ଶ୍ରୀନଗର: କୁଲଗାମ୍ ଜିଲ୍ଲା ନୌପୁରାରେ ସୁରକ୍ଷାକର୍ମୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ବୁଧବାର ଅପରାହ୍ଣରେ ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ମୀର୍ ବଜାରରେ ସୁରକ୍ଷାକର୍ମୀ କର୍ଡନ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ ।
ଏହାପରେ ଏଠାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହାରି ମଧ୍ୟରେ କିଛି ଆତଙ୍କବାଦୀ ସୁରକ୍ଷାକର୍ମୀ ଓ ପୋଲିସ ଉପରକୁ ଗୁଳି ଚାଳନା କରି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ସୁରକ୍ଷାକର୍ମୀ ଏନକାଉଣ୍ଟର କରି ଘଟଣାସ୍ଥଳରେ ଦୁଇ ଆତଙ୍କୀଙ୍କୁ ଟଳାଇବାକୁ ସକ୍ଷମ ହୋଇଛନ୍ତି । ଏହାକୁ ନେଇ ଦକ୍ଷିଣ କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ମୀର ବଜାରରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ରିହଥିଲା । ତେବେ ଦୁଇଙ୍କୁ ନିପାତ କରିବା ସହ ସୁରକ୍ଷାକର୍ମୀ ଚମ୍ପଟ ମାରିବାର ସମସ୍ତ ରାସ୍ତାକୁ ସିଲ୍ କରିଛନ୍ତି । କୌଣସି ମତେ ଆତଙ୍କବାଦୀ ଏଠାରୁ ଖସି ପାରିବେ ନାହିଁ ବୋଲି କହିଛି ପୋଲିସ ।