ନୂଆଦିଲ୍ଲୀ: କେନ୍ଦ୍ରୀୟ ଆଇନ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ବ୍ଲକ କଲା ଟ୍ବିଟର । ତେବେ ପ୍ରାୟ 1 ଘଣ୍ଟା ଆକାଉଣ୍ଟ ବନ୍ଦ ପରେ ପୁଣି ଏବେ କାର୍ଯ୍ୟକ୍ଷମ ହୋଇଛି ।
ଏହି ମାମଲାରେ ଟ୍ବିଟର କହିଛି କି, ତାଙ୍କ କମ୍ପାନୀ ପଲିସିର ଉଲଙ୍ଘନ କରାଯାଇଛି ।
କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ବିଟ କରି ସୂଚନା ଦେଇଛନ୍ତି କି , ଟ୍ବିଟର ତାଙ୍କ ଆକାଉଣ୍ଟ ପ୍ରାୟ 1 ଘଣ୍ଟା ଧରି ବନ୍ଦ କରିଦେଇଥିଲା । ଆଉ ଏଥିପାଇଁ କମ୍ପାନୀ ଆମେରିକାର Digital Millennium Copyright Actର ଉଲଙ୍ଘନକୁ ଦର୍ଶାଇଛି । ଏଥିସହ ମନ୍ତ୍ରୀ ନିଜ ଟ୍ବିଟରରେ ଦୁଇଟି ସ୍କ୍ରିନ ସର୍ଟ ବି ସେୟାର କରିଛନ୍ତି । ପ୍ରଥମ ସ୍କ୍ରିନସର୍ଟରେ ଟ୍ବିଟର କାରଣ ଦର୍ଶାଇଛି କି, କାହିଁକି କମ୍ପାନୀ ତାଙ୍କ ଆକ୍ସେସ ବନ୍ଦ କରିଛି । ଅନ୍ୟଟିରେ ଆକାଉଣ୍ଟ ଆକ୍ସେସ ମିଳିଥିବା ସୂଚନା ଦେଇଛି । ତେବେ ପୂର୍ବରୁ ଟ୍ବିଟରର ସ୍କ୍ରିନସର୍ଟକୁ ରବିଶଙ୍କର Koo ଆପରେ ସେୟାର କରିଥିଲେ ।
ନୂଆ ଆଇଟି ଆଇନକୁ ଅନୁପାଳନ ନେଇ ଟ୍ବିଟର ଓ ଭାରତ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଜାରି ରହିଛି ।
ତେବେ ଦେଶରେ ନୂଆ ଆଇଟି ନିୟମ ଲାଗୁ ହୋଇସାରିଛି । ସମସ୍ତ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ନିୟମ ମାନିବା ବାଧ୍ୟତାମୂଳକ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । ହେଲେ ସରକାରଙ୍କ ନିୟମ ମାନିବାକୁ ନାରାଜ ଟ୍ବିଟର । ଏନେଇ ମାଇକ୍ରୋ ବ୍ଲଗିଂ ସାଇଟ ଉପରେ ଚାପ ପ୍ରୟୋଗ କରୁଛି କେନ୍ଦ୍ର । ପୂର୍ବରୁ ଟ୍ବିଟର ବିରୋଧରେ କଡା ଆଭିମୁଖ୍ୟ ଆପଣାଇ ସିରିଜ ଟ୍ବିଟ କରିଥିଲେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଅଭିବ୍ୟକ୍ତିର ସ୍ବତନ୍ତ୍ରତା ନାଁରେ ଦେଶର ଆଇନକୁ ଟ୍ବିଟର ବଞ୍ଚିପାରିବ ନାହିଁ ବୋଲି ସଫା ସଫା କହିଥିଲେ କେନ୍ଦ୍ର ମନ୍ତ୍ରୀ ।