ହାଇଦ୍ରାବାଦ: ପୁଣି ଥରେ ବିବିସିକୁ ନେଇ ଦେଖାଦେଇଛି ବିବାଦ । ବିବିସିକୁ ସରକାରୀ ଅନୁଦାନପ୍ରାପ୍ତ ଗଣମାଧ୍ୟମ ସଂସ୍ଥା କହିଲା ଟ୍ବିଟର । ଫଳରେ ପସିଲି ଅନୁସାରେ ସୁନେଲି ରଙ୍ଗର ଟିକ୍ ବା ଚେକମାର୍କ ଦେଇଛି ଟ୍ବିଟର । ଏହାକୁ ନେଇ ଏଲମ ମସ୍କଙ୍କୁ ଟାର୍ଗେଟ୍ କରିଛି ବିବିସି । ସଂସ୍ଥା ପକ୍ଷରୁ କୁହାଯାଛି, "ଟ୍ବିଟର ଏଭଳି କରିବା ଆଦୌ ଉଚିତ ନୁହେଁ । ଆମ ଆକାଉଣ୍ଟରୁ ସୁନେଲି ଟିକ୍ ହଟାଯାଉ । ଆମ ସଂସ୍ଥା କୌଣସି ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥା ନୁହେଁ ବରଂ ବିବିସି ଏକ ସ୍ବତନ୍ତ୍ର ନ୍ୟୁଜ ସଂସ୍ଥା ।"
-
CBC gets $1.2 billion per year from the Canadian gov (70% of its funding)@elonmusk, can you add a label? pic.twitter.com/AvATWMM62x
— End Wokeness (@EndWokeness) April 9, 2023 " class="align-text-top noRightClick twitterSection" data="
">CBC gets $1.2 billion per year from the Canadian gov (70% of its funding)@elonmusk, can you add a label? pic.twitter.com/AvATWMM62x
— End Wokeness (@EndWokeness) April 9, 2023CBC gets $1.2 billion per year from the Canadian gov (70% of its funding)@elonmusk, can you add a label? pic.twitter.com/AvATWMM62x
— End Wokeness (@EndWokeness) April 9, 2023
ମିଡିଆ ରିପୋର୍ଟ ଅନୁସାରେ, ବିବିସିର ମାଲିକ ଟ୍ବିଟର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ଟ୍ବିଟରର ନିୟମ ଅନୁସାରେ ଆମ ପାଇଁ ସୁନେଲୀ ରଙ୍ଗର ଟିକ୍ ପ୍ରଯୁଜ୍ୟ ନୁହେଁ । ଯେଉଁ ସଂସ୍ଥା ସରକାରୀ ପାଣ୍ଠି ଗ୍ରହଣ କରେ ସେଥିରେ ଏହି ରଙ୍ଗର ଚେକମାର୍କ ଲାଗିବା ଉଚିତ । ତେଣୁ ଏହା ହଟେଇବା ପାଇଁ ଆମ କହିରଖୁଛୁ । କାନାଡାର ସିବିସି କିମ୍ବା କତାରର ଅଲ ଜଜିରାରେ ମଧ୍ୟ ଏହି ଚେକମାର୍କ ଲାଗୁ ହୋଇନାହିଁ । "
ପ୍ରକାଶଥାଉକି, ବିବିସିର ୩୯.୭ ବିଲିୟନ ଫୋଲର୍ସ ରହିଛନ୍ତି । ବର୍ତ୍ତମାନ ବିବିସି ନ୍ୟୁଜକୁ ଟ୍ବିଟର ପକ୍ଷରୁ ସରକାରଙ୍କ ଅନୁଦାନପ୍ରାପ୍ତ ସଂସ୍ଥା ଭାବେ ବିବେଚନା କରାଯାଇଛି । ଟ୍ବିଟର ସୁନେଲି ଚେକମାର୍କ ବିବିସି ନ୍ୟୁଜ୍ (ୱାର୍ଲ୍ଡ) ଏବଂ ବିବିସି ବ୍ରେକିଂ ନ୍ୟୁଜ୍ ସମେତ ଅନ୍ୟ ବିବିସି ଆକାଉଣ୍ଟକୁ ଦିଆଯାଇଛି।
ଏନେଇ ବାବ ବିବାଦ ଦେଖାଯିବା ପରେ ବିବିସିର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିବିସି କହିଛି, "ଏହି ସମସ୍ୟାର ସମାଧାନ ପାଇଁ ଆମେ ଟ୍ବିଟର ସହ କଥାବାର୍ତ୍ତା ଜାରି ରଖିଛୁ । ବିବିସି ଆଗରୁ ସ୍ବତନ୍ତ୍ର ସ୍ବାଧୀନ ଗଣମାଧ୍ୟମ ହୋଇଛି ଏବଂ ଆଗକୁ ମଧ୍ୟ ରହିବ । ଲାଇସେନ୍ସ ଫି ଜରିଆରେ ଆମେ ବ୍ରିଟିସ ଜନସାଧାରଣଙ୍କ ଠାରୁ ଅନୁଦାନ ସଂଗ୍ରହ କରୁ । ଏହାପୂର୍ବରୁ, ଆମେରିକାର NPR ନେଟୱାର୍କ ମଧ୍ୟ ସମାନ ବିବାଦର ସମ୍ମୁଖୀନ ହୋଇଥିଲା ଯେତେବେଳେ ମସ୍କ NPRକୁ 'ରାଜ୍ୟ-ଅନୁବନ୍ଧିତ ଗଣମାଧ୍ୟମ' ହିସାବରେ ପରିଗଣିତ କରିଥିଲେ ।" ତେବେ ବର୍ତ୍ତମାନ ସୁଦ୍ଧା ଟ୍ବିଟର ପକ୍ଷରୁ ବିବିସିର ଆକାଉଣ୍ଟରୁ ସୁନେଲୀ ଚେକମାର୍କ ହଟା ଯାଇନଥିବା ବେଳେ ଟ୍ବିଟର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଏପଟେ ଏହି ଖବର ପ୍ରସାରଣ ହେବା ପରେ ବିଶ୍ୱବ୍ୟାପୀ ମିଡିଆ ଜଗତରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ