ETV Bharat / bharat

ଶୋଇଥିବା ବେଳେ 14 ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ, 3 ମୃତ - ହରିୟାଣା ସଡକ ଦୁର୍ଘଟଣା

ରାସ୍ତାକଡରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ । 3 ଜଣଙ୍କ ମୃତ୍ୟୁ ଏବଂ 11 ଗୁରୁତର । ଅଧିକ ପଢନ୍ତୁ

ଶୋଇଥିବା ବେଳେ 14 ଶ୍ରମିକଙ୍କୁ ଦଳି ଦେଲା ଟ୍ରକ, 3 ମୃତ

author img

By

Published : May 19, 2022, 11:15 AM IST

ଚଣ୍ଡିଗଡ: ହରିୟାଣାର ବାହାଦୂରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡରେ ଶୋଇଥିବା ସମୟରେ 14 ଜଣ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ଘଟଣାସ୍ଥଳରେ 3 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ 11 ଜଣ ଗୁରୁତର ଅଛନ୍ତି । ଆଜି ସକାଳେ ବାହାଦୂରଗଡ ସ୍ଥିତ କୁଣ୍ଡଳି ମାନେସର ପଲୱଲ ଏକ୍ସପ୍ରେସୱେ(kmp Expressway)ରେ ଏହି ବଡ ଅଘଟଣ ଘଟିଛି । ଗୁରୁତର ଶ୍ରମିକମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଦୁର୍ଘଟଣାଗ୍ରସ୍ତ ଶ୍ରମିକ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ହୋଇଥିବା ପରିଚୟ ମିଳିଛି ।

ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ଏକ୍ସପ୍ରେସୱେରେ ତିଆରି ବ୍ରିଜ ମରାମତି କାର୍ଯ୍ୟ କରୁଥିଲେ । ସନ୍ଧ୍ୟାରେ କାମ ସାରି ସେମାନେ ରାସ୍ତାକଡରେ ଶୋଇଯାଇଥିଲେ । ଶୋଇବା ପୂର୍ବରୁ ସେମାନେ ଗୋଟିଏ ପାର୍ଶ୍ବରେ ବ୍ୟାରିକେଡିଂ କରିବା ସହ ରିଫ୍ଲେକ୍ଟର ଲଗାଇଥିଲେ । ହେଲେ ଶୋଇଥିବା ଅବସ୍ଥାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ଉପରେ ଚଢି ଯାଇଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ କୁଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକର ପରିଚୟ ମିଳିସାରିଛି ଏବଂ ତାକୁ ଖୁବଶୀଘ୍ର ଗିରଫ କରାଯିବା ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.