ETV Bharat / bharat

ଫେସବୁକରେ ବନ୍ଧୁତା ପରେ ପ୍ରେମ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଯୁବକ - ବିବାହ କଲେ ଦୁଇ ଯୁବକ

ଫେସବୁକ ପ୍ରେମ ପରେ ବିବାହ କଲେ ଦୁଇ ଯୁବକ । କଥା ଜଣାପଡିବା ପରେ ଦୁଇ ପରିବାର ମଧ୍ୟରେ ବିବାଦ । ଥାନାରେ ପହଞ୍ଚିଲା ମାମଲା । ଅଧିକ ପଢନ୍ତୁ

ଫେସବୁକରେ ବନ୍ଧୁତା ପରେ ପ୍ରେମ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଯୁବକ

author img

By

Published : Apr 26, 2022, 9:20 PM IST

ଶିମଲା: ପ୍ରଥମେ ଫେସବୁକରେ ବନ୍ଧୁତା, ତା ପରେ ପ୍ରେମ ଓ ପରେ ସମଲିଙ୍ଗୀ ବିବାହ । ଦୁଇ ଯୁବକଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରୁ ପ୍ରେମ ପରେ ସମଲିଙ୍ଗୀ ବିବାହ ହୋଇଛି । ତେବେ ପରିବାର ଲୋକେ ଏପରି ଜାଣିବା ପରେ ସହଜରେ ଗ୍ରହଣ କରିପାରିନାହାନ୍ତି । ଫଳରେ ବିବାଦ ଦେଖାଯିବା ସହ କଥା ଥାନାରେ ପହଞ୍ଚିଛି ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ଉନା ସହରରେ । ତେବେ ବଡ କଥା ହେଉଛି, ହିମାଚଳ ପ୍ରଦେଶରେ ଏହା ହେଉଛି ପ୍ରଥମ ପୁରୁଷ ସମଲିଙ୍ଗୀ ବିବାହ, ଯାହା ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ଉନା ସହରରେ ରହୁଥିବା ଯୁବକଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ଫେସବୁକରେ ପ୍ରେମ ହୋଇଥିଲା । ପରେ ଉକ୍ତ ବନ୍ଧୁ ଉତ୍ତରାଖଣ୍ଡରୁ ତାଙ୍କ ଘରକୁ ଆସି କିଛି ଦିନ ରହିିଥିଲେ । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ନିବିଡିତା ବଢିଥିଲା । ପରେ ଦୁଇଜଣ ଦିଲ୍ଲୀର ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ ।

ଦୁଇ ପରିବାର ପାଖରେ କଥା ପହଞ୍ଚିବା ପରେ ପାରିବାରିକ ବିବାଦ ମଧ୍ୟ ଆରମ୍ଭ ହୋଇଥଲା । ଯୁବକଙ୍କ ପରିବାର ବିବାହ ଅନ୍ୟତ୍ର କରିବାକୁ ଚେଷ୍ଟା କରିବାରୁ ଦୁଇ ଯୁବକ ଥାନାର ଦ୍ବାରସ୍ଥ ହୋଇଥିଲେ । ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ଉଭୟ ପରିବାରକୁ ଥାନାକୁ ଡାକି ଆଲୋଚନା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.