ETV Bharat / bharat

ଭାରତ-ନେପାଳ ସୀମାରୁ 2 ଚୀନ ନାଗରିକ ଗିରଫ - 2ଚୀନ ନାଗରିକଙ୍କୁ ଗିରଫ କଲା ଉତ୍ତର ପ୍ରଦେଶ ପୋଲିସ

ଉତ୍ତର ପ୍ରଦେଶ ମହାରାଜଗଞ୍ଜରେ ଭାରତ-ନେପାଳ ସୀମାରେ 2ଚୀନ ନାଗରିକକୁ ଧରି ପୋଲିସ ଜିମା ଦେଲା ସଶସ୍ତ୍ର ସୀମା ବଳ (china citizens caught on Indo nepal border)। ଭିସା ଅବଧି ଶେଷ ହୋଇଥିଲେ ସୁଦ୍ଧା ଫେରିନଥିଲେ ଚୀନ । ବିଭିନ୍ନ ଦିଗରୁ ତଦନ୍ତ କରୁଛି ସ୍ଥାନୀୟ ପୋଲିସ । ଅଧିକ ପଢନ୍ତୁ

2ଚୀନ ନାଗରିକ ଗିରଫ
2ଚୀନ ନାଗରିକ ଗିରଫ
author img

By

Published : Dec 31, 2022, 9:30 PM IST

ହାଇଦ୍ରାବାଦ: ଉତ୍ତର ପ୍ରଦେଶ ମହାରାଜଗଞ୍ଜରେ ଭାରତ-ନେପାଳ ସୀମାରେ ଦୁଇ ଚୀନ ନାଗରିକଙ୍କୁ ଗିରଫ କରାଯାଇଛି (china citizens caught on Indo nepal border)। ଗତକାଲି (ଶୁକ୍ରବାର) ଦୁଇ ଜଣ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ସଶସ୍ତ୍ର ସୀମା ବଳର ଯବାନମାନେ ଧରିଛନ୍ତି । ଉଭୟଙ୍କ ଠାରୁ ଚୀନ ପାସପୋର୍ଟ ଜବତ କରାଯାଇଛି ଓ ଉଭୟଙ୍କ ଭିସା ଅବଧି ଶେଷ ହୋଇସାରିଥିବା ଜଣାପଡିବା ପରେ ଉଭୟଙ୍କୁ ସ୍ଥାନୀୟ ପୋଲିସ ଗିରଫ କରି ଜେରା ଜାରି ରଖିଛି ।

2ଚୀନ ନାଗରିକ ଗିରଫ
2ଚୀନ ନାଗରିକ ଗିରଫ

ସ୍ଥାନୀୟ ମହାରାଜଗଞ୍ଜ ପୋଲିସର ସୂଚନା ଅନୁସାରେ, ଭାରତ-ନେପାଳ ସୋନାଉଲି ସୀମାରେ ବୁଲୁଥିବା ଏହି ଦୁଇ ଚୀନ୍ ନାଗରିକଙ୍କୁ ସୀମା ସଶସ୍ତ୍ର ବଳର ଯବାନମାନେ ଅଟକ ରଖି ଯାଞ୍ଚ କରିଥିଲେ (china citizens caught on Indo nepal border)। ଜଣଙ୍କ ନାମ ଜାଙ୍ଗ ୟିଙ୍ଗଜୁନ ଓ ଅନ୍ୟଜଣଙ୍କ ନାମ ଗୀତ ହୁଇ ବୋଲି ମିଳିଥିବା ପରିଚୟପତ୍ରରୁ ସ୍ପଷ୍ଟ ହୋଇଛି । ଉଭୟଙ୍କ ବୟସ ଯଥାକ୍ରମେ 50 ଓ 52 ବର୍ଷ । ସେମାନଙ୍କ ନିକଟରୁ ରିପବ୍ଲିକ ଚୀନର ପାସପୋର୍ଟ ମଧ୍ୟ ଜବତ କରାଯାଇଛି । ପରେ ସେମାନଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛି ସୁରକ୍ଷାବଳ ।

2ଚୀନ ନାଗରିକ ଗିରଫ
2ଚୀନ ନାଗରିକ ଗିରଫ

ଉଭୟଙ୍କ ଭିସା ଅବଧି ଶେଷ ହୋଇସାରିଥିବା ବେଳେ ସେମାନେ କାହିଁକି ଚୀନ ଫେରିନଥିଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଗୁପ୍ତଚରି ଆଶଙ୍କାକୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇଛି । ସ୍ଥାନୀୟ ମହାରାଜଗଞ୍ଜ ପୋଲିସ ଇମିଗ୍ରେସନ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ସହୟତାରେ ଉଭୟ ବିଦେଶୀ ନାଗରିକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପ୍ରୟାସ ଜାରି ରଖିଛି ।

2ଚୀନ ନାଗରିକ ଗିରଫ
2ଚୀନ ନାଗରିକ ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.