ETV Bharat / bharat

ତିରୁମାଲା ଯାତ୍ରା ପାଞ୍ଚଦିନ ସ୍ଥଗିତ ପାଇଁ TTDର ଅପିଲ୍‌

author img

By

Published : Aug 12, 2022, 3:31 PM IST

ଗୁରୁବାର ଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ କ୍ରମାଗତ ଛୁଟି ଦିନ ରହିଛି । ତେଣୁ ମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ (TTD) ପକ୍ଷରୁ ତିରୁମାଲା ଯାତ୍ରାଙ୍କୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନିଆଯାଇଛି ।

ପାଞ୍ଚଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଲା ତିରୁମାଲା ଯାତ୍ରା

ଅମରାବତୀ(ଆନ୍ଧ୍ରପ୍ରଦେଶ): ଆସନ୍ତା ପାଞ୍ଚଦିନ ପର୍ଯ୍ୟନ୍ତ ସ୍ଥଗିତ ରହିବ ତିରୁମାଲା ଯାତ୍ରା । ଗୁରୁବାର ଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ କ୍ରମାଗତ ଛୁଟି ଦିନ ରହିଛି । ତେଣୁ ମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ (TTD) ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଯେଉଁମାନେ ତିରୁମାଲା ବାଲାଜୀ ମନ୍ଦିରକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଗୁଆ ବୁକ୍ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ବିଶେଷକରି ବୃଦ୍ଧ, ଛୋଟ ପିଲା ଏବଂ ଭିନ୍ନକ୍ଷମଙ୍କ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଟିଟିଡି ଏହି ସମୟ ମଧ୍ୟରେ ତିରୁପତି ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି ।

ତେବେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଏଠାରେ ପ୍ରବଳ ଭିଡ ହେଉଥିବାବେଳେ, ବର୍ତ୍ତମାନ ହ୍ରାସ ପାଇଛି, କିନ୍ତୁ ବର୍ତ୍ତମାନ କ୍ମମାଗତ ଭିଡ଼ ହେବା ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ତାମିଲମାନଙ୍କ ପେରାଟାସୀ ମାସ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୭ ଅକ୍ଟୋବରରେ ଶେଷ ହେବ ।

ଏଥିସହ ତୀର୍ଥଯାତ୍ରୀମାନଙ୍କୁ କେବଳ ନିର୍ଦ୍ଧାରିତ ସମୟରେ ଯିବାକୁ ଅନୁମତି ଦିଆଯିବ ବୋଲି ଟିଟିଡି କହିଛି । ଟିଟିଡି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, 'ତୀର୍ଥଯାତ୍ରୀମାନେ ଏଥିପାଇଁ ପ୍ରସ୍ତୁତ ହେବା ଉଚିତ୍‌ ଏବଂ ସେମାନଙ୍କ ପର୍ଯ୍ୟାୟ ଆସିବା ପର୍ଯ୍ୟନ୍ତ ଦର୍ଶନକୁ ଅପେକ୍ଷା କରିବାକୁ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.