ETV Bharat / bharat

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ଅଘଟଣ, ବିଦ୍ୟୁତ ଆଘାତରେ ୨ ମୃତ

author img

By

Published : Apr 14, 2023, 10:58 AM IST

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକ ମୃତ । ଅଧିକ ପଢନ୍ତୁ

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ବିଦ୍ୟୁତ ତାର ଲାଗି ୨ ମୃତ

ମୁମ୍ବାଇ: ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ବେଳେ ମହାରାଷ୍ଟ୍ରରେ ଏକ ବଡ ଅଘଟଣ ଘଟିଯାଇଛି । ଆମ୍ବେଦକର ଜୟନ୍ତୀ ଅବସରରେ ପାଲଘର ଜିଲ୍ଲା ବିରାର ସହରରେ ଶୋଭାଯାତ୍ରା ଚାଲୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ୨୩ ବର୍ଷୀୟ ସୁମିତ ସୁତ୍ ଏବଂ ୩୦ ବର୍ଷୀୟ ରୁପେଶ ସୁର୍ଭେ । ଗତକାଲି(ଗୁରୁବାର) ବିଳମ୍ବିତ ରାତି ପ୍ରାୟ ସାଢେ ୧୦ଟା ସମୟରେ ଏହି ଅଘଟଣ ଘଟିଥିବା ନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: SCB ମେଡିକାଲରେ ୮୦ ବର୍ଷୀୟ କୋରୋନା ରୋଗୀଙ୍କ ମୃତ୍ୟୁ

ସୂଚନା ଅନୁସାରେ, ଆଜି ଭାରତରତ୍ନ ଭୀମରାଓ ରାମଜୀ ଆମ୍ବେଦକଙ୍କ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ ଗତକାଲି ରାତିରେ ପାଲଘର ଜିଲ୍ଲା ବିରାରର କାର୍ଗିଲ ନଗରରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କିଛି ସାମାଜିକ କର୍ମୀ ଓ ଯୁବକ ରାତି ୯ଟା ସମୟରେ ଶୋଭାଯାତ୍ରାରେ ବାହାରିଥିଲେ । ରାତି ସାଢେ ୧୦ଟାରେ ଶୋଭାଯାତ୍ରା ସରିବା ପରେ ସମସ୍ତେ ସେହି ଗାଡିରେ ଫେରୁଥିଲେ । ଏତିକି ବେଳେ ଶୋଭାଯାତ୍ରା ଗାଡିରେ ଲାଗିଥିବା ଏକ ଲୁହା ରଡ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଲାଗି ଯାଇଥିଲା । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଗାଡିରେ ବସିଥିବା ଦୁଇ ଜଣ ଯୁବକ ସୁମିତ ଓ ରୁପେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Ambedkar Jayanti: ଆଜି ହାଇଦ୍ରାବାଦରେ ଆଇନ ପ୍ରଣେତାଙ୍କ ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ହେବ ଅନାବରଣ

ଖବର ପାଇ ମାତ୍ରେ ସ୍ଥାନୀୟ କର୍ପୋରେଟରଙ୍କ ସମେତ, ସାମାଜିକ କର୍ମୀ, ଭୀମ ସେନା ଏବଂ ଆମ୍ବେଦକରଙ୍କ ସମର୍ଥକମାନେ ହସ୍ପିଟାଲରେ ପହଞ୍ଚିଥିଲେ । ଡେପୁଟି ପୋଲିସ କମିଶନର ସୁହାସ ବାଭଚେ, ଆସିଷ୍ଟାଣ୍ଟ କମିଶନର ରାମଚନ୍ଦ୍ର ଦେଶମୁଖ, ଇନ୍ସପେକ୍ଟର ରାଜେନ୍ଦ୍ର କମ୍ବଲେ, ଡେପୁଟି ତହସିଲଦାର ସିକେ ପାୱାର ଘଟଣଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏନେଇ ଥାନାରେ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ ହୋଇଛି । ଏତେ ବଡ ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହାମଧ୍ୟ ପଢନ୍ତୁ: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧି ଏକତା ପାଇଁ ପ୍ରୟାସ, ରାହୁଲଙ୍କୁ ଭେଟିଲେ ଶରଦ ପାୱାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.