ETV Bharat / bharat

ବଡ ନିଷ୍ପତ୍ତି, ବଦଳିଲେ ଟ୍ବିଟର ଇଣ୍ଡିଆ ମୁଖ୍ୟ

ଟ୍ବିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ବରୀଙ୍କୁ ନୂଆ ଦାୟିତ୍ବ । ଏବେ ସେ ଆମେରିକା ସ୍ଥିତ ସାନ ଫ୍ରାନ୍ସିସ୍କୋ କାର୍ଯ୍ୟାଳୟର ଦାୟିତ୍ବ ସମ୍ଭାଳିବେ । ଅଧିକ ପଢନ୍ତୁ..

author img

By

Published : Aug 13, 2021, 10:50 PM IST

manish maheswari
manish maheswari

ନୂଆଦିଲ୍ଲୀ: ଦେଶରେ ସୋସିଆଲ ମିଡିଆକୁ ନେଇ ବାଦବିବାଦ ମଧ୍ୟରେ ବଡ ନିଷ୍ପତ୍ତି ନେଇଛି ଟ୍ବିଟର । ଭାରତ ମୁଖ୍ୟ ମନୀଷ ମାହେଶ୍ବରୀଙ୍କୁ ଦେଇଛି ନୂଆ ଦାୟିତ୍ବ । ଏବେ ସେ ଆମେରିକା ସ୍ଥିତ ସାନ ଫ୍ରାନସିକୋ କାର୍ଯ୍ୟାଳୟର ଦାୟିତ୍ବ ସମ୍ଭାଳିବେ । ବରିଷ୍ଠ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ମନୀଷ । ଗତ 2019ରେ ପରିଚାଳନା ନିର୍ଦ୍ଦେଶକ ଭାବେ ସେ ଯୋଗ ନେଇ ଦୀର୍ଘ 2 ବର୍ଷ ଦାୟିତ୍ବ ତୁଲାଇଥିଲେ ।

ଗତ କିଛି ଦିନ ଧରି ବିବାଦ ଘେରରେ ଥିଲେ ମନୀଷ । ସେ ଟ୍ବିଟର ଆକାଉଣ୍ଟରେ ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବେ ନିଜକୁ ଦର୍ଶାଇଥିଲେ । କିନ୍ତୁ ଏହି ବଦଳି ଘୋଷଣା ପରେ ଟ୍ବିଟର ହ୍ୟାଣ୍ଡେଲରେ ନିଜ ବାୟୋ ବଦଳାଇ ଏବେ ବିଜନେସ ଆଟ ଟ୍ବିଟର ଇଣ୍ଡିଆ କରି ଦେଇଛନ୍ତି ମନୀଷ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.