ETV Bharat / bharat

ଦିଲ୍ଲୀରେ ଦୁଇ ଦିନିଆ G-20 ବିଦେଶ ମନ୍ତ୍ରୀଙ୍କ ବୈଠକ, ସମ୍ବୋଧିତ କଲେ ମୋଦି

author img

By

Published : Mar 2, 2023, 11:22 AM IST

ଦିଲ୍ଲୀରେ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ । ବୈଠକକୁ ସମ୍ବୋଧିତ କରି ବୈଶ୍ବିକ ଶାସନ ବିଫଳ ହୋଇଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

G-20 ବିଦେଶ ମନ୍ତ୍ରୀଙ୍କ ବୈଠକ
G-20 ବିଦେଶ ମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଧବାର ଠାରୁ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି । ଭାରତର ଅଧ୍ୟକ୍ଷତାରେ ଏହା ହେଉଛି ଜି-୨୦ ବିଦେଶ ମନ୍ତ୍ରୀଙ୍କ ସର୍ବବୃହତ ସମ୍ମିଳନୀ । ଏଥିରେ ଅଣ ଜି-୨୦ ସଦସ୍ୟ ସମେତ ୪୦ଟି ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରମାନଙ୍କ ମଧ୍ୟରେ ଏକତା, ସେମାନଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟର ଏକତା ଉପରେ ଗୁରୁତ୍ବ ଦେଇଛନ୍ତି । ବୈଠକରେ ଆତଙ୍କବାଦ, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଅଛି । ବିଶେଷକରି ୟୁକ୍ରେନ-ଋଷିଆ ଯୁଦ୍ଧ ବନ୍ଦ ପାଇଁ ବୈଦେଶିକ ମନ୍ତ୍ରୀମାନେ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ଥିମ ସହିତ ଭାରତ ଜି-୨୦ ସମ୍ମିଳନୀର ସଭାପତିତ୍ବ କରିବାକୁ ଯାଉଛି । ଯାହାକି ଉଦ୍ଦେଶ୍ୟର ଏକତା ଓ କାର୍ଯ୍ୟର ଏକତାର ଆବଶ୍ୟକତାକୁ ସଙ୍କେତ ଦେଉଛି । ଆଜିର ବୈଠକ ଠୋସ୍ ଓ ସାଧାରଣ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ ଏକତ୍ରିତ କାର୍ଯ୍ୟ କରିବାର ଭାବନାକୁ ପ୍ରତିଫଳିତ କରିବ ବୋଲି ମୁଁ ଆଶା କରୁଛି । ସେହିପରି ବର୍ତ୍ତମାନ ବହୁପକ୍ଷବାଦ ସଙ୍କଟରେ ପଡିଥିବା ମୋଦି କହିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ କିଛି ବର୍ଷ ମଧ୍ୟରେ ବିଶ୍ବ ଆର୍ଥିକ ସଙ୍କଟ, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ, ଯୁଦ୍ଧର ଅନୁଭୂତି ସ୍ପଷ୍ଟ ରୂପେ ଦର୍ଶାଉଛି କି ବୈଶ୍ବିକ ଶାସନ ବିଫଳ ହୋଇଛି । ଏହି ଅସଫଳତାର ଦୁଃଖଦ ପରିଣାମ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଅଧିକ ଭୋଗିବାକୁ ପଡିଛି । ବର୍ଷ ବର୍ଷର ପ୍ରଗତି ପରେ ଆଜି ନିର୍ଦ୍ଧାରିତ ଲକ୍ଷ୍ୟରୁ ପଛକୁ ଫେରିବାକୁ ପଡୁଛି । ଅନେକ ବିକାଶଶୀଳ ରାଷ୍ଟ୍ରର ନିଜ ଲୋକଙ୍କ ପାଇଁ ଖାଦ୍ୟ ଓ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଚେଷ୍ଟାରେ ଋଣରେ ବୁଡିଛନ୍ତି । ବିତ୍ତଶାଳୀ ରାଷ୍ଟ୍ରଗୁଡିକ ଯୋଗୁଁ ହେଉଥିବା ଗ୍ଲୋବାଲ ୱାର୍ମିଂରେ ମଧ୍ୟ ଏହି ଦେଶଗୁଡିକ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ଭାରତ ଜି-୨୦ ଅଧ୍ୟକ୍ଷତା ଜରିଆରେ ଗ୍ଲୋବାଲ ସାଉଥର ସ୍ବର ହେବାକୁ ଚେଷ୍ଟା କରୁଛି ।

ଭାରତର ବୈଦେଶିକ ସଚିବ ବିନୟ କ୍ବତ୍ରା କହିଛନ୍ତି, ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଏହା ହେଉଛି ସବୁଠୁ ବଡ ସମ୍ମିଳନୀ । ପୂର୍ବରୁ ଅନ୍ୟ କୌଣସି ରାଷ୍ଟ୍ରର ଜି-୨୦ ଅଧ୍ୟକ୍ଷତା ସମୟରେ ଏତେ ସଂଖ୍ୟକ ବୈଦେଶିକ ମନ୍ତ୍ରୀଙ୍କ ସମାଗମ ହୋଇନଥିଲା । ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ, ଋଷ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋଭ, ବ୍ରିଟେନ ବିଦେଶ ସଚିବ, ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ପ୍ରମୁଖ ଏହି ବୈଠକ ପାଇଁ ଭାରତ ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.