ETV Bharat / bharat

କଅଁଳ ବୟସରେ ଟାଇକୋଣ୍ଡ ଚମ୍ପିଆନ ଦୁଇ ଯାଆଁଳା ଭଉଣୀ - ranchi twin Taekwondo player

ଖେଳନା ଖେଳିବା ସମୟରେ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଦୁଇ ଜାଆଁଳା ଭଉଣୀ । ଭଲକି ପାଟି ଫିଟିନି ହେଲେ ଏବେଠାରୁ ଏହି କୁନି ଭଉଣୀ ଦେଶ ପାଇଁ ଯଶ କରିବାକୁ ଇଚ୍ଛା ରଖିଛନ୍ତି । ଟାଇକୋଣ୍ଡରେ ଏହି ଦୁଇ ଭଉଣୀଙ୍କ କୌଶଳ ଦେଖିଲେ ଯେ କେହିବି ଅବାକ ହୋଇଯିବେ । ଅଧିକ ପଢ଼ନ୍ତୁ...

କଅଁଳ ବୟସରେ ଟାଇକୋଣ୍ଡ ଚମ୍ପିଆନ ଦୁଇ ଯାଆଁଳା ଭଉଣୀ

author img

By

Published : May 7, 2021, 10:53 PM IST

ରାଞ୍ଚି: ଖେଳିବା ବୁଲିବା ବୟସରେ ଟାଇକୋଣ୍ଡରେ କମାଲ କରୁଛନ୍ତି ଏହି କୁନି ଜାଆଁଳା ଭଉଣୀ । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିଠୁ ପ୍ରାୟ 180 କିମି ଦୂରରେ ଗିରିଡିହ ଜିଲ୍ଲା ବାସିନ୍ଦା ଏହି କୁନି ଟାଇକୋଣ୍ଡ ଫାଇଟର । ପାରସନାଥ ପାହାଡ଼ସ୍ଥିତ ଶିଖର ଜୈନ ମନ୍ଦିର ଓ ଅଜସ୍ର ଖଣି ଖାଦାନ ଯୋଗୁଁ ଏହି ଜିଲ୍ଲା ସୁପରିଚିତ । ବର୍ତ୍ତମାନ ଦୁଇ ଜାଆଁଳା କୁନି ଟାଇକୋଣ୍ଡ ଖେଳାଳି ଏହି ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନାଁ ହେଉଛି କାବ୍ୟା ଓ ନାବ୍ୟା ।

କଅଁଳ ବୟସରେ ଟାଇକୋଣ୍ଡ ଚମ୍ପିଆନ ଦୁଇ ଯାଆଁଳା ଭଉଣୀ

ଖେଳନା ସହ ଖେଳିବା ବୟସରେ ଦୁଇ ଜାଆଁଳା ଭଉଣୀ ଟାଇକୋଣ୍ଡରେ ଦେଖାଉଛନ୍ତି ନିଜ ଜଳୱା । ମାତ୍ର 6 ବର୍ଷ ବୟସରେ ଦୁଇ ଶିଶୁଙ୍କ ଟାଇକୋଣ୍ଡ ଆକ୍ସନକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । କାବ୍ୟା ରାଜ୍ୟସ୍ତରୀୟ ସବଜୁନିଅର ଟାଇକୋଣ୍ଡରେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ବର୍ତ୍ତମାନ ତାଙ୍କୁ ଜାତୀୟ ସ୍ତରରେ ଟାଇକୋଣ୍ଡ ଚମ୍ପିଆନସିପ ପାଇଁ ମଧ୍ୟ ଚୟନ କରାଯାଇଛି । ଦେଶ ପାଇଁ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା କାବ୍ୟାଙ୍କ ସ୍ବପ୍ନ ।

ଟାଇକୋଣ୍ଡରେ ଦୁଇ ଭଉଣୀଙ୍କ ସଫଳତା ପଛରେ ସେମାନଙ୍କ ବାପାମାଆଙ୍କ ରହିଛି ଅହେତୁକ ଯୋଗଦାନ । ଝିଅମାନେ 3 ବର୍ଷ ହେଲା ଟାଇକୋଣ୍ଡ ଶିକ୍ଷା ନେଇ ଆସୁଛନ୍ତି । ଡିଏଭି ସ୍କୁଲର ଟ୍ରେନର ରୋହିତ କୁମାର ସେମାନଙ୍କୁ ଟ୍ରେନିଂ ଦେଉଛନ୍ତି । ବାପା ପଙ୍କଜ କୁମାର ନିଜେ ଜଣେ ପିସ୍ତଲ ସୁଟିଂ କ୍ରୀଡ଼ାବିତ୍ । ଜାତୀୟସ୍ତର ଟାଇକୋଣ୍ଡ ପାଇଁ ସାନଝିଅ ଚୟନ ହୋଇଛି । ବର୍ତ୍ତମାନ ବଡ଼ ଝିଅ ପ୍ରସ୍ତୁତି ଜାରି ରଖିଛି । ଆଶା ଅଛି 6ରୁ 7 ମାସ ମଧ୍ୟରେ ତାର ମଧ୍ୟ ଭାରତୀୟ ଦଳରେ ଚୟନ ହେବ ।

ଦୁଇ ଭଉଣୀଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ । କୁନି ଭଉଣୀ ଦ୍ବୟ ଗୋଟିଏ ପରେ ଗୋଟିଏ ଅନେକ ମେଡାଲ ଜିତିଛନ୍ତି । ବର୍ତ୍ତମାନ ଦେଶ ପାଇଁ ମେଡାଲ ଜିତିବା ଅପେକ୍ଷାରେ ଦୁଇ ଟାଇକୋଣ୍ଡ ଖେଳାଳି । ଏହି ଖେଳରେ ପାରଙ୍ଗମ ହେବା ପଛରେ କୋଚଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।

ଦୁଇ ଭଉଣୀ ଜାତୀୟ ଦଳ ପାଇଁ ଚୟନ ହୋଇ ସାରିଛନ୍ତି । ଏଥିପାଇଁ ଦୁଇ ବର୍ଷ ହେଲା ସେମାନେ ଅଭ୍ୟାସ କରୁଥିଲେ । ଅଭ୍ୟାସ ଆରମ୍ଭ ହେବା ଦିନଠୁ ମେଡାଲ ପରେ ମେଡାଲ ଜିତିଛନ୍ତି ଦୁଇ ଭଉଣୀ । ପ୍ରଥମେ ଜିଲ୍ଲା ସ୍ତରରେ ମ୍ୟାଚ ଖେଳିବା ବେଳେ ଦୁଇ ଭଉଣୀ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ଏହାପରେ ଅନ୍ୟ ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଦୁଇ ଖେଳାଳି ପଦକ ବିଜୟୀ ହୋଇଥିଲେ । ଗତ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଦୁଇ ଭଉଣୀ ବ୍ରୋଞ୍ଜ ପଦକ ଜିତିଥିଲେ ।

ସତରେ ଦୁଇ ଜାଆଁଳା ଭଉଣୀଙ୍କ ପ୍ରତିଭା ରାଜ୍ୟ ଓ ଗିରିଡିହ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛି । ସେହି ଦିନ ବି ଆସିବ ଯେତେବଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଦୁଇ କୁନି ଖେଳାଳି ପଦକ ହାସଲ କରିବେ । ଏଥିରେ ସନ୍ଦେହ ନାହିଁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.