର ନିର୍ମାଣ, ଜାତୀୟ ଐକୀକରଣ ଏବଂ ଦେଶର ସାମଗ୍ରିକ ନିରନ୍ତର ବିକାଶର ଚିନ୍ତାଧାରା ଶୀର୍ଷକ ଆଲୋଚନା ଚକ୍ର ରଖାଯାଇଛି । ଏହି ସମ୍ମିଳନୀ 17 ତାରିଖରେ ଶେଷ ହେବ । ଏହି ସମ୍ମିଳନୀରେ 40 ଟି ସମାନ୍ତରାଳ ଆଲୋଚନାଚକ୍ର ଅଧିବେଶନ ଆୟୋଜକମାନେ ସୂଚନା ଦେଇଛନ୍ତି । ଏହି ବିଧାନସଭା ପରିଚାଳନା କମିଟିରେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ମନୋହର ଯୋଶୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ଶିବରାଜ ପାଟିଲ ଚକୁରକର ପ୍ରମୁଖ ରହିଛନ୍ତି । ଏହି ରାଷ୍ଟ୍ରୀୟ ବିଧାନସଭା ସମ୍ମିଳନୀରେ ଆଲୋଚନା ହେବ ବୋଲି ଆୟୋଜକମାନେ ମଧ୍ୟ ସୂଚନା ଦେଇଛନ୍ତି । ସ୍ଥାୟୀ ବିକାଶର ମାଧ୍ୟମ ଏବଂ ପ୍ରଭାବ, ଦୁଇଟି ମୁଖ୍ୟ ବିଷୟବସ୍ତୁ ସହିତ ଜନକଲ୍ୟାଣ ଯୋଜନା, ସମାଜର ଶେଷ ବ୍ୟକ୍ତିଙ୍କ ଉନ୍ନତି, ଅର୍ଥନୈତିକ ପ୍ରଗତି ପାଇଁ ପ୍ରଯୁକ୍ତିବିଦ୍ୟା ଆଲୋଚନାର ବିଷୟ ହେବ ।

ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ମୋଟ 1700 ବିଧାୟକ ଭାଗ ନେବାକୁ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଛନ୍ତି । ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ଏହି ସର୍ବଭାରତୀୟ ତଥା ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀର ଆୟୋଜନ କରାଯାଉଛି । ଉତ୍ତମ ଶାସନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ କ୍ରିୟାଶୀଳ କରିବା ଉପରେ ଗୁରୁତ୍ବାରୋପ କରାଯିବ । ବିଭିନ୍ନ ରାଜନୈତିକ, ସାମାଜିକ ଓ ଉନ୍ନତିମୂଳକ ପ୍ରସଙ୍ଗରେ ଦେଶବ୍ୟାପୀ ବିଧାୟକମାନେ ସେମାନଙ୍କ ମତ ବିନିମୟ କରିବା ସହ ମାନସ ମନ୍ଥନର ଏକକ ମଞ୍ଚର ସୁଯୋଗ ପାଇବେ । ଏହି ସର୍ବଭାରତୀୟ ସମ୍ମିଳନୀରେ ବିକାଶ ଖସଡାର ଏକ ଭିନ୍ନ ମାର୍ଗ ପ୍ରସ୍ତୁତ ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.