ETV Bharat / bharat

2 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲା ଜମ୍ମୁ କାଶ୍ମୀର ପ୍ରଶାସନ

author img

By ETV Bharat Odisha Team

Published : Oct 1, 2023, 4:38 PM IST

ଦୁର୍ନୀତି ଅଭିଯୋଗରେ ଗିରଫ 2 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲା ଜମ୍ମୁ କାଶ୍ମୀର ପ୍ରଶାସନ । ଅଧିକ ପଢନ୍ତୁ

2 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲା ଜମ୍ମୁ କାଶ୍ମୀର ପ୍ରଶାସନ
2 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲା ଜମ୍ମୁ କାଶ୍ମୀର ପ୍ରଶାସନ

ଶ୍ରୀନଗର: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦୁଇ ପୋଲିସ ଅଧିକାରୀଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛି ସ୍ଥାନୀୟ ଜମ୍ମୁ କାଶ୍ମୀର ପ୍ରଶାସନ । ଉପରାଜ୍ୟପାଳଙ୍କ ପ୍ରଶାସନ ଆଜି (ରବିବାର) ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଡିଏସପି ଶେଖ ଆଦିଲ ଏବଂ ବଡଗାମ ଅତିରିକ୍ତ ପୋଲିସ ଅଧୀକ୍ଷକ ଗୌହର ଅହମ୍ମଦ ଖାନଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ ଗୋୟଲ ଆଜି (ରବିବାର) ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଜାରି ବିଜ୍ଞପ୍ତି ଅନୁସାରେ, ଶେଖ ଆଦିଲଙ୍କ କ୍ଷେତ୍ରରେ ଏହି ନିଲମ୍ବନ ଆଦେଶ ଚଳିତମାସ (ସେପ୍ଟେମ୍ବର) 21 ତାରିଖରୁ ଲାଗୁ ହେବ । କାରଣ ଏହି ଦିନ ହିଁ ତାଙ୍କୁ ଗିରଫ କରାଯାଇଥିଲା । ଡିଏସପି ଶେଖ ଆଦିଲଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା 7, 7-A ଓ ଧାରା 167 ଅନୁଯାୟୀ FIR (ନମ୍ବର 149/2023) ହୋଇଥିଲା । ପ୍ରାଥମିକ ତଦନ୍ତ ପରେ ସେ ଦୁର୍ନୀତିରେ ସମ୍ପୃକ୍ତି ଥିବା ଓ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ ଆଇପିସିର ଧାରା 193, 201, 210, 218 ଓ 221ରେ ମାମଲା ରୁଜୁ ହୋଇଥିଲା । ଏହି ଦିନଠାରୁ ତାଙ୍କ ବିରୋଧରେ ଆଜି ଜାରି ହୋଇଥିବା ନିଲମ୍ବନ ଆଦେଶ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ନିଲମ୍ବନ ଅବଧି ଜାରି ରହିଥିବା ବେଳେ ଆଦିଲ ଜୋନାଲ ମୁଖ୍ୟାଳୟରେ ରହିବ । ତଦନ୍ତର ସାମ୍ନା କରିବେ ।

ଏହା ମଧ୍ୟ ପଢନ୍ତୁ:- ଫିଟ୍ ରହିବେ ପୋଲିସ ବାବୁ; ୧୦୦ଟି ଥାନାରେ ଖୋଲିବ ମିନି ଜିମ୍

ସେହିପରି ଅନ୍ୟ ଏକ ବିଜ୍ଞପ୍ତି ଅନୁସାରେ, ବଡଗାମ ଅତିରିକ୍ତ ପୋଲିସ ଅଧୀକ୍ଷକ ଗୌହର ଅହମ୍ମଦ ଖାନଙ୍କୁ ମଧ୍ୟ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ସେ ମଧ୍ୟ ଏହି ନିଲମ୍ବିତ ଅବଧି ମଧ୍ୟରେ ଜୋନାଲ ମୁଖ୍ୟାଳୟରେ ରହିବେ । ଡିଏସପି ଶେଖ ଆଦିଲଙ୍କ ବିରୋଧରେ ମାମଲାର ତଦନ୍ତ କରିବା ପାଇଁ ପୋଲିସ ଏକ 5 ଜଣିଆ ଟିମ ଗଠନ କରିଛି । ଏହି ତଦନ୍ତକାରୀ ଟିମର ନେତୃତ୍ବ ଜଣେ ଏସପି ପାହ୍ୟାର ଅଧିକାରୀ ନେଉଛନ୍ତି । ତଦନ୍ତ ଏବେ ଜାରି ରହିଛି । ଦୁର୍ନୀତି ମାମଲାରେ ତାଙ୍କ ସମ୍ପତ୍ତି ମଧ୍ୟ ଜବତ କରାଯାଇଛି । ଦୁର୍ନୀତି ଅଭିଯୋଗ ବ୍ୟତୀ ଅନ୍ୟ କେତକ ସଙ୍ଗୀନ ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି ।

ଏହା ମଧ୍ୟ ପଢନ୍ତୁ:-କୁକି ସମ୍ପ୍ରଦାୟ ପାଇଁ ମଣିପୁରରେ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଦାବି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.