ETV Bharat / bharat

ଜିତିଲା ଜୀବନ, ବୋରୱେଲ ଭିତରୁ ଅଢେଇ ବର୍ଷର ଶିଶୁକନ୍ୟା ଉଦ୍ଧାର

author img

By ETV Bharat Odisha Team

Published : Jan 2, 2024, 6:44 AM IST

Baby Girl Rescued From Borewell: ପୁଣି ସାମ୍ନାକୁ ଆସିଲା ବୋରୱେଲରେ ଶିଶୁ ପଡ଼ିବା ଘଟଣା । ଖେଳୁ ଖେଳୁ 100 ଫୁଟ ଗଭୀର ବୋରୱେଲରେ ଭିତରେ ଖସି ପଡ଼ିଲା ଅଢ଼େଇ ବର୍ଷର କୁନି ଝିଅ । ଅଧିକ ପଢ଼ନ୍ତୁ

ବୋରୱେଲରୁ ଶିଶୁକନ୍ୟା ସୁରକ୍ଷିତ ଉଦ୍ଧାର
ବୋରୱେଲରୁ ଶିଶୁକନ୍ୟା ସୁରକ୍ଷିତ ଉଦ୍ଧାର

ଗାନ୍ଧୀନଗର: ପୁଣି ସାମ୍ନାକୁ ଆସିଲା ବୋରୱେଲରେ ଶିଶୁ ପଡ଼ିବା ଘଟଣା । ଖେଳୁ ଖେଳୁ 100 ଫୁଟ ଗଭୀର ବୋରୱେଲରେ ଭିତରେ ଖସି ପଡ଼ିଲା ଅଢ଼େଇ ବର୍ଷର କୁନି ଝିଅ । ଦୀର୍ଘ 7 ଘଣ୍ଟା ଧରି ବୋରୱେଲ ଭିତରେ ଫସି ରହିଥିଲା ଶିଶୁ । ଏନଡିଆରଏଫ ଓ ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଶିଶୁକୁ ବୋରୱେଲରୁ ଉଦ୍ଧାର କରିଛନ୍ତି । ଗୁଜୁରାଟର ଦ୍ବାରକାରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ସୋମବାର ଦିନ ପ୍ରାୟ 1ଟା ସମୟରେ ଦେବଭୂମି ଦ୍ବାରକାର ରଣ ଗ୍ରାମର ଏକ ଅଢେଇ ବର୍ଷର କୁନି ଝିଅ ଘର ପାଖରେ ଖେଳୁଥିବା ସମୟରେ ହଠାତ୍ ପାଖରେ ଥିବା ଏକ 100 ଫୁଟର ବୋରୱେଲ ଭିତରେ ଖସି ପଡ଼ିଥିଲା । ଗ୍ରାମବାସୀମାନେ ଝିଅଟି ବୋରୱେଲରେ ପଡ଼ିଯିବାର ଦେଖି ତୁରନ୍ତ ଏନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ । ସେପଟେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 108 ସାହାଯ୍ୟରେ ବୋରୱେଲ ମଧ୍ୟକୁ ଅମ୍ଳଜାନ ପଠା ଯାଇଥିଲା । ଦୀର୍ଘ 7 ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଶିଶୁଟିକୁ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବୋରୱେଲରେ ଉଦ୍ଧାର ନବଜାତର ସ୍ବାସ୍ଥ୍ୟବସ୍ଥା ସ୍ଥିର, ପୋଲିସ ତଦନ୍ତ ଆରମ୍ଭ

ଏହା ମଧ୍ୟ ପଢ଼ନ୍ତୁ.... ବୋରୱେଲରୁ କେମିତି ଉଦ୍ଧାର ହେଲା ଶିଶୁକନ୍ୟା ? ଅପରେସନ ବିଷୟରେ କହିଲେ ଅଗ୍ନିଶମ ଡିଜି

କେମିତି ହେଲା ଉଦ୍ଧାର: ଶିଶୁଟି ବୋରୱେଲ ଭିତରେ ଖସି ପଡ଼ିବା ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ, 108 ଆମ୍ବୁଲାନ୍ସ ଓ ଏକ ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେପଟେ ଏକ ଜେସିବି ସହାୟତାରେ ଗାତ ଖୋଳାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଶିଶୁଟିକୁ ବଞ୍ଚାଇବା ପାଇଁ ଏନଡିଆରଏଫ (NDRF) ଏବଂ ଏସଡିଆରଏଫ (SDRF) ଦଳକୁ ଯୋଗାଯୋଗ କରାଯାଇଥିଲା । NDRF ଟିମ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଶିଶୁଟି ବୋରୱେଲର ପ୍ରାୟ 30ରୁ 35 ଫୁଟ ଗଭୀର ପର୍ଯ୍ୟନ୍ତ ଫସି ରହିଥିଲା । ଶିଶୁଟି ବୋରୱେଲ ଭିତରେ ଅଚେତ ଅବସ୍ଥାରେ ଫସି ରହିଥିଲା । ଏହାପରେ ଏନଡିଆରଏଫ ଟିମ ଶିଶୁକୁ ସୁରକ୍ଷିତ ଭାବରେ ଏକ ଦଉଡ଼ି ସାହଯ୍ୟରେ ବୋରୱେଲ ଭିତରୁ ବାହାକୁ ବାହାର କରିବାରେ ସକ୍ଷମ ହୋଇଥିଲା । ଏହାପରେ ଶିଶୁକୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠା ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.