ETV Bharat / bharat

ସରିଲା କ୍ବାରେଣ୍ଟାଇନ, ବଡ ଏନକ୍ଲୋଜରକୁ 2 ମାଈ ଚିତାଙ୍କୁ ଛାଡିଲା ବନବିଭାଗ

author img

By

Published : Nov 28, 2022, 7:51 AM IST

କ୍ବାରେଣ୍ଟାଇନରେ ଥିବା ଦୁଇ ନାମ୍ବିଆ ଚିତାଙ୍କୁ ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ କରଯାଇଛି । ଏବେ ନିଜ ଶିକାର ନିଜେ କରିବେ ଚିତା । ଅଧିକ ପଢନ୍ତୁ

ବଡ ଏନକ୍ଲୋଜରକୁ ସ୍ଥାନାନ୍ତର ହେଲେ ୨ ମାଇ ଚିତା

ଭୋପାଳ: ଚିତା ପ୍ରକଳ୍ପ ମାଧ୍ୟମରେ ନାମ୍ବିଆରୁ କୁନୋ ଜାତୀୟ ଉଦ୍ୟାନ(Kuno National Park in Madhya Pradesh)କୁ ଆସିଛନ୍ତି ଆଠ ଚିତା । ରବିବାର 2 ମାଇ ଚିତାଙ୍କୁ ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ କରାଯାଇଛି । ପୂର୍ବରୁ କ୍ବାରେଣ୍ଟାଇନରେ ଥିଲେ ଏହି ଦୁଇ ନାମ୍ବିଆ ଚିତା । ଜାତୀୟ ଉଦ୍ୟାନର ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ଦୁଇ ଚିତାଙ୍କୁ ବଡ ଏନକ୍ଲୋଜରରେ ଛଡାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ବନ ଅଧିକାରୀ ପ୍ରକାଶ କୁମାର ଭର୍ମା ।

ଚଳିତବର୍ଷ ସେପ୍ଟେମ୍ବର 17 ତାରିଖରେ ଜନ୍ମଦିନ ଅବସରରେ ନାମ୍ବିଆରୁ ଆସିଥିବା ଏହି 8 ଚିତାଙ୍କୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଏହି ଚିତାଙ୍କୁ ଏକ ଛୋଟ ଏନକ୍ଲୋଜରରେ ଛଡା ଯାଇଥିଲା । ବର୍ତ୍ତମାନ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ବଡ଼ ଏନକ୍ଲୋଜରରେ ସ୍ଥାନାନ୍ତର କରାଯାଇଛି ଏବଂ ସେମାନେ ନିଜ ଶିକାର ନିଜେ କରିବେ ।

ଏହା ମଦ୍ୟ ପଢନ୍ତୁ-ଗୁଜୁରାଟ ପୋରବନ୍ଦରରେ ଯବାନଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ EC

ତେବେ ଚିତା ପ୍ରକଳ୍ପ ମାଧ୍ୟମରେ ପ୍ରାୟ 70ବର୍ଷ ପରେ ଚିତା ବାଘ ଆଣିଛନ୍ତି କେନ୍ଦ୍ର ସରକାର । ଆଫ୍ରିକୀୟ ଦେଶ ନାମ୍ବିଆ ସହ କେନ୍ଦ୍ର ସରକାରଙ୍କ କଥାବାର୍ତ୍ତା ପରେ ପ୍ରଥମ ପର୍ଯ୍ୟାୟରେ ମୋଟ 8ଟି ଚିତା ଅଣାଯାଇଛି । ତେବେ ବନ୍ୟପ୍ରାଣୀ ବିଷାରଦଙ୍କ ସୂଚନା ଅନୁସାରେ ବର୍ଷ 1947-48 ରେ ଭାରତର ଶେଷ ଚିତାକୁ ଶିକାର କରାଯାଇଥିଲା । ପରେ ଭାରତର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ ଚିତାଙ୍କ ଉପସ୍ଥିତି ନେଇ ଅନୁଧ୍ୟାନ କରାଯାଇଥିଲେ । ସେମାନେ ପ୍ରାୟ ବିଲୁପ୍ତ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଥିଲେ । 1952 ମସିିହାରେ ଭାରତୀୟ ଜଙ୍ଗଲରେ ଚିତା ବାଘ ବଂଶ ସମ୍ପୂର୍ଣ୍ଣ ଲୋପ ପାଇସାରିଥିବା ଭାରତ ସରକାର ବିଧିବଦ୍ଧ ଘୋଷଣା କରିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.