ETV Bharat / bharat

ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ: ଭାରତୀୟ ଯବାନଙ୍କ ଗୁଳିରେ 2 ପାକିସ୍ତାନୀ ଯବାନ ମୃତ

ସୀମାରେ ଥମୁନି ପାକିସ୍ତାନର ବଦମାସୀ । ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକ୍‌ । ଭାରତୀୟ ଯବାନଙ୍କ କଡା ଜବାବ । 2 ପାକିସ୍ତାନୀ ଯବାନ ମୃତ ।

author img

By

Published : Dec 16, 2020, 11:01 AM IST

ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ
ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ । ଜମାରୁ ବି ଚେତୁନି । ସୀମାରେ ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ। ଯାହାର କଡା ଯବାବ ଦେଉଛନ୍ତି ଭାରତୀୟ ସେନା । ଅସ୍ତ୍ରବିରତି ଉଲ୍ଲଙ୍ଘନ ସମୟରେ ଗତକାଲି ଭାରତୀୟ ଯବାନଙ୍କ ଗୁଳିରେ ପୁଣି 2 ପାକିସ୍ତାନୀ ଯବାନଙ୍କର ମୃତ୍ୟୁ ହୋଇଛି ।

ଏଲଓସି ନିକଟ ନୌସେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବାବେଳେ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଯେଉଁଥିରେ ଦୁଇ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାପୂର୍ବରୁ ଡିସେମ୍ବର 10 ତାରିଖରେ ମଧ୍ୟ ଭାରତୀୟ ଯବାନଙ୍କ ଗୁଳିରେ 5 ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିଲା ।

ଡିସେମ୍ବର 10 ତାରିଖରେ 3 ଜଣ ପାକିସ୍ତାନୀ ଯବାନ ଆହତ ହୋଇଥିବାର ସୂଚନା ମଧ୍ୟ ମିଳିଥିଲା । ସୂଚନାଥାଉକି, ଡିସେମ୍ବର 10ରେ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ଏଲଓସି(ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଗୁଳିବିନିମୟ ହୋଇଥିଲା । ପାକିସ୍ତାନ ପଟୁ ମାଙ୍କୋଟ ସେକ୍ଟରରେ ଗୁରୁବାର ରାତିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ଏଥିରେ ଭାରତର ସାଧାରଣ ନାଗରିକଙ୍କ ଅନେକ କ୍ଷୟକ୍ଷତି ଘଟିଥିଲା ।

ତେବେ ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ଫାୟାରିଂ କରିଥିଲା । ଯେଉଁଥିରେ 5 ଜଣ ପାକିସ୍ତାନୀ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଥିଲେ । ଏହାସହ ପାକିସ୍ତାନର ଅନେକ ବଙ୍କର ମଧ୍ୟ ଧ୍ବଂସ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.