ETV Bharat / bharat

50 ଲକ୍ଷର ହୀରା ଜବତ, ଓଡିଶାର ଦୁଇ ତସ୍କରଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ

ଝାଡଖଣ୍ଡ ଗରିଆବନ୍ଦରୁ 50 ଲକ୍ଷର ହୀରା ଜବତ, ଏହାସହ ଗିରଫ ହେଲେ ଦୁଇ ଓଡିଆ ଯୁବକ । ଜେରା ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

50 ଲକ୍ଷର ହୀରା ଜବତ, ଓଡିଶାର ଦୁଇ ଟସ୍କରଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ

author img

By

Published : Jun 1, 2022, 6:10 PM IST

ରାଞ୍ଚି: ଛତିଶଗଡର ଗରିଆବନ୍ଦ ଜିଲ୍ଲାରେ ପୋଲିସ କବ୍ଜାରେ ହୀରା ତସ୍କରୀ ଗ୍ୟାଙ୍ଗ । ପୋଲିସ ଏହି ମାମଲାରେ 745 ଖଣ୍ଡ ହୀରା ସହ ଦୁଇ ଅଭିଯୁକ୍ତ ତସ୍କରଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଜବତ ହୀରାର ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ହେବା ନେଇ ପ୍ରାଥମିକ ଆକଳନରୁ ଅନୁମାନ କରାଯାଉଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ଖୋକନ ଢାଲି ଓ ବିଳ୍ପବ ଢାଲି, ସେମାନେ ଓଡିଶାର ନବରଙ୍ଗପୁର ଜିଲ୍ଲାର ବାସିନ୍ଦା ହୋଇଥିବା ଜଣାପଡିଛି ।

ଦୁଇ ବ୍ୟକ୍ତି କିଛି ହୀରା ଖଣ୍ଡ ବିକ୍ରି କରିବା ପାଇଁ ଗ୍ରାହକଙ୍କ ଖୋଜୁଥିବା ଥିବା କୌଣସି ସୂତ୍ରରୁ ସୂଚନା ମଳିବା ପରେ ଟିମ ଗଠନ କରିଥିଲା ସ୍ଥାନୀୟ ପୋଲିସ । ପୋଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଚେକିଂ କଡାକଡି କରିଥିଲା । ଏହି ଚେକିଂ ସମୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନିକଟରୁ 745 ହୀରା, ଦୁଇଟି ଚକିଆ ଯାନ ଏବଂ ମୋବାଇଲ ଜବତ କରାଯାଇଛି ।

ହୀରା ସମ୍ପର୍କରେ ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିବାରୁ ଏହା ଏକ ଚୋରାଚାଲାଣ ବୋଲି ପୋଲିସ କହିଛି । ଧାରା 379,34 , 4 (21) ରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.