ETV Bharat / bharat

Presidential Election: ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ TRS - ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ

ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ TRS । ଆଜି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ସାମିଲ ହେବେ ଦଳର କାର୍ଯ୍ୟକାରୀ ସଭାପତି କେ.ଟି.ଆର । ଅଧିକ ପଢନ୍ତୁ

ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ TRS

author img

By

Published : Jun 27, 2022, 9:41 AM IST

ହାଇଦ୍ରାବାଦ: ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ତେଲେଙ୍ଗାନାରେ ଶାସନରେ ଥିବା କେସିଆରଙ୍କ ଦଳ ଟିଆରଏସ(TRS) । ଦଳର କାର୍ଯ୍ୟକାରୀ ସଭାପତି କେ.ଟି.ଆର ଏନେଇ ସୂଚନା ଦେଇଛନ୍ତି । ଆଜି (ସୋମବାର) ସିହ୍ନା ନାମାଙ୍କନ ଦାଖଲ କରିବାକୁ ଥିବାବେଳେ ଦଳ ପକ୍ଷରୁ କେ.ଟି.ଆର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ରହିବେ ।

ଆଜି ସିହ୍ନା ନାମାଙ୍କନ ଦାଖଲ କରିବାକୁ ଯାଉଥିବାବେଳେ, ଏନସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି । ଏଥିପାଇଁ ଶରଦ ପାଓ୍ବାର ଦିଲ୍ଲୀ ଗସ୍ତ ମଧ୍ୟ କରିଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲ ପରେ ପରବର୍ତ୍ତୀ ରଣନୀତି ସ୍ଥିର କରିବ ମିଳିତ ମେଣ୍ଟ । ଶାସକ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମଧ୍ୟ ନାମାଙ୍କନ ଦାଖଲ କରି ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ BJP ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନିଜେ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ମଧ୍ୟ ରହିଥିଲେ ।

ଶାସକ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କେସିଆରଙ୍କ ଦଳ TRS ସମର୍ଥନ ଦେବା ନେଇ ଆଶା କରାଯାଉଥିଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର ନରେନ୍ଦ୍ର ମୋଦି ତଥା ବିଜେପି ବିରୋଧୀ ଆଭିମୁଖ୍ୟ ରଖଥିଲେ ସୁଦ୍ଧା ମୁର୍ମୁ ଜଣେ ଆଦିବାସୀ ନେତ୍ରୀ ହୋଇଥିବା ଯୋଗୁ ଆଦିବାସୀ ବହୁଳ ରାଜ୍ୟ ଭାବେ ତେଲେଙ୍ଗାନା ମଧ୍ୟ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ଆଶା କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.