ETV Bharat / bharat

Twist in Air India Urination Case: ଅଭିଯୁକ୍ତ କହିଲେ ମୁଁ ନୁହେଁ ମହିଳା ନିଜ ସିଟରେ କରିଥିଲେ ପରିସ୍ରା

author img

By

Published : Jan 13, 2023, 7:59 PM IST

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେବା ଘଟଣାରେ ଟ୍ବିଷ୍ଟ । ମହିଳା ଯାତ୍ରୀ ଜଣକ ନିଜ ସିଟ୍‌ରେ ନିଜେ ପରିସ୍ରା କରିଦେଇଥିବା କୋର୍ଟଙ୍କୁ କହିଛନ୍ତି ଅଭିଯୁକ୍ତ ଶଙ୍କର ମିଶ୍ରା । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେବା ଘଟଣାରେ ଆସିଲା ନୂଆ ଟ୍ବିଷ୍ଟ । କୋର୍ଟରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ବୟାନକୁ ନେଇ ଚର୍ଚ୍ଚା ହେଉଛି । ସେ ନୁହେଁ ମହିଳା ଯାତ୍ରୀ ଜଣକ ନିଜ ସିଟ୍‌ରେ ପରିସ୍ରା କରିଥିବା ସେ କହିଛନ୍ତି । ଏହି ବିମାନଟି ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବେଳେ ଘଟିଥିଲା ଏପରି ଆପତ୍ତିଜନକ ଘଟଣା । ଶୁକ୍ରବାର ଦିଲ୍ଲୀ କୋର୍ଟକୁ ନିଜ ବୟାନରେ ଏପରି କହିଛନ୍ତି ଅଭିଯୁକ୍ତ ଶଙ୍କର ।

ଏନେଇ ଅଭିଯୁକ୍ତ ଶଙ୍କରଙ୍କ ଆଇନଜୀବୀ ରମେଶ ଗୁପ୍ତା କହିଛନ୍ତି, "ଅଭିଯୋଗକାରୀ ମହିଳାଙ୍କ ସିଟ ବ୍ଲକ୍‌ ଥିଲା । ଏଣୁ ଅଭିଯୁକ୍ତ(ଶଙ୍କର) ତାଙ୍କ ନିକଟକୁ ଯିବା ଅସମ୍ଭବ । ମହିଳା ଜଣକ ଏକ ରୋଗରେ ପୀଡ଼ିତ ଅଛନ୍ତି । ସେହି ରୋଗ କାରଣରୁ ସେ ନିଜ ସିଟ୍‌ରେ ନିଜେ ପରିସ୍ରା କରିଛନ୍ତି । ମହିଳା ଯାତ୍ରୀ ଜଣକ ଜଣେ କଥକ ନୃତ୍ୟଶିଳ୍ପୀ । ତେବେ କଥକ ନୃତ୍ୟ ପରିବେଷଣ କରୁଥିବା ପ୍ରାୟ ୮୦ ପ୍ରତିଶତଙ୍କ ମଧ୍ୟରେ ଏହି ରୋଗ ଦେଖିବାକୁ ମିଳେ ।" ଦିଲ୍ଲୀ ପୋଲିସ ଏନେଇ ତଦନ୍ତ କରୁଥିବା ବେଳେ ଆଇନଜୀବୀ ରମେଶ ଗୁପ୍ତା ଏନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହା ବି ପଢନ୍ତୁ- Urinating Incident: 14ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ

ଆଇନଜୀବୀ ଆହୁରି କହିଛନ୍ତି ଯେ ଅଭିଯୋଗକାରୀ ନିଜ ସିଟ୍‌ରେ ନିଜେ ପରିସ୍ରା କରିଛନ୍ତି । ବିମାନରେ ଯେପରି ସିଟିଂ ବ୍ୟବସ୍ଥା ରହିଛି ଅଭିଯୁକ୍ତ ଜଣକ ମହିଳାଙ୍କ ନିକଟକୁ ଯିବା ସମ୍ଭବ ନୁହେଁ । ଅଭିଯୋଗକାରିଣୀଙ୍କ ପଛରେ ବସିଥିବା ଅନ୍ୟ ବିମାନ ଯାତ୍ରୀ ମଧ୍ୟ କୌଣସି ଏପରି ଅଭିଯୋଗ ଆଣିନାହାନ୍ତି ବୋଲି ସେ କହିଛନ୍ତି । ଆଇନଜୀବୀ ରମେଶଙ୍କ ଏହି ଯୁକ୍ତି ଉପରେ ପ୍ରତିକ୍ରିୟା ରଖି ଅତିରିକ୍ତ ସେସନ ଜଜ୍‌ ହରଜ୍ୟୋତ ସିଂ କହିଛନ୍ତି, "ବିମାନର ଗୋଟିଏ ପାର୍ଶ୍ବ ସିଟରୁ ଅନ୍ୟ ପାର୍ଶ୍ବକୁ ଯିବା ଏହା ଅସମ୍ଭବ ନୁହେଁ । ମୁଁ ମଧ୍ୟ ବିମାନରେ ଯାତ୍ରା କରିଛି । ଜଣେ ଯାତ୍ରୀ ବିମାନର ପ୍ରତିଟି ସିଟ୍‌କୁ ଯାଇପାରିବ ।"

ଏହା ବି ପଢନ୍ତୁ-Air India Pee Case: ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ଗିରଫ

ଏହାପରେ ସେସନ କୋର୍ଟ ରିମାଣ୍ଡ ପାଇଁ ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛି । ପୋଲିସ ଯଦି ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଚାହୁଁଛନ୍ତି ତେବେ ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିପାରିବେ ବୋଲି ସେସନ କୋର୍ଟ କହିଛନ୍ତି । ପୂର୍ବରୁ ଜାନୁଆରୀ ୭ ତାରିଖରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିଯୁକ୍ତ ମିଶ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନେଇଥିଲେ । ବୁଧବାର ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ପଟିଆଲା ହାଉସ କୋର୍ଟ ରହିତାଦେଶ ଜାରି କରିଥିଲେ । ଦିଲ୍ଲୀ ପୋଲିସ ଶଙ୍କରଙ୍କୁ ଜାମିନ ଦେବା ଲାଗି ବାରଣ କରିଥିଲା । ପୋଲିସର କହିବାନୁସାରେ ଶଙ୍କରଙ୍କୁ ଜାମିନ ମିଳିଲେ ସେ ଅଭିଯୋଗକାରୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

ସୂଚନା ଥାଉ କି ଗତ ଜାନୁଆରୀ ୬ ତାରିଖରେ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଗିରଫ କରିଥିଲା । ମିଶ୍ରା ଜଣେ ୭୦ ବର୍ଷୀୟ ମହିଳାଙ୍କ ଉପରେ ପରିସ୍ରା କରିଦେଇଥିବା ଅଭିଯୋଗ ହୋଇଥିଲା । ଗତବର୍ଷ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆ ବିମାନରେ ଆସୁଥିବା ମହିଳା ଯାତ୍ରୀଙ୍କ ଉପରେ ଶଙ୍କର ଏପରି କରିଥିବା ଅଭିଯୋଗ ହୋଇଥିଲା । ଗତ ଜାନୁଆରୀ ୪ ତାରିଖରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.