ETV Bharat / bharat

Terror Attack In JK: ଦୁଇ ବିଦେଶୀଙ୍କ ସହ ଜଣେ ସ୍ଥାନୀୟ ଆତଙ୍କୀ କରିଥିଲେ ହାମଲା - କାଶ୍ମୀର ଆତଙ୍କୀ ଆକ୍ରମଣ ଘଟଣା

ସୋମବାର କାଶ୍ମୀରରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସାମିଲ ଅଛନ୍ତି ୩ ଆତଙ୍କୀ । ଜଣେ ସ୍ଥାନୀୟ ହୋଇଥିବେଳେ ଅନ୍ୟ ୨ ଜଣ ବିଦେଶୀ ଆତଙ୍କୀ ସାମିଲ ଥିବା ନେଇ କାଶ୍ମୀର ଆ.ଜି.ପି ବିଜୟ କୁମାରଙ୍କ ସୂଚନା । ଅଧିକ ପଢନ୍ତୁ

Terror attack in jk: ୨ ବିଦେଶୀଙ୍କ ସହ ଜଣେ ସ୍ଥାନୀୟ ଆତଙ୍କୀ ଥିଲା ସାମିଲ

author img

By

Published : Dec 14, 2021, 8:04 PM IST

ଶ୍ରୀନଗର: ଗତକାଲି (ସୋମବାର) କାଶ୍ମୀର ଘାଟିରେ ଆତଙ୍କୀ ଆକ୍ରମଣ ଘଟଣାରେ ୨ ଯବାନ ପ୍ରାଣ ହରାଇବା ସହ ୧୪ ଯବାନ ଶହୀଦ ହେବା ଘଟଣାରେ ସୂଚନା ଦେଇଛି କାଶ୍ମୀର ପୋଲିସ । ୨ ବିଦେଶୀ ଆତଙ୍କୀଙ୍କ ସହ ଜଣେ ସ୍ଥାନୀୟ ଆତଙ୍କବାଦୀ ସାମିଲ ରହି ଏହି ଆକ୍ରମଣକୁ ରୂପ ଦେଇଥିବା ସ୍ପଷ୍ଟ କରିଛନ୍ତି କାଶ୍ମୀର ପୋଲିସ ଆଇ.ଜି.ପି ବିଜୟ କୁମାର ।

ଘଟଣା ସମ୍ପର୍କରେ ସୂଚନା ଦେଇ ଆ.ଜି.ପି ବିଜୟ କୁମାର କହିଛନ୍ତି, ଗତକାଲି ସନ୍ଧ୍ୟାରେ ARP ୯ ବାଟାଲିୟନର ୨୫ ଜଣ ଯବାନଙ୍କୁ ନେଇ ଯାଉଥିବା ପୋଲିସ ବସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କୀ । ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ଜଣେ ପୋଲିସ ଏସ.ଆଇଙ୍କ ସମେତ ୨ ପୋଲିସ ଶହୀଦ ହୋଇଥିବା ବେଳେ ୧୧ ଯବାନ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କାରାଯାଇଥିଲା ।

ଆକ୍ରମଣ ପରେ ସୁରକ୍ଷା ବଳ ମଧ୍ୟ ଆତଙ୍କୀଙ୍କୁ କଡା ଯବାବ ଦେଇଥିଲା । ଫଳରେ ସେମାନେ ପୋଲିସର ଅସ୍ତ୍ରସସ୍ତ୍ର ଲୁଟିବାରେ ସଫଳ ହୋଇପାରିନଥିଲେ ବୋଲି କହିଛନ୍ତି ଆଜିପି । ତେବେ ଆତଙ୍କୀମାନେ ମଧ୍ୟ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛନ୍ତି । ସେମାନଙ୍କ ରକ୍ତ ନମୂନା ମଧ୍ୟ ପୋଲିସ ସଂଗ୍ରହ କରିବାରେ ସଫଳ ହୋଇଛି ଓ ଖୁବ ଶୀଘ୍ର ସେମାନଙ୍କୁ ଠାବ କରିବା ନେଇ ମଧ୍ୟ କହିଛନ୍ତି କାଶ୍ମୀର ଆଜିପି ।

ତେବେ ଏହା ଏକ ଯୋଜନାବଦ୍ଧ ଆକ୍ରମଣ । ଏପରି ସ୍ଥଳେ ଯବାନଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ ସହ ଅପରେସନରେ ଭାଗ ନେବା ପାଇଁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି ଆଜିପି । ବିଭିନ୍ନ ମହଲରୁ ଘଟଣାର ନିନ୍ଦା କରାଯିବା ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆକ୍ରମଣକୁ ନିନ୍ଦା କରିବା ସହ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.