ETV Bharat / bharat

ମଧ୍ୟପ୍ରଦେଶ ବସ ଦୁର୍ଘଟଣାରେ ଏବେବି 3 ନିଖୋଜ, ସର୍ଚ୍ଚ ଅପରେସନରେ ନିୟୋଜିତ ସେନା ବୋଟ - madhyapradesh news

ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ମଙ୍ଗଳବାର ଘଟିଥିବା ବସ୍ ଦୁର୍ଘଟଣାରେ ନିଖୋଜ ଥିବା 3 ଜଣଙ୍କୁ ଖୋଜିବା ଲାଗି ଦୁଇ ଆର୍ମୀ ବୋଟକୁ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ବସ ଦୁର୍ଘଟଣାରେ ଏବେବି ନିଖୋଜ 3 , ସର୍ଚ୍ଚ ଅପରେସନରେ ନିୟୋଜିତ ସେନା ବୋଟ

author img

By

Published : Feb 18, 2021, 9:28 PM IST

ଭୋପାଳ: ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ମଙ୍ଗଳବାର ଘଟିଥିବା ବସ୍ ଦୁର୍ଘଟଣାରେ ନିଖୋଜ ଥିବା 3 ଜଣଙ୍କୁ ଖୋଜିବା ଲାଗି ଦୁଇ ଆର୍ମୀ ବୋଟକୁ ନିୟୋଜିତ କରାଯାଇଛି । 3 କିଲୋମିଟର ଲମ୍ବ ଟନେଲରେ ନିଖୋଜଙ୍କୁ ଖୋଜିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସେନା । ତେବେ ସେନାର ଦୁଇ ଅତ୍ୟାଧୁନିକ ବୋଟ ନିଖୋଜଙ୍କୁ ଠାବ କରିବା ପାଇଁ ଅଭିଯାନରେ ସାମିଲ ହୋଇଛନ୍ତି ।

ମଧ୍ୟପ୍ରଦେଶ ବସ ଦୁର୍ଘଟଣାରେ ଏବେବି 3 ନିଖୋଜ, ସର୍ଚ୍ଚ ଅପରେସନରେ ନିୟୋଜିତ ସେନା ବୋଟ

ଗୁରୁବାର ସିଦ୍ଧ କଲେକ୍ଟର ରବିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି ଯେ ଏହି ବସ୍ ଦୁର୍ଘଟଣାରେ ନିଖୋଜ ଥିବା ତିନିଜଣଙ୍କୁ ଖୋଜିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ସହିତ ଯୋଗାଯୋଗ କରାଯାଉଛି । ଏହି କେନାଲରେ 3 କିଲୋମିଟରରୁ ଅଧିକ ଲମ୍ବା ଏକ ଟନେଲ ରହିଥିବାବେଳେ ଅମ୍ଳଯାନ କମ ଥିବା ଜଣାପଡିଛି । ତଥାପି ନିଖୋଜ ବ୍ୟକ୍ତି ଏଥିରେ ଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଇ ଉକ୍ତ ଟନେଲରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ଦୁଇ ଅତ୍ୟାଧୁନିକ ବୋଟକୁ ନିୟୋଜିତ କରାଯାଇଛି । ଜିଲ୍ଲାପାଳ ଚୌଧୁରୀ କହିଛନ୍ତି ଟନେଲରେ ସର୍ଚ୍ଚ ଅପରେସନ ବେଶ କଷ୍ଟ ପୂର୍ଣ୍ଣ ଥିବା ଯୋଗୁ ପ୍ରଶିକ୍ଷିତ ଉଦ୍ଧାରକାରୀଙ୍କ ଆବଶ୍ୟକତା ରହିଛି । ତେଣୁ ସେନାର ସହାୟତା ନିଆଯାଇଛି ବୋଲି ସେ ମତ ଦେଇଛନ୍ତି ।

ଦୁର୍ଘଟଣା ସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ 32 ସିଟ ବିଶିଷ୍ଟ ବସରେ 61 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସଟି କେନାଲକୁ ଖସି ପଡିବାରୁ ବସରେ ଥିବା 51 ଜଣ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ଦୁର୍ଘଟଣା ସମୟରେ 6 ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ପାରିଥିଲା ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା 3 ଜଣ ନିଖୋଜ ଥିବାବେଳେ ସେମାନେ ମୃତ ବା ଜୀବିତ ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.