ETV Bharat / bharat

ପାକିସ୍ତାନର ଯୋଜନା ପଣ୍ଡ, 2ଟି ଡ୍ରୋନ୍‌କୁ ଗୁଳି କରି ଖସାଇଲେ ସୁରକ୍ଷାକର୍ମୀ - ପାକିସ୍ତାନୀ ଡ୍ରୋନ

ପୁଣି ଜବତ ହେଲା ପାକିସ୍ତାନୀ ଡ୍ରୋନ। ପଞ୍ଜାବର ଅମୃତସର ଏବଂ ତର୍ନ ତରନରୁ ଏହି ଡ୍ରୋନକୁ ଗୁଳିକରି ଖସାଇଛନ୍ତି ଭାରତୀୟ ସୀମା ସୁରକ୍ଷାକର୍ମୀ । ସୀମାରେ ସୁରକ୍ଷା ବଳୟ ଆହୁରି କଡ଼ାକଡ଼ି।

ପାକିସ୍ତାନର ଯୋଜନା ପଣ୍ଡ
ପାକିସ୍ତାନର ଯୋଜନା ପଣ୍ଡ
author img

By

Published : Aug 8, 2023, 6:49 AM IST

ଚଣ୍ଡିଗଡ଼: ପୁଣି ପାକିସ୍ତାନ ପଠାଇଥିବା ଡ୍ରୋନ୍‌ ଖସାଇଲେ ସୁରକ୍ଷାକର୍ମୀ । ଗୋଟିଏ ଦିନରେ 2ଟି ଡ୍ରୋନକୁ ଜବତ କରିଛନ୍ତି ସୀମା ସୁରକ୍ଷା ବଳ । ପଞ୍ଜାବର ଅମୃତସର ଏବଂ ତର୍ନ ତରନ ଜିଲ୍ଲାରୁ ଏହି ଡ୍ରୋନକୁ ଜବତ କରାଯାଇଛି । ତେବେ ଡ୍ରୋନ 2ଟିକୁ ଉଦ୍ଧାର କରାଯିବା ପରେ ସୀମାରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ପଞ୍ଜାବର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ବାରମ୍ବାର ପାକିସ୍ତାନ ଦ୍ବାରା ପଠାଯାଉଥିବା ଡ୍ରୋନକୁ ଉଦ୍ଧାର କରାଯାଉଛି । ତେବେ ସଦ୍ୟତମ ମିଳିଥିବା ସୂଚନା ଅନୁସାରେ ପୁଣିଥରେ ପାକିସ୍ତାନରୁ ପଠାଯାଇଥିବା 2ଟି ଡ୍ରୋନକୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସୀମା ସୁରକ୍ଷାକର୍ମୀମାନେ ଉଦ୍ଧାର କରିଛନ୍ତି । ଅଗଷ୍ଟ 6 ତାରିଖ ଦିନ 10ଟା ସମୟରେ ପଞ୍ଜାବର ଅମୃତସର ଏବଂ ତର୍ନ ତରନରୁ ଏହି ଡ୍ରୋନକୁ ଗୁଳିକରି ଖସାଇଛନ୍ତି ଭାରତୀୟ ସୀମା ସୁରକ୍ଷାକର୍ମୀ ।

ସୀମା ସୁରକ୍ଷା ବଳ ଏବଂ ସ୍ଥାନୀୟ ପୋଲିସର ମିଳିତ ଅପରେସନ ବେଳେ ଅମୃତସର ଜିଲ୍ଲା ରତ୍ନ ଖୁର୍ଦ ନିକଟସ୍ଥ ଅଞ୍ଚଳରେ ପାକିସ୍ତାନରୁ ଭାରତ ସୀମା ଭିତରକୁ ପ୍ରବେଶ କରୁଥିବା ଡ୍ରୋନ୍‌ର ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ଯବାନମାନେ ତୁରନ୍ତ ଡ୍ରୋନ୍‌ ଉପରକୁ ଗୁଳିମାଡ଼ କରିଥିଲେ ଫଳରେ ବ୍ୟାଟେରି ସହିତ ଏକ ଡ୍ରୋନ୍‌କୁ ଏକ କ୍ଷେତରୁ ଉଦ୍ଧାର କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ଟଳିଲେ 2 ଆତଙ୍କବାଦୀ

ତେବେ ପ୍ରଥମ ଡ୍ରୋନଟି ଅମୃତସରରୁ ଉଦ୍ଧାର ହୋଇଥିବା ବେଳେ, ସେହି ସମାନ ଦିନରେ ସୀମା ସୁରକ୍ଷାକର୍ମୀ ଏବଂ ପଞ୍ଜାବ ପୋଲିସ ଅନ୍ୟ ଗୋଟିଏ ଡ୍ରୋନକୁ ତର୍ନ ତରନର ରାଜକୋଟ ଅଞ୍ଚଳରୁ ଉଦ୍ଧାର କରିଛନ୍ତି । ଏହାପରେ ସୁରକ୍ଷାକର୍ମୀ ଏବଂ ପଞ୍ଜାବ ପୋଲିସ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଦିନକୁ ଦିନ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଦେଖି ସୀମାରେ ସୁରକ୍ଷା ବଳୟକୁ ଆହୁରି କଡ଼ାକଡ଼ି କରାଯାଇଛି । ନିଶା କାରବାରରେ ଏହି ଡ୍ରୋନ୍‌ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି ।

ଏହା ପୁର୍ବରୁ ଡିସେମ୍ବର 4 ତାରିଖରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ କରି ଭାରତ ଅଞ୍ଚଳକୁ ପ୍ରବେଶ କରିଥିବା ପାକିସ୍ତାନୀ ଡ୍ରୋନକୁ ମଧ୍ୟ ଖସାଇଥିଲେ ସୁରକ୍ଷାକର୍ମୀ । ସୂଚନା ଅନୁସାରେ, ନିକଟରେ ପଞ୍ଜାବ ପୋଲିସ ସୀମାନ୍ତ ଅଞ୍ଚଳରେ 77କିଗ୍ରା ହିରୋଇନ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ 400 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପଞ୍ଜାବ ପୋଲିସ ଡିଜିପି ଗୌରଭ ଯାଦବଙ୍କ ନେତୃତ୍ବରେ ଏହି ଅପରେସନ ଆରମ୍ଭ କରାଯାଇଥିଲା ।

ସେହିପରି ଉତ୍ତର କାଶ୍ମୀରର କୁପଓ୍ବାର ଜିଲ୍ଲା ଅନ୍ତର୍ଗତ ଟଙ୍ଗଧର ସେକ୍ଟର ନିକଟରେ ଆତଙ୍କୀମାନେ ଭାରତୀୟ ସୀମାରେଖା ଅତିକ୍ରମ କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.