ETV Bharat / bharat

Encounter In J&K: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ - ପୁଲୱାମା ଏନକାଉଣ୍ଟର

ଜମ୍ମୁ କାଶ୍ମୀର ପୁଲୱାମା ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀକୁ (security forces) ସଫଳତା । ପୁଣି ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ(୨ terrorist killed in jk) ସଫଳ ହୋଇଛି ଭାରତୀୟ ସେନା । ଅଧିକ ପଢନ୍ତୁ

ସେନା ଗୁଳିରେ ଟଳିଲେ ୨ ଆତଙ୍କୀ
ସେନା ଗୁଳିରେ ଟଳିଲେ ୨ ଆତଙ୍କୀ
author img

By

Published : Dec 1, 2021, 11:09 AM IST

ଶ୍ରୀନଗର: ଜମ୍ମୁକାଶ୍ମୀର ପୁଲୱାମା ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀକୁ (security forces) ସଫଳତା । ପୁଣି ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ(୨ terrorist killed in jk) ସଫଳ ହୋଇଛି ଭାରତୀୟ ସେନା । ଆଜି ପୁଲୱାମାରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳତା ପାଇଛି ସୁରକ୍ଷାବଳ ।

: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ

ନିହତ ଦୁଇ ଆତଙ୍କୀ ହେଲେ ଜମ୍ମୁ ପୁଲୱାମା ଜିଲ୍ଲା ରାଜପୋରା କସାବ ୟାର ଅଞ୍ଚଳର ୟାସିର ପାରି ଓ ଫାରୁକ । ଆତଙ୍କୀ ଲୁଚିଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୋଲିସ,ସେନା ଓ ସିଆରପିଏଫଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ହାସଲ ହୋଇଛି । ନିପାତ ଦୁଇ ଆତଙ୍କୀ ଜୈସ-ଏ ମହମ୍ମଦର ଦୁଇ ଟପ କମାଣ୍ଡର ବୋଲି ଜଣାପଡିଛି। ଏକାଧିକ ଆତଙ୍କୀ ଆକ୍ରମଣରେ ଏମାନେ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉ କି, ଏହା ପୂର୍ବରୁ ଗତ ନଭେମ୍ବର ୨୪ରେ ଶ୍ରୀନଗର ନିକଟବର୍ତ୍ତୀ ରାମବାଗରେ ୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ସେନା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.