ETV Bharat / bharat

ଯୌନ ପିପାସୁ ସ୍କୁଲ ଭ୍ୟାନ ଡ୍ରାଇଭର ! ୨ କୋମଳମତି ଶିଶୁଙ୍କ ସହ ପାଶବିକତା

author img

By ETV Bharat Odisha Team

Published : Nov 30, 2023, 6:48 AM IST

ବିହାରରେ ୨ କୋମଳମତି ଶିଶୁଙ୍କ ସହ ଦୁଷ୍କର୍ମ କଲା ସ୍କୁଲ ଭ୍ୟାନ ଡ୍ରାଇଭର । ଡ୍ରାଇଭର ଗିରଫ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

୨ କୋମଳମତି ଶିଶୁଙ୍କ ସହ ଦୁଷ୍କର୍ମ କଲା ସ୍କୁଲ ଭ୍ୟାନ ଡ୍ରାଇଭର !

ପାଟନା: ସ୍କୁଲ ଡ୍ରାଇଭରର ନାରକୀୟ କାଣ୍ଡ । ମାନବିକତାର ସୀମାପାର କଲା ଅଭିଯୁକ୍ତ । ଦୁଇ କୋମଳମତି ଶିଶୁଙ୍କ ସହ କଲା ଦୁଷ୍କର୍ମ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ବିହାର ବେଗୁସରାଇ ଜିଲ୍ଲାର ବୀରପୁର ପୋଲିସ ଥାନା ଅଞ୍ଚଳରେ । ଅଭିଯୁକ୍ତ ସ୍କୁଲ ଡ୍ରାଇଭର 2 ନାବିଳିକା ଶିଶୁଙ୍କୁ ସ୍କୁଲରୁ ଘରକୁ ଆଣିବା ସମୟରେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଅଭିଯୋଗ ଅଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ବୀରପୁର ପୋଲିସ ଥାନା ଅଞ୍ଚଳର ଜଣେ ସ୍କୁଲ ଡ୍ରାଇଭର ଦୁଇ ଜଣ କୁନି ପିଲାଙ୍କୁ ଘରକୁ ଛାଡିବା ପାଇଁ ସ୍କୁଲଗାଡିରେ ସେ ଅସୁଥିଲା । ଏହାରି ସେ ଏକି ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ଅଭିଯୋଗ ଭିଡିଓ ମଧ୍ୟ ରେକର୍ଡ କରିଥିଲା । ଏହା ପରେ ଉଭୟଙ୍କୁ ଆଣି ଘରେ ଛାଡି ଦେଇଥିଲା । ଏହା ପରେ ପରିବାର ଲୋକେ ଦୁଇ ଶିଶୁଙ୍କ ଅବସ୍ଥା ଦେଖି ପଚରାଉଚରା କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ଏହି ସମୟରେ ଅଭଯୁକ୍ତ ଜଣକ ଖସିଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ପରିବାର ଲୋକେ ତାକୁ ଧରିବାରେ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ବୀରପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଉଭୟ ପୀଡ଼ିତା ଶିଶୁଙ୍କ ଘର ପାଖାପାଖି ହୋଇଥିବା ବେଳେ ଉଭୟଙ୍କ ବୟସ ୫ ବର୍ଷ ହୋବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଡ୍ରାଇଭର ଜଣକ ମୋଫୁସିଲ ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଅଭିଯୁକ୍ତ ଗତ ୩ ବର୍ଷ ଧରି ସ୍କୁଲରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା ।

ଏହା ମଧ୍ୟ ପଢନ୍ତୁ.....ନିଜକୁ ପୋଲିସ କହି ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ

ଏହା ମଧ୍ୟ ପଢନ୍ତୁ...କର୍ଣ୍ଣାଟକରେ ପ୍ରତି ମାସରେ ୨୦-୨୫ ଭ୍ରୁଣର ହତ୍ୟା, ୨ ଡାକ୍ତରଙ୍କ ସମେତ ୫ ଗିରଫ

ଏହି ମାମଲାରେ ସଦର ଡିଏସ୍‌ପି ଅମିତ କୁମାର କହିଛନ୍ତି ,"ଗତ ମଙ୍ଗଳବାର ଦିନ ସନ୍ଧ୍ୟା ୭ଟାରେ ବୀରପୁର ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇଥିଲା । ପୋଲିସ ଏହାର ତଦନ୍ତ ଜାରି ରଖିଛି ଓ ପୋକ୍ସୋ ଆକ୍ଟ ଅନୁଯାୟୀ ପ୍ରାଥମିକ ଅନୁସନ୍ଧାନ କରାଯାଉଛି ଓ ପ୍ରମାଣ ସଂଗ୍ରହ କରାଯାଉଥିବା କହିଛି । ଉଭୟଙ୍କୁ ବେଗୁସରାଇ ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.