ETV Bharat / bharat

ଖରାପ ପାଗ ପାଇଁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କଲା ଦୁଇ ବିମାନ

author img

By

Published : Feb 27, 2023, 8:39 AM IST

ଦିଲ୍ଲୀରୁ କାଠମାଣ୍ଡୁକୁ ଉଡାଣ ଆରମ୍ଭ କରିଥିବା ଦୁଇ ବିମାନ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ

two Kathmandu bound flights diverted to Lucknow

ଲକ୍ଷ୍ନୌ: ଖରାପ ପାଗ ଯୋଗୁଁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଦୁଇ ବିମାନ । ଦିଲ୍ଲୀରୁ ନେପାଳର କାଠମାଣ୍ଡୁ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ଭିସ୍ତାର ଓ ଇଣ୍ଡିଗୋ ବିମାନ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି । ପ୍ରାୟ ଏକ ଘଣ୍ଟା ପରେ କାଠମାଣ୍ଡୁ ବିମାନବନ୍ଦରରେ ପାଗ ଅନୁକୂଳ ହେବାରୁ ପୁଣି ଦୁଇ ବିମାନ ଉଡାଣ ଆରମ୍ଭ କରିଥିବା ଲକ୍ଷ୍ନୌ ବିମାନ ବନ୍ଦର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପ୍ରଥମେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ଏୟାରଲାଇନ୍ସର ୟୁକେ 155 ବିମାନ । ମଝି ଆକାଶରେ ବିମାନଟି ଉଡାଣ କରୁଥିବା ବେଳେ କାଣ୍ଡମାଣ୍ଡୁରେ ପାଗ ଖରାପ ଥିବା ସୂଚନା ମିଳିଥିଲା । ଏହାପରେ ବିମାନଟି କାଣ୍ଡମାଣ୍ଡୁ ଯିବା ପରିବର୍ତ୍ତେ ସନ୍ଧ୍ୟା 5ଟା 30 ମିନିଟ ସମୟରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ବିମାନ ବନ୍ଦରରେ ଅବତରଣ କରିଥିଲା । ଏହାର ଠିକ ଅଧ ଘଣ୍ଟା ପରେ ଇଣ୍ଡିଗୋ ବିମାନ 6E 33 ନୂଆଦିଲ୍ଲୀରୁ କାଠମାଣ୍ଡୁକୁ ଉଡାଣ ଆରମ୍ଭ କରିଥିବା ବେଳେ ସନ୍ଧ୍ୟା 6 ଟାରେ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିଥିଲା । ପ୍ରାୟ ଏକ ଘଣ୍ଟା ପରେ କାଠମାଣ୍ଡୁରେ ପାଗ ଭଲ ରହିଥିବା ସୂଚନା ମିଳିବା ପରେ ଇଣ୍ଡିଗୋ ଓ ଭିସ୍ତାର ବିମାନକୁ ଉଡାଣ ପାଇଁ ପୁଣି ଥରେ ଅନୁମତି ମିଳିଥିଲା ।

ଏନେଇ ଲକ୍ଷ୍ନୌ ବିମାନ ବନ୍ଦର ମୁଖପାତ୍ର କହିଛନ୍ତି ଯେ,''ରବିବାର ଦିନ କାଠମାଣ୍ଡୁରେ ଖରାପ ପାଗ ରହିଥିଲା। ଦିଲ୍ଲୀରୁ ଦୁଇ ବିମାନ କାଠମାଣ୍ଡୁକୁ ଉଡାଣ ଆରମ୍ଭ କରିଥିବା ବେଳେ ଏହି ସୂଚନା ମଳିଥିଲା। ଏହାପରେ ଭିସ୍ତାରା ଓ ଇଣ୍ଡିଗୋ ବିମାନ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କରିଥିଲା । କିଛି ସମୟ ପରେ ପାଗ ଅନୁକୂଳ ରହିଥିବା ସୂଚନା ମିଳିବା ପରେ ପୁଣି ଦୁଇ ବିମାନ କାଠମାଣ୍ଡୁ ଅଭିମୁଖେ ଉଡାଣ ଆରମ୍ଭ କରିଥିଲେ। ''

ସେହିପରି ରବିବାର ସକାଳ ସମୟରେ ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ଇଣ୍ଡିଗା ବିମାନ 6E-646 । ସୁରଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏହି ବିମାନରେ ପକ୍ଷୀ ମାଡ ହୋଇଥିଲା । କିଛିବି ଅଘଟଣ ଘଟିବା ଆଗରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏହାପରେ ବିମାନକୁ ଯାଞ୍ଚ କରାଯାଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.