ମୁମ୍ବାଇ: ସାଧାରଣତଃ ଯାଆଁଳା ଭଉଣୀଙ୍କ ଭିତରେ ଏକ ଅଦ୍ଭୁତ ବନ୍ଧନ ରହିଥାଏ । ସେମାନଙ୍କର ପସନ୍ଦ ନାପସନ୍ଦ ଠାରୁ ଆରମ୍ଭ କରି ଶାରୀରିକ ଗଠନ ମଧ୍ୟ ପ୍ରାୟ ସମାନ ରହିଥାଏ । ସେମାନେ କେବେ ମଧ୍ୟ ଅଲଗା ହୋଇ ରହିପାରନ୍ତି ନାହିଁ । ହେଲେ ଆପଣ ଶୁଣିଛନ୍ତି କି ଦୁଇଜଣ ଯାଆଳା ଭଉଣୀକୁ ଗୋଟିଏ ପୁଅ ବିବାହ କରିବା କଥା । ମହାରାଷ୍ଟ୍ରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ଗୋଟିଏ ପୁଅ ଏକାଥରକେ ଦୁଇଟି ଭଉଣୀକୁ ବିବାହ କରିଛନ୍ତି । କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଏକ ନିଆରା ବିବାହ କାହାଣୀ । ଦୁଇ ଯାଆଁଳା ଭଉଣୀକୁ ବାହାହେଲେ ଜଣେ ଯୁବକ(Twin Sisters from Mumbai Marry Same Man) । ବାଜା ରୋଷଣୀ ହସଖୁସିରେ ଗୋଟିଏ ପୁଅ ସହ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଭଉଣୀ । ସେମାନେ ପରିବାରର ସମ୍ମତିରେ ଗୋଟିଏ ପୁଅକୁ ବିବାହ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Padampur Bypoll: ଆରମ୍ଭ ହେଲା ମତଦାନ, ନେତା ବାଛୁଛନ୍ତି ପଦ୍ମପୁରବାସୀ
ଶନିବାର ସୋଲାପୁରରେ ଏହି ଅଜବ ବିବାହ ଅନୁଷ୍ଠିତ ହୋଇଥିଲା । ସୂଚନାଅନୁସାରେ, ଯାଆଁଳା ଭଉଣୀ ପିଙ୍କି ଏବଂ ରିଙ୍କି(3୬) ହେଉଛନ୍ତି ଆଇଟି ଇଞ୍ଜିନିୟର ଏବଂ ଉଭୟେ ମୁମ୍ବାଇରେ କାମ କରନ୍ତି । କିଛି ଦିନ ପୂର୍ବେ ପିତାଙ୍କ ଦେହାନ୍ତ ପରେ ସେମାନେ ମା’ଙ୍କ ସହିତ ରହୁଥିଲେ । ଥରେ ଦୁଇ ଭଉଣୀ ଏବଂ ମା’ ଏକସଙ୍ଗେ ଅସୁସ୍ଥ ହୋଇପଡ଼ିଲେ । ଏପରି ସମୟରେ ସେ ଅତୁଲଙ୍କ କାରରେ ତାଙ୍କୁ ହସ୍ପିଟାଲ ନେଇଥିଲେ । ବିପତ୍ତି ସମୟରେ ଅତୁଲଙ୍କ ଭଲପାଇବା, ଯତ୍ନକୁ ଅନୁଭବ କରି ଦୁଇ ଭଉଣୀ ହୃଦୟ ଦେଇ ବସିଥିଲେ । ଏହାପରେ ଦୁଇ ଭଉଣୀ ଅତୁଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଏବେ ବାସ୍ତବରେ ପରିଣତ ହୋଇଛି । ଏହି ନିଆରା ବାହାଘର ସମୟରେ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।
ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ, ଏକାଥରେ ଦୁଇଜଣଙ୍କୁ ବିବାହ କରିବା ବୈଧ ହୋଇନଥିବା ବେଳେ ବରଙ୍କ ନାଁରେ ଏକ ମାମଲା ରୁଜୁ କରିଛି ପୋଲିସ । ଧାରା ୪୯୪(marrying again during the lifetime of husband or wife) ଅନୁସାରେ ମାମଲା ରୁଜୁ ହୋଇଥିବା ନେଇ ଅକଲୁଜ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ