ETV Bharat / bharat

Encounter In Budgam: ସେନା ଗୁଳିରେ ୨ ଆତଙ୍କୀ ନିପାତ

author img

By

Published : Jan 17, 2023, 12:06 PM IST

ମାଗାମ ଅଞ୍ଚଳର ରେଡବୁଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର । ୨ ଆତଙ୍କୀ ନିପାତ ହୋଇଥିଲା ସୂଚନା । ଅଧିକ ପଢନ୍ତୁ

Encounter In Budgam
Encounter In Budgam

ଶ୍ରୀନଗର: ଜମ୍ମୁ କାଶ୍ମୀରର ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ସୂଚନା । ମାଗାମ ଅଞ୍ଚଳର ରେଡବୁଗରେ ଏହି ଏନକାଉଣ୍ଟର ଗତ ରବିବାର ଆରମ୍ଭ ହୋଇଥିଲା । ଆଜି ଦୁଇ ଆତଙ୍କୀ ନିହତ ହୋଇଥିବା କାଶ୍ମୀର ଜୋନ୍‌ ପୋଲିସ ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଛି । ଉକ୍ତ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

  • J&K | Police and Army cordoned off the area in Budgam after gunshots were heard in the area; efforts are underway to nab the terrorists.

    — ANI (@ANI) January 17, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁଯାୟୀ ବଡଗାମ ଜିଲ୍ଲାର ରେଡବୁଗ ଅଞ୍ଚଳରେ ଆତଙ୍କି ଲୁଚି ରହିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହିନୀ । ଏନେଇ ରବିବାର ଦିନ ଆତଙ୍କବାଦୀ ସନ୍ଦେହରେ ଏକ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା ସୁରକ୍ଷାବାହିନୀ । ସେହି ସମୟ ଆତଙ୍କବାଦୀ ଗୁଳି ଚଳାଇଥିଲେ । ଯାହାର ଯବାବରେ ସୁରକ୍ଷାବାହିନୀ ଗୁଳି ଚଳାଇ ଦୁଇ ଆତଙ୍କବାଦୀକୁ ନିପାତ କରିଥିବା ସୂଚନା ରହିଛି । ଗିରଫ ଦୁଇ ଆତଙ୍କବାଦୀ ହେଉଛନ୍ତି ପୁଲୱାମାର ଅରବାଜ ମୀର ଏବଂ ସହିଦ ଶୈଖ । ଏମାନେ ଏନଇଟି ଆତଙ୍କବାଦୀ ସଂଗଠନ ସହ ଜଡିତ । ଉଭୟଙ୍କ ନିକଟରୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ । ଏନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଜମ୍ମୁ କାଶ୍ମୀର ପୋଲିସ ।

ତେବେ କ୍ରମାଗତ ଭାବେ ଭାରତୀୟ ସେନାଙ୍କୁ ସଫଳତା ମିଳି ଚାଲିଛି । ଗୋଟିଏ ପରେ ଗୋଟିଏ ଆତଙ୍କୀଙ୍କୁ ନିପାତ କରୁଛି ସୁରକ୍ଷାବାହିନୀ । ଗତବର୍ଷ ଘାଟିରେ ଆତଙ୍କବାଦ ନିରୋଧୀ ଅପରେସନରେ ସୁରକ୍ଷାବଳ ଗୁଳିରେ ମୋଟ ୧୭୨ ଆତଙ୍କୀ ନିପାତ କରିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ସେମାନଙ୍କ ମଧ୍ୟରେ ୨୪ଜଣ ସୀମାପାର ତଥା ପାକିସ୍ତାନୀ ଆତଙ୍କୀ ରହିଥିବା ବେଳେ ଅବଶିଷ୍ଟ ସ୍ଥାନୀୟ ଆତଙ୍କବାଦୀ ଥିବା ସୂଚନା ରହିଛି । ୨୦୨୨ରେ ଜମ୍ମୁ କାଶ୍ମୀରରେ ମୋଟ ୯୩ଟି ସଫଳ ଏନକାଉଣ୍ଟର ହୋଇଥିଲା । ନିପାତ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ସର୍ବାଧିକ ୧୦୮ ଆତଙ୍କବାଦୀ ନିଷେଧ ଘୋଷଣା ହୋଇଥିବା ଆତଙ୍କବାଦୀ ଗୋଷ୍ଠୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଓ ଲସ୍କର-ଏ-ତୋଏବାର ସକ୍ରିୟ ସଦସ୍ୟ ରହିଥିଲେ । ସେହିପରି ଜୈଶ-ଏ-ମହମ୍ମଦର ୩୫ଜଣ ଆତଙ୍କୀ ସେନା ଅପରେସନରେ ନିପାତ ହୋଇଥିଲେ ।

ଚଳିତ ବର୍ଷ ପ୍ରାରମ୍ଭରୁ ଜମ୍ମୁକାଶ୍ମୀରରେ ଆତଙ୍କ ଖେଳାଇଥିଲେ ଆତଙ୍କବାଦୀ । ଦାଙ୍ଗୀର ଗ୍ରାମରେ ୩ଟି ଘରେ ଆତଙ୍କୀ ଗୁଳିମାଡ କରିବାରୁ ୫ ଜଣଙ୍କର ମୃତ୍ୟୁ ହେବା ସହ ୫ଜଣ ଗୁରୁତର ହୋଇଥିଲେ । ଏହି ଘଟଣାର ପରଦିନ ମଧ୍ୟ ପୁଣି ରଜୌରୀରେ ଭୟଙ୍କର ଆଇଡି ବିସ୍ଫୋରଣ ହୋଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.