ETV Bharat / bharat

ସ୍କୁଲ୍‌ ମଡେଲ୍‌କୁ ନେଇ କେଜ୍ରିୱାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟର ୱାର - ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା

ରାଜଧାନୀ ଦିଲ୍ଲୀର ରାଜନୀତି ଆଲୋଚନାର ସରବ୍ୟରେ ରହିଛି । ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟ୍‌ ୱାର୍‌ ଆରମ୍ଭ ହୋଇଛି Twitter war Between Kejriwal and Himanta । ଅଧିକ ପଢ଼ନ୍ତୁ

ସ୍କୁଲ୍‌ ମଡେଲ୍‌କୁ ନେଇ ବିଜେପିକୁ ଆପ୍‌ର ଟାର୍ଗେଟ, କେଜ୍ରିୱାଲ ଓ ହିମନ୍ତ ବିଶ୍ବଶର୍ମା ମଧ୍ୟରେ ଟ୍ବିଟ ୱାର

author img

By

Published : Aug 28, 2022, 9:43 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ରାଜନୀତି ଆଲୋଚନାର ସରବ୍ୟରେ ରହିଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିବା ପରେ ବିରୋଧୀ ବିଜେପି ଓ ଶାସକ ଆମ ଆଦମୀ ପାର୍ଟି(AAP) ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଆପ୍‌ ନେତା ଲଗାତାର BJP ବିରୋଧରେ ଗମ୍ଭୀର ଅଭିଯୋଗ କରି ଆସୁଛନ୍ତି । ସେପଟେ ବିଜେପି ମଧ୍ୟ ସଡ଼କରୁ ଆରମ୍ଭ କରି ସଦନ ପର୍ଯ୍ୟନ୍ତ ଆପ୍‌କୁ ବିରୋଧ କରି ଆସୁଛି । ସୋମବାର ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟ୍‌ ୱାର୍‌ ଆରମ୍ଭ ହୋଇଛି(Twitter War Between Kejriwal and Himanta) ।

  • स्कूल बंद करना समाधान नहीं है। हमें तो अभी पूरे देश में ढेरों नए स्कूल खोलने की ज़रूरत है। स्कूल बंद करने की बजाय स्कूल को सुधार कर पढ़ाई ठीक कीजिए। https://t.co/MBni1PTdng

    — Arvind Kejriwal (@ArvindKejriwal) August 24, 2022 " class="align-text-top noRightClick twitterSection" data=" ">

ଏକ ୱେବସାଇଟ୍‌ରେ ଆସାମର ଏକ ଖବର ପ୍ରକାଶ କରିଥିଲା । ଯେଉଁଥିରେ ଖରାପ ରେଜଲ୍ଟ ଯୋଗୁଁ ଆସାମ ସରକାର ୩୪ଟି ସ୍କୁଲ୍‌ ବନ୍ଦ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହାକୁ ନେଇ କେଜ୍ରିୱାଲ ଟ୍ବିଟ୍‌ କରି ଆସାମ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, "ସ୍କୁଲ ବନ୍ଦ କରିବା ସମାଧାନ ନୁହେଁ, ଏହି ସମୟରେ ଆମକୁ ଅଧିକ ସ୍କୁଲ୍‌ ଖୋଲିବାର ଆବଶ୍ୟକତା ରହିଛି । ବନ୍ଦ କରିବା ଅପେକ୍ଷା ସେଠାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣନ୍ତୁ ।"

  • Dear @ArvindKejriwal Ji - As usual you commented on something without any homework!

    Since my days as Edu Minister, till now, please note, Assam Govt has established/ taken over 8610 NEW SCHOOLS; break-up below.

    How many new schools Delhi Government has started in last 7 yrs? https://t.co/PTV7bO4GKL

    — Himanta Biswa Sarma (@himantabiswa) August 25, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟ୍ବିଟ୍‌ କରିଥିଲେ, "ପ୍ରିୟ ଅରବିନ୍ଦ କେଜ୍ରିୱାଲ । ପ୍ରତ୍ୟେକ ଥର ଭଳି ଆପଣ ବିନା ହୋମ୍‌ୱାର୍କରେ ଟିପ୍ପଣୀ କରିଛନ୍ତି । ଶିକ୍ଷାମନ୍ତ୍ରୀ ଭାବରେ ମୋର ପ୍ରାରମ୍ଭିକ ରାଜନୈତିକ ଜୀବନରୁ ଏପର୍ଯ୍ୟନ୍ତ ଧ୍ୟାନ ଦିଅନ୍ତୁ । ଆସାମ ସରକାର ୮୬୧୦ ନୂଆ ସ୍କୁଲ୍‌ ସ୍ଥାପନା ବା ଅଧିଗ୍ରହଣ କରିଛନ୍ତି । ଆପଣ କୁହନ୍ତୁ ଗତ ୭ ବର୍ଷ ମଧ୍ୟରେ ଆପଣ କେତୋଟି ସ୍କୁଲ୍‌ ପ୍ରତିଷ୍ଠା କରିଛନ୍ତି ?"

ଏହାପରେ କେଜ୍ରିୱାଲ୍‌ ଟ୍ବିଟ୍‌ କରିଥିଲେ, "ଆପଣ ଖରାପ ଭାବିଲେ ବୋଧେ, ମୋର ଉଦ୍ଦେଶ୍ୟ ଆପଣଙ୍କ ଭୁଲ୍‌କୁ ଦେଖାଇବା ନଥିଲା । ଆମେ ସମସ୍ତେ ଗୋଟିଏ ଦେଶର । ଆମେ ପରସ୍ପରଠାରୁ ଶିଖିବାର ଅଛି । ତାହାଲେ ହିଁ ଭାରତ ନମ୍ବର ୱାନ ହୋଇ ପାରିବ । ମୁଁ କେବେ ଆସାମ ଯିବି, ଆପଣ ଶିକ୍ଷା କ୍ଷେତ୍ରରେ ଆପଣଙ୍କ ଭଲ କାମ ଦେଖାଇବେ । ଆପଣ ଦିଲ୍ଲୀ ଆସନ୍ତୁ ଆମେ ଆମ କାମ ଦେଖାଇବୁ ।"

ଏହାପରେ ପୁନଃ କେଜ୍ରିୱାଲ୍‌ଙ୍କୁ ଟାର୍ଗେଟ କରିଥିଲେ ହିମନ୍ତ ବିଶ୍ବଶର୍ମା । ସେ କହିଥିଲେ, "ଆପଣ ଆସାମ ଆସିଲେ ଆପଣଙ୍କୁ ମୁଁ ମେଡିକାଲ୍‌ କଲେଜକୁ ନେଇଯିବି । ଆପଣ ଦେଖିବେ ତାହା ଆପଣଙ୍କ ମୋହଲ୍ଲା କ୍ଲିନିକଠାରୁ କେତେ ଉନ୍ନତ । ଆପଣ ଆମ ସରକାରୀ ସ୍କୁଲ୍‌ର ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଭେଟିବେ । ଦେଶକୁ ନମ୍ବର ୱାନକୁ ନେବା ଚିନ୍ତା ଆପଣ ଛାଡ଼ି ଦିଅନ୍ତୁ, ତାହା ନରେନ୍ଦ୍ର ମୋଦି କରୁଛନ୍ତି ।"

  • यक़ीन मानिए, जब असम में “आप” की सरकार बनेगी तो वहाँ भी दिल्ली जैसा विकास करेंगे। भ्रष्टाचार खतम करेंगे तो वहाँ भी संसाधनों की कमी नहीं होगी। https://t.co/De1TpHyEfn

    — Arvind Kejriwal (@ArvindKejriwal) August 28, 2022 " class="align-text-top noRightClick twitterSection" data=" ">

ଏହାପରେ କେଜ୍ରିୱାଲ କହିଛନ୍ତି, "ମୁଁ ପଚାରିଲି ଆପଣଙ୍କୁ ମୁଁ କେବେ ଆସିବି ଆପଣ କହିଲେ କେବେ ଆସିଯାଅ । ଏହାର ଅର୍ଥ କେବେବି ଆସନି । ଆପଣ କୁହନ୍ତୁ କେବେ ଆସିବି ।" ଏହାର ଜବାବ ଦେଇ ହିମନ୍ତ ବିଶ୍ବଶର୍ମା କହିଛନ୍ତି, "ଆପଣ ଦିଲ୍ଲୀକୁ ଲଣ୍ଡନ ପ୍ୟାରିସ ଭଳି ଗଢ଼ିବା ସ୍ବପ୍ନ ଦେଖାଇ ସତ୍ତାକୁ ଆସିଥିଲେ । ଆପଣଙ୍କ ମନେଥିବ ଭାବୁଛି । କିଛିକରି ପାରିଲେନି ବୋଲି ଉତ୍ତର ପୂର୍ବର ଛୋଟ ସହରକୁ ଦିଲ୍ଲୀ ସହ ତୁଳନା କରିବାକୁ ଲାଗିଲେ । ଆପଣଙ୍କ ଭଳି ଅବସର ବିଜେପିକୁ ମିଳିଲେ ବିଜେପି ଏହାକୁ ବିଶ୍ବର ସମୃଦ୍ଧ ସହର କରିବ ।"

ଏହାପରେ କେଜ୍ରିୱାଲ ପୁନଃ ନିଜ କଥା ଦୋହରାଇଥିଲେ । ସେ କହିଥିଲେ, "ଆପଣଙ୍କ ସ୍କୁଲ୍‌ ଦେଖିବାକୁ କେବେ ଯିବି କୁହନ୍ତୁ । ଯଦି ସ୍କୁଲ୍‌ର ଅବସ୍ଥା ଭଲ ନାହିଁ । ତାହେଲେ ଚଳିବ । ମିଶିକି ଠିକ୍‌ କରିବା ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.