ETV Bharat / bharat

ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ସହ ଟ୍ବିଟରର Blue Badge ଗେମ୍, ପ୍ରଥମେ ହଟାଇଲା ପୁଣି ଦେଲା - Blue Badge

ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଟ୍ବିଟର ଆକାଉଣ୍ଟରୁ Blue Badge ହଟାଇବାର କିଛି ସମୟ ପରେ ପୁଣି ଆକାଉଣ୍ଟକୁ ଭେରିଫାଏ ଅର୍ଥାତ ବ୍ଲୁ ବ୍ୟାଜ୍ ପ୍ରଦାନ କରିଛି । ଅଧିକ ପଢନ୍ତୁ...

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ
author img

By

Published : Jun 5, 2021, 10:46 AM IST

ହାଇଦ୍ରାବାଦ: ବାଜି ପଲଟେଇଲା ଟ୍ବିଟର । ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ବ୍ୟାଜ୍ ହଟାଇବାର କିଛି ସମୟ ପରେ ପୁଣି ଆକାଉଣ୍ଟକୁ ଭେରିଫାଏ ଅର୍ଥାତ ବ୍ଲୁ ବ୍ୟାଜ୍ ପ୍ରଦାନ କରିଛି । ତେବେ ଆଜି(ଶନିବାର) ସକାଳୁ ଟ୍ବିଟର ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ବ୍ୟାଜ୍ ହଟାଇଦେଇଥିଲା ଟ୍ବିଟର ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଟ୍ବିଟର ଆକାଉଣ୍ଟ

ଦୀର୍ଘ ବର୍ଷେ ହେବ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ଆକ୍ଟିଭ୍ ନଥିଲେ ଉପରାଷ୍ଟ୍ରପତି । ଏହାକୁ ନେଇ କିଛି ୟୁଜର୍ସଙ୍କ ସ୍କ୍ରିନସଟକୁ ଆଧାର କରି ଟ୍ବିଟର ବ୍ଲୁ ବ୍ୟାଜ୍ ହଟାଇଥିଲା ମାତ୍ର କିଛି ସମୟ ପରେ ପୁଣି ବ୍ଲୁ ବ୍ୟାଜ୍ ଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶଥାଉକି, ଟ୍ବିଟର ଚାହିଁଲେ କୌଣସି ମୂହୁର୍ତ୍ତରେ ବ୍ଲୁ ବ୍ୟାଜ୍ ହଟାଇପାରିବ । ଯଦି ୟୁଜର ନାଁରେ ପରିବର୍ତ୍ତନ ହୁଏ କିମ୍ବା ଯଦି ଆକାଉଣ୍ଟ ଇନଆକ୍ଟିଭ୍ ଥିବ ତେବେ ବ୍ଲୁ ବ୍ୟାଜ୍ ହଟା ଯାଇପାରିବ । ପ୍ରାମାଣିକିକରଣ ସମୟରେ ୟୁଜର୍ ଯେଉଁ ଲୋକପ୍ରିୟ ସ୍ଥିତିରେ ଥିବ, ସେହି ସ୍ଥିତିରେ ଯଦି ପରେ ନ ରହିଲା ତଥାପି ବ୍ଲୁ ବ୍ୟାଜ୍ ହଟାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.