ETV Bharat / bharat

Parliament Winter Session: ଆଜିଠୁ ଶୀତ ଅଧିବେଶନରେ ସାମିଲ ହେବେନି TRS ସାଂସଦ

author img

By

Published : Dec 7, 2021, 1:41 PM IST

ରାଜ୍ୟସଭାର ୧୨ ନିଲମ୍ବିତ ସାଂସଦ (12 RS MP) ଘଟଣାକୁ ବିରୋଧ କରି ଆଜିଠୁ ଶୀତ ଅଧିବେଶନକୁ ବଏକଟ କରିଛନ୍ତି ଟିଆରଏସ ସାଂସଦ । ଅଧିକ ପଢନ୍ତୁ

ସଂସଦ ଶୀତ ଅଧିବେଶନକୁ ଟିଆରଏସ ସାଂସଦଙ୍କ ବୟକଟ
ସଂସଦ ଶୀତ ଅଧିବେଶନକୁ ଟିଆରଏସ ସାଂସଦଙ୍କ ବୟକଟ

ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର ନବମ ଦିନ (Parliament Winter Session day ୯) । ଟିଆରଏସ ସାଂସଦ ଆଜିଠୁ ଶୀତ ଅଧିବେଶନକୁ ବଏକଟ କରିଛନ୍ତି (TRS MPs boycott entire Parliament Winter Session) । ରାଜ୍ୟସଭାର ୧୨ ନିଲମ୍ବିତ ସାଂସଦ (12 RS MP) ଘଟଣାକୁ ବିରୋଧ କରିଛନ୍ତି ଟିଆରଏସ ସାଂସଦ ।

ରାଜ୍ୟସଭାର ୧୨ ଜଣ ସାଂସଦ ନିଲମ୍ବନ ଘଟଣାକୁ ଗ୍ରହଣ କରି ପାରୁ ନାହାନ୍ତି ବିରୋଧୀ । ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରିଥିଲେ ଅଧ୍ୟକ୍ଷ । ଏହା ପରେ ପ୍ରତିଦିନ ଅଧିବେଶନରେ ଏହାକୁ ନେଇ ବିରୋଧ ହୋଇ ଆସୁଛି । ସଂସଦ ପରିସରରେ ଗାନ୍ଧୀ ମୂର୍ତ୍ତୀ ତଳେ ବିକ୍ଷୋଭ ମଧ୍ୟ କରିଛନ୍ତି ବିରୋଧୀ । ଆଗରୁ ନିଲମ୍ବିତ ରାଜ୍ୟସଭା ସଦସ୍ୟଙ୍କୁ ପୁଣି ଅଧିବେଶନକୁ ଅନୁମତି ଦେବାକୁ ନିଷ୍ପତ୍ତି ଦାବି କରି ଉଭୟ ବିରୋଧୀ ଓ ନିଲମ୍ବିତ ସାଂସଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି ଏହାକୁ ବିରୋଧ କରି ଟିଆରଏସ ସାଂସଦ ଆଜିଠୁ ଶୀତ ଅଧିବେଶନକୁ ବଏକଟ କରିଛନ୍ତି । ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ ଘଟଣା ସହ ତେଲେଙ୍ଗାନାର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଏହି ନିଷ୍ପତ୍ତି ନେଇଛନ୍ତି ଟିଆରଏସ ସାଂସଦ ।

ପ୍ରକାଶ ଥାଉ କି, ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରେ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.