ETV Bharat / bharat

Idols Smuggling: 37 ବର୍ଷ ପରେ ଆମେରିକାରୁ ଠାବ ତାମିଲନାଡୁ ମୂର୍ତ୍ତି - ତାମିଲନାଡୁ ମୂର୍ତ୍ତି ଚୋରି ଖବର

37 ବର୍ଷ ତଳେ ଚୋରି ହୋଇଥିବା ଦୁଇଟି ମୂର୍ତ୍ତିକୁ ଆମେରିକାରୁ ଉଦ୍ଧାର କଲା ତାମିଲନାଡୁ ପୋଲିସ । ଅଧିକ ପଢନ୍ତୁ

37 ବର୍ଷ ପରେ ଆମେରିକାରୁ ଠାବ ତାମିଲନାଡୁ ମୂର୍ତ୍ତି

author img

By

Published : Jun 19, 2022, 2:42 PM IST

ଚେନ୍ନାଇ: 37 ବର୍ଷ ପୂର୍ବେ ଚୋରି ହୋଇଥିବା ମୂର୍ତ୍ତି ଆମେରିକାରୁ ଠାବ ହୋଇଛି । ଏକାଦଶ ଶତାଦ୍ଦୀରେ ତେନକାସି ଜିଲ୍ଲା ଆଲୱାକୁରିଚିରୁ ଦୁଇଟି ପଞ୍ଚଲୋହ ମୂର୍ତ୍ତି ଚୋରି ହୋଇଥିଲା । ଆମେରିକାରୁ ଏହି ମୂର୍ତ୍ତି ଦ୍ବୟ ଉଦ୍ଧାର କରାଯାଇ ମନ୍ଦିର ପ୍ରଶାସନକୁ ଫେରାଇ ଦିଆଯାଇଛି । ମୂର୍ତ୍ତି ଚୋରାଚାଲାଣ ନିବାରଣ ୟୁନିଟ୍ ଡିଜିପି ଜୟନ୍ତ ମୁରଲୀ ଏବଂ ମୂର୍ତ୍ତି ସ୍ମଗଲିଙ୍ଗ ପ୍ରତିରୋଧ ୟୁନିଟ୍ ଆଇଜି ଦିନାକରନ୍ ମଦୁରାଇରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଜୟନ୍ତ ମୁରଲୀ କହିଛନ୍ତି, ''ଏକାଦଶ ଶତାବ୍ଦୀରେ ନିର୍ମିତ ଦୁଇଟି ପଞ୍ଚଲୋହ ମୂର୍ତ୍ତି ଗଙ୍ଗାଲା ନାଥର ଏବଂ ଆଦିକର ନନ୍ଦୀ 1985ରୁ ଟେଙ୍କାସୀ ଜିଲ୍ଲାର ନରସିଂହନାଥ ମନ୍ଦିରରୁ ଗାଏବ ହୋଇଯାଇଥିଲେ । ସ୍ଥାନୀୟ ପୋଲିସ ଘଟଣା ବାବଦରେ କିଛି ତଥ୍ୟ ନପାଇ 1986 ମସିହାରେ ଏହି ମାମଲାକୁ ବନ୍ଦ କରିଦେଇଥିଲା । ଏହି ଦୁଇଟି ମୂର୍ତ୍ତି ମୂଲ୍ୟ କୋଟି କୋଟି ଟଙ୍କା ହେବ । ବର୍ତ୍ତମାନ ଆମେରିକାର ନ୍ୟୁୟର୍କ ସିଟି ମ୍ୟୁଜିୟମରୁ ଉଭୟ ମୂର୍ତ୍ତି ଉଦ୍ଧାର କରାଯାଇଥିବା କହିଛନ୍ତି ଡିଜିପି ଜୟନ୍ତ ମୁରଲୀ । କିଏ ମୂର୍ତ୍ତି ନେଇଥିଲା କେତେ ଟଙ୍କାରେ ବିକ୍ରି ହୋଇଥିଲା ତାର ତଦନ୍ତ ଚାଲିଥିବା କହିଛନ୍ତି ଡିଜିପି ।

ଏପର୍ଯ୍ୟନ୍ତ ବିଦେଶରୁ 22ଟି ମୂର୍ତ୍ତି ଉଦ୍ଧାର କରାଯାଇଛି । କେବଳ ଗୋଟିଏ ବର୍ଷରେ ସର୍ବାଧିକ 10 ଟି ମୂର୍ତ୍ତି ଉଦ୍ଧାର କରାଯାଇଛି | ଅଧିକାଂଶ ମୂର୍ତ୍ତି ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆକୁ ଚୋରା ଚାଲାଣ କରାଯାଇଛି । 40ରୁ ଅଧିକ ଭଗବାନଙ୍କ ପ୍ରତିମୂର୍ତ୍ତି ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହିଁ । ତାମିଲନାଡୁରେ ବହୁମୂଲ୍ୟ ଏବଂ ମୂଲ୍ୟବାନ ପ୍ରତିମା ଉପରେ ଏକ ସର୍ଭେ ଚାଲିଛି । ବିଦେଶରୁ ପ୍ରତ୍ୟେକ ଭଗବାନଙ୍କ ପ୍ରତିମା ପୁନଃରୁଦ୍ଧାର ପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ମିଲାପୋର କବାଲିଶ୍ବର ମନ୍ଦିରରେ ନିଖୋଜ ମୟୂର ପ୍ରତିମୂର୍ତ୍ତି ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ଅଛି । ସୁଭାଷ କପୁର ନାମକ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ମୋଟ 5ଟି ମାମଲା ରୁଜ୍ଜୁ କରାଯାଇଛି । ବର୍ତ୍ତମାନ ସେ ଜେଲରେ ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.