ETV Bharat / bharat

ସଙ୍କଟର ଫାଇଦା ଉଠାଇଲା ପଡୋଶୀ, ପ୍ରାଣବାୟୁ ବଦଳରେ ଶାରୀରିକ ସମ୍ପର୍କ ସର୍ତ୍ତ - NCW

ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଥିବା ଆଶ୍ଚର୍ଯ୍ୟଜନକ ଖବର ସଙ୍କଟ ସମୟରେ ସହଯୋଗର ଆଳ ଦେଖାଇ ଲଜ୍ଜାର ସମସ୍ତ ସୀମା ଟପୁଥିବା ମଣିଷର କୁମାନସିକତାକୁ ପଦାରେ ପକାଇଛି । ଅଧିକ ପଢନ୍ତୁ...

ସଙ୍କଟର ଫାଇଦା ଉଠାଇଲା ପଡୋଶୀ, ପ୍ରାଣବାୟୁ ବଦଳରେ ଶାରୀରିକ ସମ୍ପର୍କ ସର୍ତ୍ତ

author img

By

Published : May 18, 2021, 6:45 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଅକ୍ସିଜେନ ଅଭାବ ଏବେ ବଡ ସମସ୍ୟା ଭାବରେ ଛିଡା ହୋଇଛି । ଅକ୍ସିଜେନ ସିଲିଣ୍ଡର ପାଇଁ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଦୌଡିବାକୁ ବାଧ୍ୟ ହେଉଛନ୍ତି । ଆଉ ମେଡିକାଲ ଅସୁବିଧା ସଙ୍କଟ ମଧ୍ୟରେ ଏଭଳି ମାମଲା ସାମ୍ନାକୁ ଆସୁଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଥିବା ଆଶ୍ଚର୍ଯ୍ୟଜନକ ଖବର ସଙ୍କଟ ସମୟରେ ସହଯୋଗର ଆଳ ଦେଖାଇ ଲଜ୍ଜାର ସମସ୍ତ ସୀମା ଟପୁଥିବା ମଣିଷକ କୁମାନସିକତାକୁ ପଦାରେ ପକାଇଛି । ଦିଲ୍ଲୀର ଜଣେ ବ୍ୟକ୍ତି ଏକ ଯୁବତୀଙ୍କୁ ଅକ୍ସିଜେନ ସିଲିଣ୍ଡର ଦେବା ବଳରେ ତାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ କହିଥିଲେ ।

ଘଟଣା ବିଷୟରେ ଜଣେ ଯୁବତୀ ଟ୍ବିଟରରେ ଖୁଲାସା କରି କହିଛନ୍ତି, ତାଙ୍କ ବନ୍ଧୁଙ୍କ ଭଉଣୀ ନିଜ ରୋଗାଗ୍ରସ୍ତ ବାପାଙ୍କ ପାଇଁ ଏକ ଅକ୍ସିଜେନ ଆବଶ୍ୟକ କରୁଥିଲେ । ହେଲେ ତାର ପଡୋଶୀ ସିଲିଣ୍ଡର ଦେବା ବଦଳରେ ତାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ କହିଥିଲେ ।

ଘଟଣା ଟ୍ବିଟରରେ ଭାଇରାଲ ହେବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମହିଳା କମିଶନ । ଏନସିଡବ୍ଲ୍ୟୁ ଏହି ଘଟଣାରେ ଉଦବେଗ୍‌ ପ୍ରକାଶ କରିବା ସହ ଏହାକୁ ଗୁରୁତର ସହ ନେଇଛନ୍ତି । ଏନେଇ ଦିଲ୍ଲୀ କମିଶନରଙ୍କୁ ଚିଠି ଲେଖିଛନ୍ତି ମହିଳା ଆୟୋଗ । ଘଟଣାରେ ହସ୍ତକ୍ଷେପ କରିବା ସହ ତଦନ୍ତ ପାଇଁ ଆୟୋଗ ଦିଲ୍ଲୀ ପୋଲିସକୁ କରିଛନ୍ତି ଅନୁରୋଧ । ଏନସିଡବ୍ଲୁ ମଧ୍ୟ ଅଭିଯୁକ୍ତ ବିରୋଧରେ ଏତଲା ଦାଏର କରିବାକୁ ପ୍ରସ୍ତୁତ ହେଉଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.