ETV Bharat / bharat

ଟିଆରପି ମାମଲା: ବମ୍ବେ ହାଇକୋର୍ଟରେ ପୁନଃଯାଚିକା ଦେଲେ ଅର୍ଣ୍ଣବ - ବମ୍ବେ ହାଇକୋର୍ଟ

ଟିଆରପି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ବମ୍ବେ ହାଇକୋର୍ଟରେ ଅର୍ଣ୍ଣବଙ୍କ ଯାଚିକା ଦାୟର । ଅଧିକ ପଢନ୍ତୁ...

ଟିଆରପି ମାମଲା
ଟିଆରପି ମାମଲା
author img

By

Published : Dec 9, 2020, 10:54 AM IST

ମୁମ୍ବାଇ: ଟିଆରପି ମାମଲାରେ ପୁଣି ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହେଲେ ରିପବ୍ଲିକ ନ୍ୟୁଜ ଚ୍ୟାନେଲ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ । ତାଙ୍କ ବିରୋଧରେ ଲାଗି ଥିବା ଅଭିଯୋଗକୁ ହଟାଇବାକୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସୁପ୍ରିମକୋର୍ଟରେ ଅର୍ଣ୍ଣବ ଦାୟର କରିଥିବା ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବାକୁ ମନା କରିବା ପରେ ସେ ପୁଣି ଥରେ ବମ୍ବେ ହାଇକୋର୍ଟ ଆସିଛନ୍ତି । ଗୋସ୍ବାମୀ ନିଜ ଯାଚିକାରେ ଦର୍ଶାଇଛନ୍ତି ଯେ, ‘ରିପ୍ଲବିକ୍‌ ନ୍ୟୁଜ୍‌ ଚ୍ୟାନେଲ ବିତରକ ଘନଶ୍ୟାମ ସିଂହଙ୍କୁ ପୋଲିସ ପକ୍ଷରୁ ମାଡ ମରାଯାଇଛି ।’

ଏହାସହ ଟିଆରପି ମାମଲାରେ ଆସିଥିବା ଅଭିଯୋଗକୁ ହଟାଇବା ସହ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଯାଚିକାରେ ଉଲ୍ଲେଖ ରହିଛି । ସୂଚନାଥାଉକି, ପୋଲିସ ସ୍ପେଶାଲ ସେଲ ପକ୍ଷରୁ ଏହି ମାମଲାରେ 1400 ପୃଷ୍ଠା ବିଶିଷ୍ଟ ଅଭିଯୋଗ କୋର୍ଟରେ ଦାଖଲ କରାଯାଇଛି ।

ସେପଟେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ । ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସେ ଯାଚିକା ଦାୟର କରିଥିଲେ । ହେଲେ ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ସର୍ବାଚ୍ଚ ନ୍ୟାୟାଳୟ ମନା କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.