ETV Bharat / bharat

ଜମ୍ମୁ କାଶ୍ମୀର ଓ ଲଦାଖକୁ ସ୍ବତନ୍ତ୍ର ଦେଶ ଦର୍ଶାଇଲା twitter - ଭାରତ ଭୁଲ ମାନଚିତ୍ର

ଭାରତ ମାନଚିତ୍ରକୁ ଭୁଲ ଦର୍ଶାଇବା କାରଣରୁ ଟ୍ବିଟର ଉପରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର । ଟ୍ବିଟର ନିଜ ୱେବସାଇଟରେ ଭାରତର ମାନଚିତ୍ରକୁ ପୁଣି ଭୁଲ ଦର୍ଶାଇଛି । ଅଧିକ ପଢନ୍ତୁ...

ଭାରତର ଭୁଲ ମାନଚିତ୍ର ଦେଖାଇଲା TWITTER, ବଢିବ ବିବାଦ

author img

By

Published : Jun 28, 2021, 6:23 PM IST

ନୂଆଦିଲ୍ଲୀ: କେନ୍ଦ୍ର ଓ ଟ୍ବିଟର (twitter) ମଧ୍ୟରେ ଜାରି ବିବାଦ ଆହୁରି ବଢିବା ନେଇ ରହିଛି ଆଶଙ୍କା । ଏଥର ଭାରତ ମାନଚିତ୍ରକୁ ଭୁଲ ଦର୍ଶାଇବା କାରଣରୁ ଟ୍ବିଟର ଉପରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର ।

ଟ୍ବିଟର ନିଜ ୱେବସାଇଟରେ ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇଛି । ଜମ୍ମୁ କାଶ୍ମୀର ଓ ଲଦାଖକୁ ମାନଚିତ୍ରରେ ସାମିଲ କରିନାହିଁ ମାଇକ୍ରୋବ୍ଲଗିଂ ସାଇଟ । ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ଦେଶ ଭାବେ ଦର୍ଶାଇଛି ଟ୍ବିଟର ।

ଟ୍ବିଟରର ୱାବସାଇଟରେ ଟ୍ବିପ ଲାଇଫ ସେକ୍ସନରେ ରହିଛି ବିଶ୍ବ ମାନଚିତ୍ର । ଏଠାରେ କମ୍ପାନୀ ଦର୍ଶାଇଛି ଯେ ସମଗ୍ର ବିଶ୍ବରେ ଟ୍ବିଟରର ଟିମ ରହିଛି । ଏହି ମ୍ୟାପ୍‌ରେ ଭାରତ ମଧ୍ୟ ସାମିଲ ରହିଛି । ହେଲେ ଭାରତର ନକ୍ସାକୁ ବିବାଦିତ ଦର୍ଶାଇଛି ଟ୍ବିଟର ।

ଏହା ପୂର୍ବରୁ ମଧ୍ୟ ଲଦାଖକୁ ଭାରତର ଅଂଶ ବୋଲି ଦର୍ଶାଇନଥିଲା ଟ୍ବିଟର । ହେଲେ ପରେ ଏହାକୁ ଠିକ୍ କରିଦିଆଯାଇଥିଲା । ହେଲେ ଏବେ ସରକାର ଖୋଳାଖୋଲି ଭାବରେ ଟ୍ବିଟରକୁ ବିରୋଧ କରୁଛନ୍ତି । ଏନେଇ ମାନଚିତ୍ର ଭୁଲ ଦର୍ଶାଇବା ଘଟଣା ବିବାଦକୁ ଆହୁରି ବଢାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.