ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଅଘଟଣ । ରାଜ୍ୟର ଅନନ୍ତପୁର ଜିଲ୍ଲା ଅନ୍ତର୍ଗତ କଦିରି ଓଲ୍ଡ ଚେୟାରମ୍ୟାନ ରୋଡ ଅଞ୍ଚଳରେ ଭୁଶୁଡିଲା ଦୁଇଟି ନିର୍ମାଣଧୀନ କୋଠା । ଅଘଟଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ । ଏବେ ବି ଭଙ୍ଗା କୋଠା ତଳେ ୯ ଜଣ ଚାପି ହୋଇରହିଥିବା ସୂଚନା ।
ସୂଚନାଯୋଗ୍ୟ, କଦିରି ଅଞ୍ଚଳରେ ଥିବା ଗୋଟିଏ କୋଠା ପ୍ରଥମେ ଭୁଶୁଡି ପଡିଥିଲା ଏବଂ ପାଖରେ ଥିବା ଆଉ ଏକ କୋଠା ଉପରେ ପଡିଥିଲା । ଯଦ୍ବାରା ଅନ୍ୟ କୋଠାଟି ମଧ୍ୟ ମାଟିରେ ମିଶିଯାଇଛି । ଗୋଟିଏ କୋଠା ଘରେ ୮ ଜଣ ଥିବାବେଳେ ଅନ୍ୟଟିରେ ୭ ଜଣ ଥିଲେ । ଅର୍ଥାତ୍ ମୋଟ ୧୫ ଜଣ କୋଠା ତଳେ ଦବି ହୋଇଯାଇଥିଲେ । ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନ ସମେତ ଉଦ୍ଧରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭଙ୍ଗା କୋଠା ତଳୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୯ ଜଣ ତଳେ ଦବି ହୋଇ ରହିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ