ETV Bharat / bharat

ଟୁଲକିଟ ମାମଲା, ଟ୍ବିଟର ଏମଡିଙ୍କୁ ଦିଲ୍ଲୀ ପୋଲିସର ପଚରାଉଚରା - ଟ୍ବିଟର ଏମଡିକୁ ପଚରା ଉଚରା

ଟୁଲକିଟ୍ ମାମଲାକୁ ନେଇ ଦିଲ୍ଲୀ ସ୍ପେଶାଲ ପୋଲିସ ସେଲର ତଦନ୍ତ ଆରମ୍ଭ । ବେଙ୍ଗାଲୁରୁରେ ଟ୍ବିଟର ଏମଡି ମନୀଷ ମାହେଶ୍ବରୀଙ୍କୁ ପଚରା ଉଚରା । ଅଧିକ ପଢନ୍ତୁ...

ଟ୍ବିଟରେ ମାନୁପୁଲେଟିଂ ଟ୍ୟାଗ ମାମଲା, ଟ୍ବିଟର ଏମଡିଙ୍କୁ ଦିଲ୍ଲୀ ପୋଲିସର ପଚରା ଉଚରା

author img

By

Published : Jun 17, 2021, 11:22 AM IST

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାକୁ ନେଇ ଦିଲ୍ଲୀ ସ୍ପେଶାଲ ପୋଲିସ ସେଲ୍ ତଦନ୍ତ ଆରମ୍ଭ କରିଛି । ସ୍ପେଶାଲ ପୋଲିସ ସେଲ୍ ବେଙ୍ଗାଲୁର ଯାଇ ଟ୍ବିଟର ଏମଡି ମନୀଷ ମାହେଶ୍ବରୀଙ୍କୁ ପଚରା ଉଚରା କରିଛି । କେଉଁ ଆଧାରରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ଟ୍ବିଟକୁ ମାନୁପୁଲେଟିଂ ବା ଅନ୍ୟକୁ ପ୍ରବର୍ତ୍ତାଇବା ଭଳି ଦର୍ଶାଯାଇଛି । ଟ୍ବିଟର ପାଖରେ ଏପରି କେଉଁ ପ୍ରମାଣ ଅଛି ଯାହା ଆଧାରରେ ଟ୍ବିଟର ଜଣେ ୟୁଜରଙ୍କ ପୋଷ୍ଟକୁ ମାନୁପୁଲେଟିଂ ବୋଲି ଦର୍ଶାଇ ପାରିବ ବୋଲି ଦିଲ୍ଲୀ ସ୍ପେଶାଲ ପୋଲିସ ସେଲ୍ ପ୍ରଶ୍ନ କରିଛି ।

ସୂଚନା ଅନୁସାରେ ଏକ ଟୁଲକିଟକୁ ନେଇ ବିଜେପି ନେତା ସମ୍ବିତ ପାତ୍ର ଟ୍ୱିଟ୍ କରିଥିଲେ । କଂଗ୍ରେସ ଏହି ଟୁଲକିଟ୍ ପ୍ରସ୍ତୁତ କରିଥିବା ସେ ଅଭିଯୋଗ କରିଥିଲେ । ଏହାକୁ ବିଜେପିର ଅନେକ ନେତା ମଧ୍ୟ ରିଟ୍ବିଟ କରିଛନ୍ତି । ଏହି ନେତାଙ୍କ ଟ୍ୱିଟରେ ଟ୍ୱିଟର ମାନୁପୁଲେଟେଡ ଟ୍ୟାଗ୍ ରଖିଥିଲା । ଏହାକୁ ନେଇ କଂଗ୍ରେସ ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲା । ତେବେ କେଉଁ ଆଧାରରେ ଟ୍ବିଟର ଏପରି ଟ୍ୟାଗ ରଖିଲା ତାକୁ ନେଇ ସ୍ପେଶାଲ୍ ସେଲ୍ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାମଲାକୁ ନେଇ ଥାନାରେ କୌଣସି ଏତଲା ଦାୟର କରାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.